୬ ଓଡ଼ିଆଙ୍କ ସହ ୧୧୯ଙ୍କୁ ମିଳିବ ପଦ୍ମ ସମ୍ମାନ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ଭାରତ ସରକାର। ଚଳିତ ବର୍ଷ ୬ ଓଡ଼ିଆଙ୍କ ସହ ମୋଟ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ଦେଶର ସର୍ବୋଚ୍ଚ ବେସାମରିକ ପଦ୍ମ ବିଭୂଷଣରେ ଜଣେ ଓଡ଼ିଆଙ୍କ ସମେତ ୭ ଜଣ ସମ୍ମାନିତ ହେବେ। ଏମାନଙ୍କ ମଧ୍ୟରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ନାଁ ମଧ୍ୟ ରହିଛି। ପବ୍ଲିକ ବ୍ୟାପାର ବିଭାଗ କ୍ଷେତ୍ରରେ ତାଙ୍କୁ ଏହି ସମ୍ମାନ ମିଳିବ। ଓଡ଼ିଆ ଭାସ୍କର୍ଯ୍ୟ […]

dy

Hemant Lenka
  • Published: Monday, 25 January 2021
  • , Updated: 25 January 2021, 10:06 PM IST

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ଭାରତ ସରକାର। ଚଳିତ ବର୍ଷ ୬ ଓଡ଼ିଆଙ୍କ ସହ ମୋଟ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ଦେଶର ସର୍ବୋଚ୍ଚ ବେସାମରିକ ପଦ୍ମ ବିଭୂଷଣରେ ଜଣେ ଓଡ଼ିଆଙ୍କ ସମେତ ୭ ଜଣ ସମ୍ମାନିତ ହେବେ। ଏମାନଙ୍କ ମଧ୍ୟରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ନାଁ ମଧ୍ୟ ରହିଛି। ପବ୍ଲିକ ବ୍ୟାପାର ବିଭାଗ କ୍ଷେତ୍ରରେ ତାଙ୍କୁ ଏହି ସମ୍ମାନ ମିଳିବ।

ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ, କଳା ପାଇଁ ଏସ ପି ବାଲାସୁବ୍ରମଣିଅନ, ମେଡିସନି ପାଇଁ ବେଲେ ମୋନାପ୍ପା ହେଗଡେ, ବିଜ୍ଞାନ ଓ ଇଞ୍ଜିନିୟରିଂ ପାଇଁ ଆମେରିକାର ନରିନ୍ଦର ସିଂହ କାପନେୟ, ମୌଲାନା ୱାହିଦୁଦ୍ଦିନ ଖାନ ଏବଂ ବିବି ଲାଲଙ୍କୁ ମଧ୍ୟ ପଦ୍ମ ବିଭୂଷଣ ସମ୍ମାନ ମିଳିବ।

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ରାଜ୍ୟର ୬ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସୁଦର୍ଶନ ସାହୁଙ୍କୁ କଳା ପାଇଁ ପଦ୍ମବିଭୂଷଣ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଥିବାବେଳେ ଅନ୍ୟ ୫ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ତାଲିକା ଅନୁସାରେ ମୋଟ ୧୧୯ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମବିଭୂଷଣ(୭ଜଣ), ପଦ୍ମଭୂଷଣ(୧୦ଜଣ) ଓ ପଦ୍ମଶ୍ରୀ ପୁରସ୍କାର (୧୧୨ଜଣ) ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି।


ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବାକୁ ଓଡ଼ିଶାର ମୋଟ ୬ଜଣ ବିଶିଷ୍ଟ ବ୍ୟକ୍ତି ମନୋନୀତ ହୋଇଛନ୍ତି। ସୁଦର୍ଶନ ସାହୁ(କଳା) ପାଇଁ ପଦ୍ମବିଭୂଷଣ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ଶାନ୍ତି ଦେବୀ(ସମାଜସେବା), କଳା ପାଇଁ ପୂର୍ଣ୍ଣମାସୀ ଜାନି(କଳା), ନନ୍ଦ ପୃଷ୍ଟି (ସାହିତ୍ୟ ଓ ଶିକ୍ଷା), ରଥଯାତ୍ରା ଉଦଘୋଷକ ତଥା ସଂସ୍କୃତି ବିଶେଷଜ୍ଞ ରଜତ କୁମାର କର(ସାହିତ୍ୟ ଓ ଶିକ୍ଷା) ଏବଂ ଡାକ୍ତର କୃଷମୋହନ ପାଠୀ(ମେଡିସିନ) ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ।

ସୂଚନାଯୋଗ୍ୟ, ୧୯୩୪ ଏପ୍ରିଲ ୧୮ତାରିଖରେ ଜନ୍ମିତ ଶାନ୍ତି ଦେବୀ ‘ସେବା ସମାଜ’ ନାଁରେ ଏକ ସଂସ୍ଥା ଗଠନ କରିବା ସହ ଗୁଣୁପୁରରେ ଏକ ଆଶ୍ରମ କରି ସେଠାରେ ଅନାଥ ଶିଶୁଙ୍କୁ ରହିବା ଓ ଶିକ୍ଷା ଯୋଗାଇ ଆସୁଛନ୍ତି। ପୂର୍ବରୁ ସେ କୋରାପୁଟରେ ଏକ ଛୋଟିଆ ଆଶ୍ରମ କରିଥିଲେ।

ପଦ୍ମ ଭୂଷଣ ପାଇଥିବା ୧୦ ଜଣଙ୍କ ମଧ୍ୟରେ କେରଳର କେ ନାଏର ଶନ୍ତକୁମାରୀ ଚିତ୍ରା, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ବିଲାଶ ପାଶ୍ୱାନ, ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ, କଲବେ ସିଦ୍ଦିକଙ୍କୁ ମରଣୋତ୍ତର ପଦ୍ମ ଭୂଷଣ, ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ, ନୃପିନ୍ଦର ମିଶ୍ର, ରଜନୀକାନ୍ତ ଦେବୀଦାସ ଶରଫ ଓ ହରିଆଣାର ତ୍ରିଲୋଚନ ସିଂହ ରହିଛନ୍ତି।

Related story