ଆର୍ଥିକ ପଛୁଆଙ୍କୁ ୧୦% ସଂରକ୍ଷଣ ସମ୍ବିଧାନ ବିରୋଧୀ: ଗୁଜରାଟ ହାଇକୋର୍ଟ

ଅହମ୍ମଦାବାଦ: ଆର୍ଥିକ ଦୃଷ୍ଟିରୁ ପଛୁଆ ଉଚ୍ଚ ଜାତିର ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ଗୁଜରାଟ ସରକାର ନେଇଥିବା ନିଷ୍ପତ୍ତିକୁ ଜୁଗରାଟ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ଏପରି ସଂରକ୍ଷଣ ସମ୍ବିଧାନ ବିରୋଧୀ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି। କୋର୍ଟଙ୍କ ଏହି ରାୟ ପରେ ଗୁଜରାଟ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। ପିଆଇଏଲ୍‌ରେ କୁହାଯାଇଛି ଯେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ସମ୍ବିଧାନର ସମାନତା ଅଧିକାର ଉଲ୍ଲଂଘନ ହୋଇଛି। ସଂରକ୍ଷଣ ଦେବା ବେଳେ ସମ୍ବିଧାନର କୌଣସି  ଉଲ୍ଲଂଘନ କରାଯାଇ ନ […]

patel-protest_1

Rakesh Mallick
  • Published: Thursday, 04 August 2016
  • , Updated: 04 August 2016, 03:27 PM IST

ଅହମ୍ମଦାବାଦ: ଆର୍ଥିକ ଦୃଷ୍ଟିରୁ ପଛୁଆ ଉଚ୍ଚ ଜାତିର ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ଗୁଜରାଟ ସରକାର ନେଇଥିବା ନିଷ୍ପତ୍ତିକୁ ଜୁଗରାଟ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ଏପରି ସଂରକ୍ଷଣ ସମ୍ବିଧାନ ବିରୋଧୀ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି। କୋର୍ଟଙ୍କ ଏହି ରାୟ ପରେ ଗୁଜରାଟ ସରକାରଙ୍କୁ ଶକ୍ତ ଝଟକା ଲାଗିଛି।

ପିଆଇଏଲ୍‌ରେ କୁହାଯାଇଛି ଯେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ସମ୍ବିଧାନର ସମାନତା ଅଧିକାର ଉଲ୍ଲଂଘନ ହୋଇଛି। ସଂରକ୍ଷଣ ଦେବା ବେଳେ ସମ୍ବିଧାନର କୌଣସି  ଉଲ୍ଲଂଘନ କରାଯାଇ ନ ଥିବା ସରକାର ଦର୍ଶାଇ ଥିଲେ।

ସୂଚନାଯୋଗ୍ୟ, ପଟେଲ ସମ୍ପ୍ରଦାୟର ଲୋକଙ୍କୁ ସଂରକ୍ଷଣ ଦେବା ଦାବିରେ ଗୁଜରାଟରେ ହାର୍ଦ୍ଦିକ ପଟେଲଙ୍କ ନେତୃତ୍ୱରେ ଆନ୍ଦୋଳନ ତେଜିଥିଲା। ପରେ ଏହି ଆନ୍ଦୋଳନ ହିଂସାର ରୂପ ନେଇଥିଲା। ପଟେଲମାନେ ସାଧାରଣ ବର୍ଗରେ ସାମିଲ ଅଛନ୍ତି। ଗୁଜରାଟ ସରକାରଙ୍କ ଆର୍ଥିକ କ୍ଷେତ୍ରରେ ସଂରକ୍ଷଣ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିଲେ ପଟେଲମାନେ ମଧ୍ୟ ଉପକୃତ ହୋଇଥାନ୍ତେ।

Related story