ଚିଦାମ୍ବରମଙ୍କ ଚିନ୍ତା ବଢ଼ାଇଲା ସିବିଆଇ, ଦେଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦେଶର ପୂର୍ବତନ ଗୃହ ଓ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଅଢ଼ୁଆ ବଢ଼ିବାରେ ଲାଗିଛି। ବର୍ତ୍ତମାନ ତିହାର ଜେଲରେ ଥିବା ଚିଦାଙ୍କ ବିରୋଧରେ ଆଜି ସିବିଆଇ ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରାଇଛି। ଚିଦା ଆଇଏନଏକ୍ସ ମିଡିଆ ମାମଲାରେ ରାଜସାକ୍ଷୀ ହୋଇଥିବା ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସହ କରିଥିବା ବୈଠକର ସମସ୍ତ ପ୍ରମାଣ ନଷ୍ଟ କରିଦେଇଥିବା ସିବିଆଇ କୋର୍ଟଙ୍କୁ ଜଣାଇଛି। ସିବିଆଇ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର […]

e

Hemant Lenka
  • Published: Friday, 27 September 2019
  • , Updated: 27 September 2019, 05:55 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦେଶର ପୂର୍ବତନ ଗୃହ ଓ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଅଢ଼ୁଆ ବଢ଼ିବାରେ ଲାଗିଛି। ବର୍ତ୍ତମାନ ତିହାର ଜେଲରେ ଥିବା ଚିଦାଙ୍କ ବିରୋଧରେ ଆଜି ସିବିଆଇ ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରାଇଛି। ଚିଦା ଆଇଏନଏକ୍ସ ମିଡିଆ ମାମଲାରେ ରାଜସାକ୍ଷୀ ହୋଇଥିବା ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସହ କରିଥିବା ବୈଠକର ସମସ୍ତ ପ୍ରମାଣ ନଷ୍ଟ କରିଦେଇଥିବା ସିବିଆଇ କୋର୍ଟଙ୍କୁ ଜଣାଇଛି।

ସିବିଆଇ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, “ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ସାକ୍ଷାତ କରିଥିଲେ। ହେଲେ ଭିଜିଟର ଲିଷ୍ଟରୁ ଏହି ତଥ୍ୟକୁ ଗାଏବ କରିଦିଆଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ ଜାଣିଶୁଣି ଭିଜିଟର ଲିଷ୍ଟକୁ ନଷ୍ଟ କରିଦିଆଯାଇଛି। ତେବେ ହୋଟେଲ ଓବେରୋଇରୁ ଯେଉଁ ଗାଡ଼ି ନେଇ ଇନ୍ଦ୍ରାଣୀ ଓ ତାଙ୍କ ସ୍ୱାମୀ ପିଟର ଅର୍ଥମନ୍ତ୍ରୀ ଥିବା ପି ଚିଦାମ୍ବରମଙ୍କୁ ସାକ୍ଷାତ କରିବାକୁ ଯାଉଥିଲେ, ତା’ର ପ୍ରମାଣ ଆମକୁ ମିଳିଛି।

ଇନ୍ଦ୍ରାଣୀ ଆଇଏନ୍‌ଏକ୍ସ ମିଡିଆ ମାମଲାର କେବଳ ସହଯୋଗୀ ଅଭିଯୁକ୍ତ ନୁହନ୍ତି। ସେ ମାମଲାର ରାଜସାକ୍ଷୀ। ସେ ମାଜିଷ୍ଟ୍ରେଟଙ୍କ ଆଗରେ ପି ଚିଦାମ୍ବରମଙ୍କୁ ସାକ୍ଷାତ କରିଥିଲେ ବୋଲି କହି ସାରିଛନ୍ତି। ତେଣୁ ଏବେ ଚିଦାଙ୍କ ଜାମିନ୍‌ ଆବେଦନକୁ ଖାରଜ କରାଯାଉ। ଜାମିନରେ ଗଲେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି।”

ଅର୍ଥମନ୍ତ୍ରୀ ଥିବା ବେଳେ ଆଇଏନଏକ୍ସ ମିଡିଆରେ ବିଦେଶ ପୁଞ୍ଜି ନିବେଶ ପାଇଁ ଚିଦା ନିଜ ପଦର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କୁ ସିବିଆଇ ଅଗଷ୍ଟ ୨୧ରେ ଗିରଫ କରିଥିଲା। ଏବେ ସେ ଅକ୍ଟୋବର ୩ ଯାଏ ତିହାର ଜେଲରେ ରହିବାକୁ କୋର୍ଟ ନିର୍ଦ୍ଦେଶ ପାଇଛନ୍ତି।

Related story