ପାକ୍ ସେନାର ଯୁଦ୍ଧବିରତି ଉଲ୍ଲଂଘନ, ଜଣେ ବିଏସ୍‌ଏଫ୍ ଯବାନ ସହିଦ

ଜମ୍ମୁ: ପାକିସ୍ତାନ ସେନା ପକ୍ଷରୁ ପୁଣି ଯୁଦ୍ଧବିରତି ଉଲ୍ଲଂଘନ କରାଯାଇଛି। ଜମ୍ମୁ ଜିଲ୍ଲାରେ ଅନ୍ତର୍ଜାତୀୟ ସୀମା ନିକଟରେ ଥିବା ସେନାର ଅନେକ ଛାଉଣୀ ଉପରକୁ ଗତକାଲି ରାତିରେ ପାକ୍ ସେନା ପକ୍ଷରୁ ପ୍ରବଳ ଗୁଳି ମାଡ଼ କରାଯାଇଛି। ଏଥିରେ ବିଏସ୍‌ଏଫ୍‌ର ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ମୃତ ଯବାନଙ୍କ ନାଁ ସୁଶୀଲ କୁମାର। ପୋଲିସ୍ ପକ୍ଷରୁ କୁହାଯାଇଛି ଯେ ପାକ୍ ସେନାର ଗୁଳି ମାଡ଼ରେ ଜିଲ୍ଲାର ଆର୍‌.ଏସ୍‌ ପୂରା ସେକ୍ଟରରେ […]

jammu

Rakesh Mallick
  • Published: Monday, 24 October 2016
  • , Updated: 24 October 2016, 10:03 AM IST

ଜମ୍ମୁ: ପାକିସ୍ତାନ ସେନା ପକ୍ଷରୁ ପୁଣି ଯୁଦ୍ଧବିରତି ଉଲ୍ଲଂଘନ କରାଯାଇଛି। ଜମ୍ମୁ ଜିଲ୍ଲାରେ ଅନ୍ତର୍ଜାତୀୟ ସୀମା ନିକଟରେ ଥିବା ସେନାର ଅନେକ ଛାଉଣୀ ଉପରକୁ ଗତକାଲି ରାତିରେ ପାକ୍ ସେନା ପକ୍ଷରୁ ପ୍ରବଳ ଗୁଳି ମାଡ଼ କରାଯାଇଛି। ଏଥିରେ ବିଏସ୍‌ଏଫ୍‌ର ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ମୃତ ଯବାନଙ୍କ ନାଁ ସୁଶୀଲ କୁମାର।

ପୋଲିସ୍ ପକ୍ଷରୁ କୁହାଯାଇଛି ଯେ ପାକ୍ ସେନାର ଗୁଳି ମାଡ଼ରେ ଜିଲ୍ଲାର ଆର୍‌.ଏସ୍‌ ପୂରା ସେକ୍ଟରରେ ଦୁଇ ଜଣ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପାକ୍ ସେନା ପକ୍ଷରୁ ଭାରତୀୟ ସେନାର ୨୫ଟି ବୋର୍ଡର ଆଉଟ୍ ପୋଷ୍ଟ୍ (ବିଓପି) ଉପରକୁ ଗୁଳିମାଡ଼ କରାଯାଇଥିଲା। ସେହିପରି ଅନ୍ତର୍ଜାତୀୟ ସୀମା ନିକଟରେ ଥିବା ଅନେକ ଗାଁ ଉପରକୁ ମଧ୍ୟ ପାକ୍ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିଲା।

ପାକ୍‌ ଅଧିକୃତ କାଶ୍ମୀରରେ ଭାରତୀୟ ସେନାର ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ପାକିସ୍ତାନ ସେନା ଏହାକୁ ମିଶାଇ ୪୦ରୁ ଅଧିକ ଥର ଯୁଦ୍ଧବିରତି ଉଲ୍ଲଂଘନ କରିସାରିଲାଣି। ଉରୀରେ ଆତଙ୍କବାଦୀ ଆକ୍ରମଣ ପରେ ସର୍ଜିକାଲ୍ ଷ୍ଟ୍ରାଇକ୍‌ କରାଯାଇଥିଲା। ଉରୀ ଆକ୍ରମଣରେ ୧୯ ଯବାନ ସହିଦ ହୋଇଥିଲେ।

Related story