କଶ୍ମୀର ପ୍ରସଙ୍ଗ: ‘ପାକିସ୍ତାନ ପାଇଁ କଂଗ୍ରେସ ଓ ମମତାଙ୍କ ଭଳି ଲୋକ ଭାରତରେ ଅଛନ୍ତି’

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଓ ରାଜ୍ୟକୁ ଦୁଇ ଖଣ୍ଡ କରିବା ନିଷ୍ପତ୍ତିକୁ ନେଇ ଜୋରଦାର ବିତର୍କ ଚାଲିଛି। ଜଣେ ପାକିସ୍ତାନୀ ବିଶେଷଜ୍ଞ ଇସ୍‌ଲାମାବାଦର ଏକ ଚ୍ୟାନେଲ୍‌ରେ ଭାରତରେ ଥିବା ସେମାନଙ୍କ ସମର୍ଥକ ବା ସିମ୍ପାଥାଇର୍ଜସଙ୍କ ନାଁ କହିଛନ୍ତି। ଏହି ତାଲିକାରେ ଲେଖକ ଅରୁନ୍ଧତୀ ରୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ ପାର୍ଟି ରହିଛନ୍ତି। ମୁଶାହିନ ହୁସେନଙ୍କ ନାମକ ଏହି ବିଶେଷଜ୍ଞ ଜଣଙ୍କ ପାକିସ୍ତାନର ଟିଭି ଚ୍ୟାନେଲ ଜିଓ ଟିଭିର ଏକ […]

p

Hemant Lenka
  • Published: Monday, 12 August 2019
  • , Updated: 12 August 2019, 09:10 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଓ ରାଜ୍ୟକୁ ଦୁଇ ଖଣ୍ଡ କରିବା ନିଷ୍ପତ୍ତିକୁ ନେଇ ଜୋରଦାର ବିତର୍କ ଚାଲିଛି। ଜଣେ ପାକିସ୍ତାନୀ ବିଶେଷଜ୍ଞ ଇସ୍‌ଲାମାବାଦର ଏକ ଚ୍ୟାନେଲ୍‌ରେ ଭାରତରେ ଥିବା ସେମାନଙ୍କ ସମର୍ଥକ ବା ସିମ୍ପାଥାଇର୍ଜସଙ୍କ ନାଁ କହିଛନ୍ତି। ଏହି ତାଲିକାରେ ଲେଖକ ଅରୁନ୍ଧତୀ ରୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ ପାର୍ଟି ରହିଛନ୍ତି।

ମୁଶାହିନ ହୁସେନଙ୍କ ନାମକ ଏହି ବିଶେଷଜ୍ଞ ଜଣଙ୍କ ପାକିସ୍ତାନର ଟିଭି ଚ୍ୟାନେଲ ଜିଓ ଟିଭିର ଏକ ବିତର୍କରେ ଭାଗ ନେଇଥିଲେ। ଏହି ସମୟରେ କଶ୍ମୀର ପ୍ରସଙ୍ଗରେ ସେ ମତ ଦେଇ କହିଥିଲେ, “ଆମେ କଶ୍ମୀର ପ୍ରସଙ୍ଗକୁ ଗୁରୁତ୍ୱର ସହ ନେବା ଦରକାର। ଏହା ଏକ ଦୀର୍ଘ ସମୟ ଧରି ଚାଲିବାକୁ ଥିବା ଯୁଦ୍ଧ। ଭାରତ ଏକ ବିଶାଳ ଦେଶ।

ଅବଶ୍ୟ ପାକିସ୍ତାନ ସହ ଭାରତର ଅନେକ ଲୋକ ରହିଛନ୍ତି। ଲେଖକ ଅରୁନ୍ଧତୀ ରୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ, ବାମପନ୍ଥୀ ଦଳ ଓ ଦଳିତ ପାର୍ଟି ଗୁଡ଼ିକ ପାକିସ୍ତାନର ସିମ୍ପାଥାଇର୍ଜସ। ସମସ୍ତ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନାହାନ୍ତି।"

Related story