'ତିବ୍ବତ ପରି ବାଲୋଚିସ୍ତାନ, ସିନ୍ଧକୁ ମୁକ୍ତ କରାଯାଉ'

ନୂଆଦିଲ୍ଲୀ: ପାକିସ୍ତାନ ପାଖରୁ ବାଲୋଚିସ୍ତାନ ଏବଂ ସିନ୍ଧ ପ୍ରଦେଶକୁ ସ୍ୱାଧୀନତା ଦେବା ଦରକାର। ଏ ନେଇ ପାକିସ୍ତାନର ନେତା ତଥା ମୁଟ୍ଟାହିଡା କୁଆମି ମୁଭମେଣ୍ଟ (ଏମକ୍ୟୁଏମ)ର ପ୍ରତିଷ୍ଠାତା ଅତଲଫ ହୁସେନ୍ ଆମେରିକାକୁ ଅନୁରୋଧ କରିଛନ୍ତି। ତିବ୍ବତକୁ ଚୀନ୍ ପାଖରୁ ସ୍ୱାଧୀନତା ଦେବାପାଇଁ ଆମେରିକା କଂଗ୍ରେସ (ସଂସଦ)ରେ ଯେଉଁ ଭଳି ବିଲ୍ ଆଣିଛି ସମାନ ବିଲ୍ ବାଲୋଚିସ୍ତାନ, ସିନ୍ଧ ପାଇଁ ଆଣିବାକୁ ହୁସେନ ଆମେରିକା ସରକାରକୁ ଅନୁରୋଧ କରିଛନ୍ତି। ହୁସେନ୍ ଟୁଇଟ୍ କରି କହିଛନ୍ତି, ମାନବିକତା ଆଧାରରେ ଆମେରିକା […]

pak leader

Subhransu Sekhar
  • Published: Friday, 29 May 2020
  • , Updated: 29 May 2020, 09:17 PM IST

ନୂଆଦିଲ୍ଲୀ: ପାକିସ୍ତାନ ପାଖରୁ ବାଲୋଚିସ୍ତାନ ଏବଂ ସିନ୍ଧ ପ୍ରଦେଶକୁ ସ୍ୱାଧୀନତା ଦେବା ଦରକାର। ଏ ନେଇ ପାକିସ୍ତାନର ନେତା ତଥା ମୁଟ୍ଟାହିଡା କୁଆମି ମୁଭମେଣ୍ଟ (ଏମକ୍ୟୁଏମ)ର ପ୍ରତିଷ୍ଠାତା ଅତଲଫ ହୁସେନ୍ ଆମେରିକାକୁ ଅନୁରୋଧ କରିଛନ୍ତି। ତିବ୍ବତକୁ ଚୀନ୍ ପାଖରୁ ସ୍ୱାଧୀନତା ଦେବାପାଇଁ ଆମେରିକା କଂଗ୍ରେସ (ସଂସଦ)ରେ ଯେଉଁ ଭଳି ବିଲ୍ ଆଣିଛି ସମାନ ବିଲ୍ ବାଲୋଚିସ୍ତାନ, ସିନ୍ଧ ପାଇଁ ଆଣିବାକୁ ହୁସେନ ଆମେରିକା ସରକାରକୁ ଅନୁରୋଧ କରିଛନ୍ତି।

ହୁସେନ୍ ଟୁଇଟ୍ କରି କହିଛନ୍ତି, ମାନବିକତା ଆଧାରରେ ଆମେରିକା ଏଭଳି ବିଲ୍ ସଂସଦରେ ଆଣିବା ଦରକାର। ଏହାଦ୍ୱାରା ବାଲୋଚିସ୍ତାନ ଏବଂ ସିନ୍ଧରେ ଥିବା ୮୦ ନିୟୁତରୁ ଅଧିକ ଲୋକଙ୍କ ଜୀବନ ସୁରକ୍ଷିତ ହୋଇପାରିବ। ଏହି ଲୋକମାନେ ପାକିସ୍ତାନ ପାଖରୁ ସ୍ୱାଧନୀତା ଚାହୁଁଛନ୍ତି।

ତିବ୍ବତ ମାନଙ୍କୁ ଚୀନ୍ ପାଖରୁ ସ୍ୱାଧୀନତା ଦେବା ଆମେରିକା ଯେଉଁଭଳି ବିଲ୍ ଆଣିଛି ସମାନ ବିଲ୍ ଆମେରିକା କଂଗ୍ରେସ ବାଲୋଚିସ୍ତାନ ଏବଂ ସିନ୍ଧବାସୀଙ୍କ ପାଇଁ ଆଣିବା ଦରକାର ବୋଲି ହୁସେନ୍ କହିଛନ୍ତି। ଏଥିସହ ତିବ୍ବତମାନଙ୍କ ପାଇଁ ଆମେରିକା ନେଇଥିବା ପଦକ୍ଷେପକୁ ସେ ସ୍ୱାଗତ କରିଛନ୍ତି।

ଗତ ସାତ ଦଶନ୍ଧି ଧରି ବାଲୁଚ ଏବଂ ସିନ୍ଧରେ ଥିବା ପୁରୁଷ ଓ ମହିଳା ବାରମ୍ବାର ନିଖୋଜ, ନିର୍ଯାତନାର ଶିକାର ହେଉଛନ୍ତି। ପାକିସ୍ତାନ ସେନା ଏବଂ ଗୁଇନ୍ଦା ମଧ୍ୟ ଏଥିପାଇଁ ସମର୍ଥନ କରୁଛି ବୋଲି ସେ କହିଛନ୍ତି। ବାଲୋଚିସ୍ତାନ ଏବଂ ସିନ୍ଧ ଅଞ୍ଚଳର ୯୦ ପ୍ରତିଶତ ଲୋକ ସ୍ୱାଧୀନତା ଚାହୁଁଛନ୍ତି ବୋଲି ଏମକ୍ୟୁଏମର ପ୍ରତିଷ୍ଠାତା ଅତଲଫ ହୁସେନ୍ କହିଛନ୍ତି।

ଆମେରିକା ତିବ୍ବତଙ୍କ ସ୍ୱାଧୀନତା ପାଇଁ ଯେଉଁ ପଦକ୍ଷେପ ନେଇଛି ତାହା ପ୍ରଶଂସନୀୟ। ଚୀନ୍ ମୌଳିକ ଅଧିକାର ଭୁଲି ତିବ୍ବତବାସୀଙ୍କ ବିରୋଧରେ ଅତ୍ୟାଚାର କରୁଛି ବୋଲି ଏହି ପାକ୍ ନେତା କହିଛନ୍ତି।

Related story