ନୂଆଦିଲ୍ଲୀ: ସଞ୍ଜୟ ଲୀଲା ବଂଶାଲୀଙ୍କ ‘ପଦ୍ମାବତ’କୁ ନେଇ ସାରା ଦେଶରେ ନିଆଁ ଜଳୁଛି। କିଛି ରାଜ୍ୟରେ ଏହାକୁ ବିରୋଧ କରି ପ୍ରତିବାଦ କରାଯାଉଛି। ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟ ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ହିଂସା ଘଟାଇଛନ୍ତି। ଏହା ଭିତରେ ପଦ୍ମାବତ ପାଇଁ ଆଉ ଏକ ଖୁସି ଖବର ଆସିଛି। ଭାରତରେ ଏହାକୁ ବିରୋଧ କରାଯାଉଥିବା ବେଳେ ପାକିସ୍ତାନରେ ବିନା କାଣ୍ଟଛାଣ୍ଟରେ ଏହା ରିଲିଜ ହୋଇଛି। ଆଲ୍ଲାଉଦ୍ଦିନ ଖିଲିଜଙ୍କୁ ଖଳନାୟକ ଭୂମିକାରେ ଦର୍ଶା ଯାଇଥିବାରୁ ଏହାକୁ ବିରୋଧ କରାଯିବାର ଆଶଙ୍କା ଥିଲା। ହେଲେ ରିଲିଜ ବେଳେ ସେପରି କିଛି ଦେଖିବାକୁ ମିଳି ନଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲେ ପାକିସ୍ତାନ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସେନ୍ସର୍ସ (ସିବିଏଫ୍ସି) ଏହାକୁ ‘U’ ସାର୍ଟିଫଇକେଟ୍ ଦେଇଛି।
ମୋବାସିର ହସନ କହିଛନ୍ତି, ସିବିଏଫ୍ସି ଆର୍ଟ, ରିଏଟିଭିଟି ଓ ସୁସ୍ଥ ମନୋରଞ୍ଜନକୁ ନେଇ କେବେ ବି ପକ୍ଷପାତ କରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।