କରୋନା ଭ୍ୟାକସିନ; ସଫଳତାର ନିକଟତର ହେଲା ବ୍ରିଟେନ୍

ନୂଆଦିଲ୍ଲୀ: କରୋନା ଭାଇରସ ସମଗ୍ର ମାନବଜାତି ପାଇଁ ବିପଦ ପାଲଟିଛି। ଏହି ଭାଇରସର ନିରାକରଣ ପାଇଁ ଅନେକ ଦେଶ ଭ୍ୟାକସିନ୍ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି। ଏହାରି ଭିତରେ ଲଣ୍ଡନର ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଭ୍ୟାକସିନ୍ ପ୍ରସ୍ତୁତ କରିବାରେ ନିକଟତର ହୋଇଛନ୍ତି। ଯଦି ଏହି ଭ୍ୟାକସିନ ସଫଳ ହୁଏ ତେବେ ଆଗାମୀ ସେପ୍ଟେମ୍ବର ସୁଦ୍ଧା ଏହାର ବହୁଳ ଉତ୍ପାଦନ ଆରମ୍ଭ ହେବ ବୋଲି ବ୍ରିଟେନ ସରକାର କହିଛନ୍ତି। କରୋନା ସହ ଲଢିବାକୁ ସମର୍ଥ ବୋଲି କୁହାଯାଉଥିବା […]

CORONA

Subhransu Sekhar
  • Published: Thursday, 23 April 2020
  • , Updated: 23 April 2020, 08:54 PM IST

ନୂଆଦିଲ୍ଲୀ: କରୋନା ଭାଇରସ ସମଗ୍ର ମାନବଜାତି ପାଇଁ ବିପଦ ପାଲଟିଛି। ଏହି ଭାଇରସର ନିରାକରଣ ପାଇଁ ଅନେକ ଦେଶ ଭ୍ୟାକସିନ୍ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି। ଏହାରି ଭିତରେ ଲଣ୍ଡନର ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଭ୍ୟାକସିନ୍ ପ୍ରସ୍ତୁତ କରିବାରେ ନିକଟତର ହୋଇଛନ୍ତି। ଯଦି ଏହି ଭ୍ୟାକସିନ ସଫଳ ହୁଏ ତେବେ ଆଗାମୀ ସେପ୍ଟେମ୍ବର ସୁଦ୍ଧା ଏହାର ବହୁଳ ଉତ୍ପାଦନ ଆରମ୍ଭ ହେବ ବୋଲି ବ୍ରିଟେନ ସରକାର କହିଛନ୍ତି।

କରୋନା ସହ ଲଢିବାକୁ ସମର୍ଥ ବୋଲି କୁହାଯାଉଥିବା ଭ୍ୟାକସିନ୍ ହ୍ୟୁମାନ ଟ୍ରାଏଲ ଲଣ୍ଡନର ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ପରୀକ୍ଷଣ ଆରମ୍ଭ ହୋଇଛି। ପ୍ରଫେସର ସାରା ଗିଲବର୍ଟଙ୍କ ନେତୃତ୍ୱରେ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଟିମ୍ ପ୍ରସ୍ତୁତ କରିଥିବା ଏହି ଭ୍ୟାକସିନ CHADOX1 ନାଁରେ ନାମିତ କରାଯାଇଛି। ବ୍ରିଟେନର ମେଡିସିନ୍ସ ଆଣ୍ଡ ହେଲଥ କେୟାର ରେଗୁଲେଟୋରୀ ଏଜେନ୍ସି ସହ ସମନ୍ୱୟରେ ଅକ୍ସଫୋର୍ଡ ବୈଜ୍ଞାନିକମାନେ ଅତି କମ୍ ସମୟରେ ଏକ ବୃହତ ସଫଳତା ହାସଲ କରିବାର ନିକଟବର୍ତ୍ତୀ ହୋଇଛନ୍ତି। କୌଣସି ଭ୍ୟାକସିନ୍ ପ୍ରସ୍ତୁତ ଲାଗି ସଧାରଣତଃ ୧୨ରୁ ୧୮ ମାସ ସମୟ ଲାଗିଥାଏ ତେବେ ଗବେଷକମାନେ ଅତି କମ୍ ସମୟରେ ଏକ ଭ୍ୟାକସିନ୍ ପ୍ରସ୍ତୁତ କରିବାରେ ସଫଳ ହେବେ ବୋଲି ଗତ ସପ୍ତାହରେ ଅକ୍ସଫୋର୍ଡ ପକ୍ଷରୁ ଘୋଷଣା କରାଯାଇଥିଲା।

ଭ୍ୟାକସିନର ହ୍ୟୁମାନ୍ ଟ୍ରାଏଲ ଲାଗି ବ୍ରିଟେନ୍ ସରକାର ଅକ୍ସଫୋର୍ଡ ରିସର୍ଚ୍ଚ  ଟିମ୍ ୨୦ ମିଲିୟନ ଓ ଭ୍ୟାକସିନ୍ ଉପରେ ଅଧିକ ଗବେଷଣା ଲାଗି ଲଣ୍ଡନର ଇଂପେରିଆଲ କଲେଜକୁ ୨୨.୫ ମିଲିୟନ ପାଉଣ୍ଡ ଅର୍ଥ ଯୋଗାଇଛି। ଏ ନେଇ ବ୍ରିଟେନ୍ ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହେନକକ କହିଛନ୍ତି। ଶାରୀରିକ ରୂପେ ସଂପୂର୍ଣ୍ଣ ସୁସ୍ଥ ଥିବା ୫ ଶହରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଶରୀରରେ ଏହି ପରୀକ୍ଷଣ କରାଯିବ। CHADOX1 ଯଦି ଉପଯୋଗୀ ସାବ୍ୟସ୍ତ ହୁଏ ତେବେ ସେପ୍ଟେମ୍ବର ମାସ ବେଳକୁ ଲକ୍ଷ ଳକ୍ଷ ଡୋଜ୍ ଭ୍ୟାକସିନ୍ ପ୍ରସ୍ତୁତ କରାଯାଇପାରିବ ବୋଲି  ବ୍ରିଟେନ୍ ସ୍ୱାସ୍ଥ୍ୟ ସଚିବ ଆଶା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଇଣ୍ଡିଆନ ମେଡିକାଲ ରିସର୍ଚ୍ଚ କାଉନସିଲ ମଧ୍ୟ ଏହି ଭ୍ୟାକସିନ୍ ସପକ୍ଷରେ ମତ ଦେଇଛି। କରୋନା ଭ୍ୟାକସିନ୍ ପ୍ରସ୍ତୁତ ଲାଗି ଚାଲିଥିବା ପ୍ରୟାସରେ CHADOX1 ସବୁଠୁ ଆଗରେ ରହିଥିବା ICMR କହିଛି।

କେବଳ ଅକ୍ସଫୋର୍ଡ ନୁହେଁ ଜର୍ମାନୀର ଏକ ଲ୍ୟାବ୍ ବିୟୋନଟେକ୍, ଆମେରିକାର ଫାର୍ମା କଂପାନି ଫାଇଜର ସହାୟତାରେ କୋଭିଡ୍ ଭ୍ୟାକସିନ୍ ପ୍ରସ୍ତୁତ ପାଇଁ ଲାଗି ପଡିଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହାର ମାନବ ପରୀକ୍ଷଣ ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକାର ଇନୋଭିୟୋ ଫାର୍ମାସିଟିକାଲ୍ସ ଗତ ୬ ତାରିଖରେ କରୋନା ଭୂତାଣୁ ଲାଗି ହ୍ୟୁମାନ୍ ଟ୍ରାଏଲ ଆରମ୍ଭ କରିଥିଲା । ସେହିପରି ଚୀନ୍ ବୈଜ୍ଞାନିକମାନେ ବି ଭ୍ୟାକସିନ୍ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ତେବେ ଯେ କେହି ବି ପ୍ରଥମେ ଭ୍ୟାକସିନ୍ ତିଆରି କରନ୍ତୁ, ଏହା କିଭଳି କମ୍ ଦରରେ ସମସ୍ତଙ୍କ ନିକଟରେ ପହଞ୍ଚିପାରିବ ତାହା ସୁନିଶ୍ଚିତ କରାଯିବା ଦରକାର ବୋଲି ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପ୍ରସ୍ତାବ ଗୃହିତ ହୋଇଛି।

Related story