ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍ ରବିବାର ପାକିସ୍ତାନର ଆତଙ୍କବାଦ ପ୍ରେମକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ଆତଙ୍କବାଦୀଙ୍କ ଆତଙ୍କବାଦୀଙ୍କ ଏନ୍ତୁଡ଼ିଶାଳ ପାଲଟିଛି।
https://twitter.com/MohammadKaif/status/1180744861454077952?s=20
କୈଫ୍ ଏକ ଲେଖାକୁ ଶେୟାର କରିବା ସହ ଲେଖିଛନ୍ତି, ‘ହଁ, କିନ୍ତୁ ତୁମ ଦେଶ ପାକିସ୍ତାନକୁ ଆତଙ୍କବାଦ ପାଇଁ ବହୁତ କିଛି କରିବାକୁ ହେବ, ଯାହାକି ଆତଙ୍କବାଦୀଙ୍କ ଏନ୍ତୁଡ଼ିଶାଳ ପାଲଟିଛି। ଜାତିସଂଘରେ ତାଙ୍କ ଭାଷଣ ଦୁର୍ଭାଗ୍ୟଜନକ। ଜଣେ ମହାନ୍ କ୍ରିକେଟର ଏବେ ସେନା ଓ ଆତଙ୍କବାଦୀଙ୍କ କଣ୍ଢେଇ ପାଲଟି ତଳକୁ ଖସିଯାଇଛନ୍ତି।’
ସୂଚନାଯୋଗ୍ୟ ଯେ, ଭାରତ ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ କରିବା ପରେ ରକ୍ତ ଚାଉଳ ଚୋବାଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ସେ ଆତଙ୍କବାଦ ମୁକାବିଲା କରିବା ବଦଳରେ ଭାରତରେ ଅଭିନ୍ନ ଅଙ୍ଗ କଶ୍ମୀର ବାବଦରେ ମୁଣ୍ଡ ଖେଳାଇଆସୁଛନ୍ତି। ଏପରିକି ଜାତିସଂଘର ସାଧାରଣ ଅଧିବେଶନକୁ କଶ୍ମୀର ପ୍ରସଙ୍ଗ ପାଇଁ ଉତ୍ସର୍ଗ କରିବାକୁ ପଛାଇ ନଥିଲେ।
ଏହା ପୂର୍ବରୁ ଇମ୍ରାନ୍ଙ୍କ ଭାଷଣ ଭିଡିଓ ସହ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗଙ୍କ ଟ୍ୱିଟ୍ରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କହିଥିଲେ, ବୀରୁ ମୁଁ ଏ ଭାଷଣ ଶୁଣି ଆଶ୍ଚର୍ଯ୍ୟ ହେଉଛି। ସମଗ୍ର ବିଶ୍ୱରେ ଯେଉଁଠି ପ୍ରକୃତରେ ଶାନ୍ତି ଦରକାର ତାହା ପାକିସ୍ତାନ। କି କଦର୍ଯ୍ୟ ଭାଷଣ। ଯେଉଁ କ୍ରିକେଟର ଇମ୍ରାନ୍ଙ୍କୁ ଆମେ ଜାଣିଥିଲେ ଇଏ ସେ ନୁହେଁ।
https://twitter.com/SGanguly99/status/1179810532196356096?s=20
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।