କଶ୍ମୀର ପ୍ରସଙ୍ଗ: ଭାରତ ବିରୋଧରେ ବିଷ ମଞ୍ଜି ବୁଣିଲେ ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନର ୱାଜିର-ଏ-ଆଜମ ଇମ୍ରାନ୍‌ ପୁଣିଥରେ ବିଷ ମଞ୍ଜି ବୁଣିବାକୁ ଚେଷ୍ଟା କରିଛନ୍ତି। ଭାରତର ସରକାର କଶ୍ମୀରରେ ମାନାବାଧିକାର ଉଲ୍ଲଙ୍ଘନ କରୁଛନ୍ତି ଏବଂ ଏହା ଉପରୁ ବିଶ୍ୱର ଧ୍ୟାନଚ୍ୟୁତ କରିବା ପାଇଁ ନୂଆଦିଲ୍ଲୀ ମିଛ ପ୍ରଚାର କରିବାର ଆଶଙ୍କା ରହିଥିବା ଇମ୍ରାନ୍‌ ଖାନ୍‌ ଟ୍ୱିଟ କରି କହିଛନ୍ତି। ଇମ୍ରାନ କହିଛନ୍ତି, “ ଆଫ୍‌ଗାନିସ୍ତାନର କିଛି ଆତଙ୍କବାଦୀ ହିଂସାକାଣ୍ଡ ଘଟାଇବା ପାଇଁ ଭାରତ ଅଧିକୃତ ଜମ୍ମୁ-କଶ୍ମୀରରେ ପ୍ରବେଶ […]

r

Hemant Lenka
  • Published: Friday, 23 August 2019
  • , Updated: 23 August 2019, 06:24 PM IST

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନର ୱାଜିର-ଏ-ଆଜମ ଇମ୍ରାନ୍‌ ପୁଣିଥରେ ବିଷ ମଞ୍ଜି ବୁଣିବାକୁ ଚେଷ୍ଟା କରିଛନ୍ତି। ଭାରତର ସରକାର କଶ୍ମୀରରେ ମାନାବାଧିକାର ଉଲ୍ଲଙ୍ଘନ କରୁଛନ୍ତି ଏବଂ ଏହା ଉପରୁ ବିଶ୍ୱର ଧ୍ୟାନଚ୍ୟୁତ କରିବା ପାଇଁ ନୂଆଦିଲ୍ଲୀ ମିଛ ପ୍ରଚାର କରିବାର ଆଶଙ୍କା ରହିଥିବା ଇମ୍ରାନ୍‌ ଖାନ୍‌ ଟ୍ୱିଟ କରି କହିଛନ୍ତି।

ଇମ୍ରାନ କହିଛନ୍ତି, “ ଆଫ୍‌ଗାନିସ୍ତାନର କିଛି ଆତଙ୍କବାଦୀ ହିଂସାକାଣ୍ଡ ଘଟାଇବା ପାଇଁ ଭାରତ ଅଧିକୃତ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଥିବା ଭାରତୀୟ ଗଣମାଧ୍ୟମ ଦାବି କରିଛି। ଖାଲି ସେତିକି ନୁହେଁ ଆଉ କିଛି ଆତଙ୍କବାଦୀ ଭାରତର ଦକ୍ଷିଣ ପ୍ରାନ୍ତରେ ମଧ୍ୟ ପ୍ରବେଶ କରିଥିବା ଭାରତ ପକ୍ଷରୁ ଦାବି କରାଯାଇଛି।

ତେବେ ଏହା ପଛରେ ଏକ ନିର୍ଦ୍ଦିଷ୍ଟ କାରଣ ରହିଛି। ଭାରତୀୟ ସୁରକ୍ଷାକର୍ମୀମାନେ ଜମ୍ମୁ-କଶ୍ମୀରରେ ଯେଉଁ ନରସଂହାର କରୁଛନ୍ତି, ଏଥିରୁ ବିଶ୍ୱ ସମୂହର ଧ୍ୟାନଚ୍ୟୁତ କରିବା ପାଇଁ ଭାରତୀୟ ଗଣାମଧ୍ୟମ ଏଭଳି ପ୍ରଚାର କରୁଛି। ଏଥିପ୍ରତି ସମସ୍ତେ ସତର୍କ ରହିବା ଦରକାର।”

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇଛନ୍ତି। ଏହି ସମୟରେ ସେ ଜି-୭ ସମ୍ମିଳନୀରେ ମଧ୍ୟ ଯୋଗଦେବେ। ଏହାକୁ ଦୃଷ୍ଟିରେ ରଖି ଇମ୍ରାନ୍‌ ଖାନ୍‌ ଏଭଳି ଭିତ୍ତିହୀନ ପ୍ରଚାର କରିଥିବା କୁହାଯାଉଛି।

Related story