ପାକ୍‌ ଡ୍ରୋନ୍‌ର ଅସ୍ତ୍ର ଡେଲିଭରୀ, ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ: ପଞ୍ଜାବର ସୀମାନ୍ତ ଅଞ୍ଚଳକୁ ପାକିସ୍ତାନୀ ଡ୍ରୋନ୍‌ ଅସ୍ତ୍ର ଚାଲାଣ କରିବା ମାମଲାର ତଦନ୍ତ ଏବେ ଏନ୍‌ଆଇଏ କରିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପାକିସ୍ତରୁ ଏଥିନେଇ ଷଡ଼ଯନ୍ତ୍ର ହୋଇଥିବା ନେଇ ଅଭିଯୋଗ ଆସିଥିବାବେଳେ ବର୍ତ୍ତମାନ ଏହି ତଦନ୍ତ ଜରିଆରେ ଆହୁରି ତଥ୍ୟ ସାମ୍ନାକୁ ଆସିବ। ଏହି ମାମଲା ପ୍ରଥମେ ପଞ୍ଜାବ ପୁଲିସ୍‌ ପରିଚାଳନା କରୁଥିଲା। ଗତକାଲି ଏକ ଏନ୍‌ଆଇଏ ଟିମ୍‌ ପଞ୍ଜାବ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି। ପଞ୍ଜାବ ପୁଲିସ୍‌ ଦାବି […]

pak-drone

pak-drone

Subrat Kumar Nayak
  • Published: Friday, 04 October 2019
  • Updated: 04 October 2019, 08:09 PM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବର ସୀମାନ୍ତ ଅଞ୍ଚଳକୁ ପାକିସ୍ତାନୀ ଡ୍ରୋନ୍‌ ଅସ୍ତ୍ର ଚାଲାଣ କରିବା ମାମଲାର ତଦନ୍ତ ଏବେ ଏନ୍‌ଆଇଏ କରିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପାକିସ୍ତରୁ ଏଥିନେଇ ଷଡ଼ଯନ୍ତ୍ର ହୋଇଥିବା ନେଇ ଅଭିଯୋଗ ଆସିଥିବାବେଳେ ବର୍ତ୍ତମାନ ଏହି ତଦନ୍ତ ଜରିଆରେ ଆହୁରି ତଥ୍ୟ ସାମ୍ନାକୁ ଆସିବ।

ଏହି ମାମଲା ପ୍ରଥମେ ପଞ୍ଜାବ ପୁଲିସ୍‌ ପରିଚାଳନା କରୁଥିଲା। ଗତକାଲି ଏକ ଏନ୍‌ଆଇଏ ଟିମ୍‌ ପଞ୍ଜାବ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି। ପଞ୍ଜାବ ପୁଲିସ୍‌ ଦାବି କରିଆସୁଛି ପାକିସ୍ତାନର ଆଇଏସ୍‌ଆଇ ସମର୍ଥନରେ ଇସଲାମିଷ୍ଟ ଏବଂ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ସୀମା ଦେଇ ଡ୍ରୋନ୍‌ ଜରିଆରେ ଭାରତକୁ ଅସ୍ତ୍ର ପଠାଉଥିଲେ। ଏସବୁ ଖଲିସ୍ତାନ ସମର୍ଥକ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟରେ ପଠାଯାଉଥିଲା। ଏହି ଅସ୍ତ୍ର ବ୍ୟବହାର କରି ପଞ୍ଜାବ ଏବଂ ଆଖପାଖ ରାଜ୍ୟରେ ହମ୍‌ଲା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା।

ଏହା ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ମଧ୍ୟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଏ ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି। ସେ କେନ୍ଦ୍ର ନିକଟରେ ଦାବି କରିଛନ୍ତି ବାୟୁ ସେନା ଏବଂ ବିଏସ୍‌ଏଫ୍‌ ଆତଙ୍କବାଦୀ ନିରୋଧୀ ପଦକ୍ଷେପ ନେଇ ଅବଶ୍ୟସମ୍ଭାବୀ ଷଡ଼ଯନ୍ତ୍ର ବାବଦରେ ଯାଞ୍ଚ କରୁ।

ପଞ୍ଜାବ ପୁଲିସ୍‌ ଗତ କିଛି ଦିନ ତଳେ ହିଁ ପାକିସ୍ତାନ ଓ ଜର୍ମାନୀରେ ରହୁଥିବା କିଛି ଖଲିସ୍ତାନ ଆତଙ୍କୀଙ୍କ ସମର୍ଥନରେ ଚାଲିଥିବା ଖଲିସ୍ତାନ ଜିନ୍ଦାବାଦ ଫୋର୍ସର ଏହି ଭୟଙ୍କର ଷଡ଼ଯନ୍ତ୍ରକୁ ପଣ୍ଡ କରିଥିଲା। ପୁଲିସ୍ ଏହି ଆତଙ୍କବାଦୀମାନଙ୍କଠାରୁ ୫ଟି ଏକେ-୪୭, ୧୬ ମାଗଜିନ୍ସ ଓ ୪୭୨ ରାଉଣ୍ଡ ଗୁଳି, ୮ ମାଗଜିନ୍ ଓ ୭୨ ରାଉଣ୍ଡ ଗୁଳି ସହ ୪ଟି ଚାଇନା ନିର୍ମିତ ୦.୩୦ ବୋର୍ ପିସ୍ତଲ, ୫ଟି ସ୍ୟାଟେଲାଇଟ୍ ଫୋନ୍ ଓ ତା’ର ଆନୁସଙ୍ଗିକ ସ୍ୟାଟେଲାଇଟ୍ ଫୋନ୍, ୯ଟି ହ୍ୟାଣ୍ଡ ଗ୍ରେନେଡ୍, ୨ଟି ମୋବାଇଲ୍ ଫୋନ୍, ୨ଟି ୱେୟାରଲେସ୍ ଫୋନ୍ ଏବଂ ୧୦ ଲକ୍ଷ ମୂଲ୍ୟର ଜାଲନୋଟ୍ ଆଦି ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos