ଚାଇନାର ମୁସଲିମ୍‌ଙ୍କ ଉପରେ ଅତ୍ୟାଚାରକୁ ନେଇ ଚୁପ୍‌ କାହିଁକି ଇମ୍ରାନ୍‌?

ନ୍ୟୁୟର୍କ: କଶ୍ମୀର ଏବଂ ଭାରତୀୟ ମୁସଲିମ୍‌ଙ୍କୁ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଇମ୍ରାନ୍‌ଙ୍କ ଦୋମୁହାଁ ନୀତିକୁ ନେଇ ଏବେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଶ୍ନ ଉଠିଛି। ଆମେରିକା ଇମ୍ରାନ୍‌ଙ୍କୁ କହିଛି କଶ୍ମୀର ମୁସଲିମ୍‌ଙ୍କ ପାଇଁ ଯେତିକି ଚିନ୍ତା ପ୍ରକଟ କରୁଛ ଚାଇନାର ମୁସଲିମ୍‌ଙ୍କ ପାଇଁ ମଧ୍ୟ ସମାନ ଚିନ୍ତା ପ୍ରକଟ କର। ଆମେରିକାର ଦକ୍ଷିଣ ଓ ମଧ୍ୟ ଏସିଆ କାର୍ଯ୍ୟକାରୀ ସଚିବ ଭାବେ କାର୍ଯ୍ୟରତ ଆଲିସ୍‌ ୱେଲ୍ସ ଗୁରୁବାର ପ୍ରଶ୍ନ କରିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ […]

china

china

Subrat Kumar Nayak
  • Published: Friday, 27 September 2019
  • Updated: 27 September 2019, 04:54 PM IST

Sports

Latest News

ନ୍ୟୁୟର୍କ: କଶ୍ମୀର ଏବଂ ଭାରତୀୟ ମୁସଲିମ୍‌ଙ୍କୁ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଇମ୍ରାନ୍‌ଙ୍କ ଦୋମୁହାଁ ନୀତିକୁ ନେଇ ଏବେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଶ୍ନ ଉଠିଛି। ଆମେରିକା ଇମ୍ରାନ୍‌ଙ୍କୁ କହିଛି କଶ୍ମୀର ମୁସଲିମ୍‌ଙ୍କ ପାଇଁ ଯେତିକି ଚିନ୍ତା ପ୍ରକଟ କରୁଛ ଚାଇନାର ମୁସଲିମ୍‌ଙ୍କ ପାଇଁ ମଧ୍ୟ ସମାନ ଚିନ୍ତା ପ୍ରକଟ କର। ଆମେରିକାର ଦକ୍ଷିଣ ଓ ମଧ୍ୟ ଏସିଆ କାର୍ଯ୍ୟକାରୀ ସଚିବ ଭାବେ କାର୍ଯ୍ୟରତ ଆଲିସ୍‌ ୱେଲ୍ସ ଗୁରୁବାର ପ୍ରଶ୍ନ କରିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଚାଇନା ବାବଦରେ କାହିଁକି ପ୍ରଶ୍ନ କରୁନାହାନ୍ତି। ଚାଇନା ହଜାର ହଜାର ଉଇଘୁର ଏବଂ ଅନ୍ୟ ଟର୍କିସ୍‌ କୁହା ମୁସଲିମ୍‌ଙ୍କୁ ଅଟକ ରଖିଥିଲେ ମଧ୍ୟ ଇମ୍ରାନ୍‌ ସେଥିପ୍ରତି ଚିନ୍ତିତ ନାହାନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଲଗାତାର କଶ୍ମୀରକୁ ନେଇ ମତ ରଖିବା ପରେ ଆଲିସ୍‌ କହିଛନ୍ତି, ପଶ୍ଚିମ ଚାଇନାରେ ଅଟକ ଥିବା କଶ୍ମିରୀମାନଙ୍କ ବାବଦରେ ମଧ୍ୟ ସମାନ ଚିନ୍ତା ପ୍ରକଟ କରନ୍ତୁ ଇମ୍ରାନ୍‌। ମୁସଲିମ୍‌ଙ୍କ ମାନବାଧିକାର କଶ୍ମୀରଠାରୁ ଆହୁରି ଅଧିକ ବ୍ୟାପକ।

ସୂଚନାଯୋଗ୍ୟ ଯେ, ଇମ୍ରାନ୍‌ ଲଗାତାର କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ସ୍ତରର ପ୍ରସଙ୍ଗ କରିବାକୁ ପ୍ରୟାସ କରିଆସୁଛନ୍ତି। ଏଥିପାଇଁ ବିଭିନ୍ନ ରାଷ୍ଟ୍ରଠାରୁ ନିରାଶ ହେବାପରେ ମଧ୍ୟ ସେ ଜାତିସଂଘ ନିକଟରେ ବାରମ୍ବାର ଦାବି ରଖିଆସିଛନ୍ତି। ସେ କଶ୍ମୀର ସହ ଭାରତର ଅନ୍ୟ ପ୍ରାନ୍ତରେ ଥିବା ମୁସଲିମ୍‌ଙ୍କ ଅଧିକାର ଓ ସୁରକ୍ଷାକୁ ନେଇ ସମସ୍ତଙ୍କ ସମବେଦନା ସାଉଁଟିବାର ପ୍ରୟାସ କରୁଥିଲେ ହେଁ ସେ ବିଫଳ ହୋଇଛନ୍ତି। ନିଜ ଦେଶରେ ସଂଖ୍ୟାଲଘୁଙ୍କ ସ୍ଥିତି ବିପର୍ଯ୍ୟସ୍ତ ଥିବାବେଳେ ସେ ନିଜକୁ କଶ୍ମିରୀଙ୍କ ଆମ୍ବାସଡର୍‌ ବୋଲି ମଧ୍ୟ କହିସାରିଛନ୍ତି।

କିନ୍ତୁ ଯେତେବେଳେ ମଧ୍ୟ ଚାଇନାରେ ମୁସଲିମ୍‌ଙ୍କ ସ୍ଥିତି କଥା ଉଠିଛି ଇମ୍ରାନ୍‌ ନୀରବତା ଅବଲମ୍ବନ କରିଆସିଛନ୍ତି। ଚାଇନାରେ ମୁସଲିମ୍‌ଙ୍କ ଅଧିକାର ଏବଂ ସୁରକ୍ଷା ବାବଦରେ ପଚରାଗଲେ ସେ ଏହାକୁ ଏଡ଼ାଇବାକୁ ଯାଇ ଥରେ କହିଥିଲେ, ପାକିସ୍ତାନର ବହୁତ କିଛି ସମସ୍ୟା ଅଛି। ପ୍ରଥମେ ସେହି ବିଷୟରେ ସେ ଚିନ୍ତା କରିବେ। ସେ ଗତ ସୋମବାର ଏହି ପ୍ରଶ୍ନରେ କହିଥିଲେ, ଆମର ଚାଇନା ସହ ସ୍ୱତନ୍ତ୍ର ସମ୍ପର୍କ ରହିଛି। ଏସବୁ ପ୍ରସଙ୍ଗ ଆମେ ଗୋପନୀୟତାର ସହ ଉଠାଇବୁ।

ବିଭିନ୍ନ ଅଟକ କେନ୍ଦ୍ରରେ ଏହି ଉଇଘୁର ମୁସଲିମ୍‌ଙ୍କୁ ରଖାଯିବା ସହ ସେମାନଙ୍କୁ ଭୋକେସନାଲ ସେଣ୍ଟରରେ ବିଭିନ୍ନ ଅଜବ ଶିକ୍ଷା ଦିଆଯାଉଛି। ସେମାନଙ୍କ ଧର୍ମ କୁଆଡ଼େ ସେମାନଙ୍କୁ ଉଗ୍ରବାଦ ଆଡ଼କୁ ନେଉଛି ବୋଲି ଦର୍ଶାଇ ସେମାନଙ୍କୁ ଟାର୍ଗେଟ୍‌ କରାଯିବା ଆରମ୍ଭ ହୋଇଛି। ଏପରିକି ବୁର୍ଖା ଓ ଅନ୍ୟ ପାରମ୍ପରିକ ପୋଷାକ ଉପରେ ମଧ୍ୟ କଟକଣା ଆରମ୍ଭ ହୋଇଛି। ପୂର୍ବରୁ ତିବ୍ବତର ବୌଦ୍ଧ ଧର୍ମାବଲମ୍ବୀଙ୍କୁ ଟାର୍ଗେଟ୍‌ କରିଥିବା ଚାଇନା ଏବେ ମୁସଲିମ୍‌ଙ୍କୁ ଟାର୍ଗେଟ୍‌ କରୁଛି।

ଏହି ସେଣ୍ଟରସବୁ ମାନବାଧିକାର କର୍ମୀଙ୍କ ଦ୍ୱାରା କଡ଼ା ସମାଲୋଚନାର ଶିକାର ହୋଇଆସୁଛି। ସେମାନଙ୍କୁ ଏତେ ମାତ୍ରାରେ ଅଟକ ରଖାଯିବା, ଉଇଘୁରଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଏବଂ ଏକ ନିର୍ଦ୍ଦିଷ୍ଟ ମତ ଅନୁସରଣ କରିବାକୁ ମଧ୍ୟ କରିବା ଆଦିକୁ ନିନ୍ଦା କରାଯାଉଛି। ସୂଚନାଯୋଗ୍ୟ ଯେ, ସିନ୍‌ଜିଆଙ୍ଗ ପ୍ରଦେଶରେ ସବୁଠାରୁ ଅଧିକ ଅଟକ କେନ୍ଦ୍ର କରାଯାଇଛି। ଏହି ପ୍ରଦେଶ ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ମଙ୍ଗୋଲିଆ, କାଜାଖ୍‌ସ୍ତାନ୍‌ ଏବଂ କିର୍ଗିଜ୍‌ସ୍ତାନକୁ ଲାଗିଛି। ଏହାର ମୋଟ ଜନସଂଖ୍ୟାରେ ଉଇଘୁରଙ୍କ ସଂଖ୍ୟା ସର୍ବାଧିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos