ଭାରତ ବିରୋଧରେ ଅପପ୍ରଚାର ପାଇଁ ପାକ୍‌ର କଣ୍ଟ୍ରୋଲ ରୁମ!

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ମଧ୍ୟ ସବୁ କିଛି ସ୍ୱାଭାବିକ ଚାଲିଛି। କାଁଭାଁ ଛୋଟମୋଟ ହିଂସାକାଣ୍ଡକୁ ଛାଡ଼ିଦେଲେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। କିନ୍ତୁ ଜମ୍ମୁ-କଶ୍ମୀରରେ ଶାନ୍ତି ଥିବାରୁ ଏହା ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏବେ ଜମ୍ମୁ-କଶ୍ମୀରକୁ ନେଇ ମିଥ୍ୟା ଅପପ୍ରଚାର କରିବାକୁ ପାକିସ୍ତାନର ହ୍ୟାଣ୍ଡର୍ଲସମାନେ ଏକ କଣ୍ଟ୍ରୋଲ ରୁମ ଖୋଲିଥିବା ଜଣାପଡ଼ିଛି। ଏହି କଣ୍ଟ୍ରୋଲ ରୁମ ଗୁଡ଼ିକ ଭାରତ ସରକାରଙ୍କ ବିରୋଧରେ ପ୍ରଚାର କରିବାକୁ ମସୁଧା କରୁଛନ୍ତି। ଏହି ତଥ୍ୟ ମିଳିବା ପରେ […]

u

Hemant Lenka
  • Published: Tuesday, 13 August 2019
  • , Updated: 13 August 2019, 04:45 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ମଧ୍ୟ ସବୁ କିଛି ସ୍ୱାଭାବିକ ଚାଲିଛି। କାଁଭାଁ ଛୋଟମୋଟ ହିଂସାକାଣ୍ଡକୁ ଛାଡ଼ିଦେଲେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। କିନ୍ତୁ ଜମ୍ମୁ-କଶ୍ମୀରରେ ଶାନ୍ତି ଥିବାରୁ ଏହା ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଏବେ ଜମ୍ମୁ-କଶ୍ମୀରକୁ ନେଇ ମିଥ୍ୟା ଅପପ୍ରଚାର କରିବାକୁ ପାକିସ୍ତାନର ହ୍ୟାଣ୍ଡର୍ଲସମାନେ ଏକ କଣ୍ଟ୍ରୋଲ ରୁମ ଖୋଲିଥିବା ଜଣାପଡ଼ିଛି। ଏହି କଣ୍ଟ୍ରୋଲ ରୁମ ଗୁଡ଼ିକ ଭାରତ ସରକାରଙ୍କ ବିରୋଧରେ ପ୍ରଚାର କରିବାକୁ ମସୁଧା କରୁଛନ୍ତି।

ଏହି ତଥ୍ୟ ମିଳିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ଜମ୍ମୁ-କଶ୍ମୀର ପ୍ରଶାସନ ଅଧିକ ସତର୍କତା ଅବଲମ୍ବନ କରିଛନ୍ତି। ପାକିସ୍ତାନର କଣ୍ଟ୍ରୋଲ ରୁମ ପ୍ରଚାର କରୁଥିବା କଣ୍ଟେଣ୍ଟ ଉପରେ ରୋକ ଲଗାଇବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ଜମ୍ମୁ-କଶ୍ମୀର ପ୍ରଶାସନ ବିଭିନ୍ନ ସର୍ଭିସ ପ୍ରୋଭାଇଡରମାନଙ୍କୁ ଜଣାଇ ଦେଇଛନ୍ତି।

Related story