ମୋଦୀଙ୍କ ପ୍ରସ୍ତାବରେ ଇମ୍ରାନ୍ ଖାନ୍ ରାଜି

ଇସଲାମାବାଦ: ବିଶ୍ୱବ୍ୟାପୀ ମହାମାରୀ କରୋନା ବାବଦରେ ତର୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାର୍କ ଦେଶର ନେତାଙ୍କୁ ଆହ୍ୱାନ କରିଥିଲେ। ଭିଡିଓ କନଫେରନସିଂ ଜରିଆରେ ତର୍କ କରି କରୋନା ମୁକାବିଲା କରିବାକୁ ଆହ୍ୱାନ କରିଥିଲେ ପ୍ରଧାନମନ୍ତ୍ରୀ। ଏହି ପ୍ରସ୍ତାବରେ ଭୁଟାନ ପରେ ପାକିସ୍ତାନ ରାଜି ହୋଇଛି। ଏହି ଭିଡିଓ କନଫରେସିଂ ଜରିଆରେ ଭାଗ ନେଇ ମାରାତ୍ମକ କରୋନାଭାଇରସକୁ ଟାଳିବା ପାଇଁ ପାକିସ୍ତାନ ସହଯୋଗ କରିବ ବୋଲି କହିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଐଶା ଫାରୁକୀ ଟୁଇଟ୍ […]

modi imran

Subhransu Sekhar
  • Published: Saturday, 14 March 2020
  • , Updated: 14 March 2020, 03:33 PM IST

ଇସଲାମାବାଦ: ବିଶ୍ୱବ୍ୟାପୀ ମହାମାରୀ କରୋନା ବାବଦରେ ତର୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାର୍କ ଦେଶର ନେତାଙ୍କୁ ଆହ୍ୱାନ କରିଥିଲେ। ଭିଡିଓ କନଫେରନସିଂ ଜରିଆରେ ତର୍କ କରି କରୋନା ମୁକାବିଲା କରିବାକୁ ଆହ୍ୱାନ କରିଥିଲେ ପ୍ରଧାନମନ୍ତ୍ରୀ। ଏହି ପ୍ରସ୍ତାବରେ ଭୁଟାନ ପରେ ପାକିସ୍ତାନ ରାଜି ହୋଇଛି। ଏହି ଭିଡିଓ କନଫରେସିଂ ଜରିଆରେ ଭାଗ ନେଇ ମାରାତ୍ମକ କରୋନାଭାଇରସକୁ ଟାଳିବା ପାଇଁ ପାକିସ୍ତାନ ସହଯୋଗ କରିବ ବୋଲି କହିଛି।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଐଶା ଫାରୁକୀ ଟୁଇଟ୍ କରି କହିଛନ୍ତି, ‘ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସାର୍କ ଦେଶକୁ ଦିଆଯାଇଥିବା ପ୍ରସ୍ତାବରେ ଯୋଗ ଦେବା ପାଇଁ ପାକିସ୍ତାନ ରାଜି। ଏ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସହମିତ ପ୍ରକାଶ କରିଛନ୍ତି। ଏହି ଭିଡିଓ କନଫରେସିଂ ହେଲେ ପାକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରୀ ଜାଫଫ ମୀର୍ଜା ଯୋଗ ଦେବେ’।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସର ମୁକାବିଲା ପାଇଁ ସାର୍କ (ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ଶ୍ରୀଲଙ୍କା, ନେପାଳ)କୁ ଆହ୍ୱାନ କରିଥିଲେ।

ମୋଦୀଙ୍କ ଏହି ପ୍ରସ୍ତାବ ଉପରେ ପ୍ରଥମେ ଭୁଟାନ ରାଜି ହୋଇଛି। କରେନା ପାଇଁ ଦେଖାଦେଇଥିବା ବ୍ୟବସାୟିକ ମାନ୍ଦାବସ୍ଥା ଏହାର ପାରିପାର୍ଶ୍ୱିକ ମୁକାବିଲା ପାଇଁ ଏହି ସମ୍ମିଳନୀରୁ ନିର୍ଯାସ ବାହାରିପାରିବ ବୋଲି ସେ କହିଛନ୍ତି। ମୋଦୀଙ୍କ ଏହି ପ୍ରସ୍ତାବକୁ ଟୁଇଟ୍ କରି ଭୁଟାନ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ଜାନୁଆରୀ ୨, ୨୦୧୬ରେ ପଠାନକୋଟରେ ଆତଙ୍କବାଦୀ ଆକ୍ରମଣ ପରେ ମୋଦୀ ସରକାର ପାକିସ୍ତାନ ସହ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିଛନ୍ତି। ଏହାପରେ ମୋଦୀ ପାକିସ୍ତାନ ସହିତ କୌଣସି ପ୍ରସଙ୍ଗରେ ଏଯାବତ ଆଲୋଚନା କରିନାହାନ୍ତି। ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ମୋଦୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସହ ଯୋଗ ଦେଇଥିଲେ। ହେଲେ ଇମ୍ରାନଙ୍କ ସହ କୌଣସି ଆଲୋଚନା କରି ନଥିଲେ। ହେଲେ ଏବେ ଏହି କିଲର କରୋନା ବିଶ୍ୱବ୍ୟାପୀ ମହାମାରୀ ଆଳରେ ସମସ୍ତ ବିବାଦ ଭୁଲି ପାକିସ୍ତାନ ସହ ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଷ୍ପତ୍ତି ନେଇଛନ୍ତି। ତେବେ ଭାରତରେ କରୋନାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାକିସ୍ତାନରେ ମଧ୍ୟ ଦୁଇ ଜଣଙ୍କର ଏହି ରୋଗରେ ମୃତ୍ୟୁ ଘଟିଛି।

Related story