ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ କରୋନା ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସଫଳ!

ଲଣ୍ଡନ: କରୋନା ଭାଇରସ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସଫଳ ହୋଇଛି। ବ୍ରିଟେନ ସ୍ଥିତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଏହି ପରୀକ୍ଷା ହୋଇଛି। ପ୍ରାଥମିକ ପରୀକ୍ଷାରେ ଟୀକା ନିରାପଦ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଉଥିବାର ପ୍ରମାଣ ମିଳିଛି। ଏହି ପରୀକ୍ଷଣରେ ପ୍ରାୟ ୧,୦୭୭ ଲୋକ ସାମିଲ ହୋଇଥିଲେ। ଏହି ଟିକା ଦିଆଯାଇଥିବା ବ୍ୟକ୍ତିଙ୍କଠାରେ ଆଣ୍ଟିବଡି ଏବଂ ହ୍ୱାଇଟ ବ୍ଲଡ ସେଲସ ରହିଛି। ଯାହାକି କରୋନା ଭାଇରାସ ସହିତ ଲଢ଼ିବାରେ ସକ୍ଷମ ବୋଲି ପ୍ରମାଣିତ ହୋଇଛି। ଏବେ ଏହାକୁ […]

corona vaccine

Subhransu Sekhar
  • Published: Monday, 20 July 2020
  • , Updated: 22 July 2020, 08:49 AM IST

ଲଣ୍ଡନ: କରୋନା ଭାଇରସ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସଫଳ ହୋଇଛି। ବ୍ରିଟେନ ସ୍ଥିତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଏହି ପରୀକ୍ଷା ହୋଇଛି। ପ୍ରାଥମିକ ପରୀକ୍ଷାରେ ଟୀକା ନିରାପଦ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଉଥିବାର ପ୍ରମାଣ ମିଳିଛି।

ଏହି ପରୀକ୍ଷଣରେ ପ୍ରାୟ ୧,୦୭୭ ଲୋକ ସାମିଲ ହୋଇଥିଲେ। ଏହି ଟିକା ଦିଆଯାଇଥିବା ବ୍ୟକ୍ତିଙ୍କଠାରେ ଆଣ୍ଟିବଡି ଏବଂ ହ୍ୱାଇଟ ବ୍ଲଡ ସେଲସ ରହିଛି। ଯାହାକି କରୋନା ଭାଇରାସ ସହିତ ଲଢ଼ିବାରେ ସକ୍ଷମ ବୋଲି ପ୍ରମାଣିତ ହୋଇଛି। ଏବେ ଏହାକୁ ଅଧିକ ଲୋକଙ୍କ କ୍ଷେତ୍ରରେ ପ୍ରୟୋଗ କରି ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।

ବ୍ରିଟେନ ଏହି କରୋନା ଟିକାର ୧୦୦ ମିଲିୟନ୍ ଡୋଜ ତିଆରି କରିବା ପାଇଁ ଅର୍ଡର କରିଛି। ଏହି  ଟିକା ଭାରତର ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ତିଆରି ହେଉଛି।

ଉଲ୍ଲେଖଯୋଗ୍ୟ ଯେ, ସମଗ୍ର ବିଶ୍ୱ ଏବେ କରୋନା ଟିକା ଅପେକ୍ଷାରେ ରହିଛି। ବିଶ୍ୱରେ ଛଅ ଲକ୍ଷରୁ ଅଧିକ ଲୋକ ଏହି ଘାତକ ଭାଇରସରେ ପ୍ରାଣ ହରାଇ ସାରିଲେଣି। କରୋନା ମହାମାରୀ କେବେ ଯିବ ବୋଲି ସମସ୍ତେ ଅପେକ୍ଷା କରିଥିବା ବେଳେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ହୋଇଥିବା ଏହି ଟିକା ସମ୍ପୂର୍ଣ୍ଣ ସଫଳତାର ନିକଟତର ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବେ ସାରା ବିଶ୍ୱରେ ୧୪୦ଟି ଟିକା ଉପରେ ନଜର ରଖିଛି। ଏଥିମଧ୍ୟରୁ ପ୍ରାୟ ଦୁଇ ଡର୍ଜନ ଟିକା ମଣିଷଙ୍କ ଶରୀରରେ ପରୀକ୍ଷା ହୋଇଛି।

ଚାଇନାର କମ୍ପାନୀ ସିନୋଭାକ୍ ବାୟୋଟେକ୍, ବ୍ରାଜିଲର ଏକ ଟିକା ମଧ୍ୟ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିବାକୁ ଯାଉଛନ୍ତି। ଅନ୍ୟପଟେ ଭାରତରେ ମଧ୍ୟ ଦୁଇଟି ଟିକା ମାନବ ପରୀକ୍ଷା ପର୍ଯ୍ୟାୟରେ ଅଛି।

Related story