ଏଫଏଟିଏଫ ପାକିସ୍ତାନକୁ 'ଗ୍ରେ' ଲିଷ୍ଟରେ ରଖିବା ପରେ ଜବାବ ରଖିଲେ ପାକିସ୍ତାନ ସେନା ମୁଖ୍ୟ

ନୂଆଦିଲ୍ଲୀ: ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ଫିନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ) ପାକିସ୍ତାନକୁ ‘ଗ୍ରେ’ ଲିଷ୍ଟରେ ରଖିବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ବାଜଓ୍ୱା। ସେ କହିଛନ୍ତି ପାକିସ୍ତାନ ସରକାର ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ଯଥାସମ୍ଭବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଲଣ୍ଡନରେ ଚାଲିଥିବା ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଫର୍ ଷ୍ଟ୍ରାଟେଜିକ୍ ଷ୍ଟଡିଜ(ଆଇଆଇଏସଏସ)ରେ ଯୋଗ ଦେଇ ଏହା କହିଛନ୍ତି ବାଜଓ୍ୱା। ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଏଫଏଟିଏଫ କହିଥିଲା ଯେ ପାକିସ୍ତାନ ନିଜ […]

Qamar Javed Bajwa(1)

Subhransu Sekhar
  • Published: Sunday, 23 June 2019
  • , Updated: 23 June 2019, 06:11 PM IST

ନୂଆଦିଲ୍ଲୀ: ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ଫିନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ) ପାକିସ୍ତାନକୁ 'ଗ୍ରେ' ଲିଷ୍ଟରେ ରଖିବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ବାଜଓ୍ୱା। ସେ କହିଛନ୍ତି ପାକିସ୍ତାନ ସରକାର ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ଯଥାସମ୍ଭବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଲଣ୍ଡନରେ ଚାଲିଥିବା ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଫର୍ ଷ୍ଟ୍ରାଟେଜିକ୍ ଷ୍ଟଡିଜ(ଆଇଆଇଏସଏସ)ରେ ଯୋଗ ଦେଇ ଏହା କହିଛନ୍ତି ବାଜଓ୍ୱା।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଏଫଏଟିଏଫ କହିଥିଲା ଯେ ପାକିସ୍ତାନ ନିଜ ଦେଶରେ ଆତଙ୍କବାଦୀଙ୍କ ବିରୋଧରେ ପଦକ୍ଷେପ ନେବାରେ ବିଫଳ ହୋଇଛି। ଲଶ୍କର ଏ ତୋଇବା, ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନକୁ ଫଣ୍ଡିଂ ରୋକିବାରେ ମଧ୍ୟ ପାକ୍ ସରକାର ବିଫଳ ହୋଇଥିବା ଏଫଏଟିଏଫ କହିଥିଲା। ଏ ନେଇ ଆସନ୍ତା ସେପ୍ଟେମ୍ୱର ସୁଦ୍ଧା ୨୭ଟି ସର୍ତ୍ତ ସହିତ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଏଫଏଟିଏଫ ପାକିସ୍ତାନ ସରକାରକୁ ନିର୍ଦ୍ଦେଶ ଦେଇଛି।

ଗତବର୍ଷ ଜୁଲାଇ ମାସରେ ଆତଙ୍କୀ ସଂଗଠନକୁ ମିଳୁଥିବା ପାଣ୍ଠିକୁ ବନ୍ଦ କରିବାରେ ପାକିସ୍ତାନ ସରକାର ଉପଯୁକ୍ତ ଆଇନ୍‌ ପ୍ରଣୟନ କରିପାରି ନଥିବାରୁ ଏଫ୍‌ଏଟିଏଫ୍‌ ଇସ୍‌ଲାମାବାଦକୁ 'ଗ୍ରେ' ଲିଷ୍ଟରେ ରଖିଥିଲା।

ଜାନୁଆରୀ ଓ ମେ’ ମାସ ମଧ୍ୟରେ ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଥିଲା। ହେଲେ ଏଥିରେ ପାକିସ୍ତାନ ଫେଲ ମାରିଛି। ଏବେ ସେପ୍ଟେମ୍ବର ଶେଷ ସୁଦ୍ଧା ପାକିସ୍ତାନ ଏହାକୁ ଗୁରୁତ୍ୱର ସହ ନେଇ ଆତଙ୍କବାଦକୁ ନିଜ ଦେଶରେ ବନ୍ଦ କରିବା ଉଚିତ। ଆତଙ୍କବାଦ ଏବେ ବିଶ୍ୱ ପାଇଁ ବଡ଼ ବିପଦ ଭାବେ ଉଭା ହୋଇଛି। ତେଣୁ ପାକିସ୍ତାନ ସରକାର ଏହାର ଉତ୍ତରଦାୟିତ୍ୱ ଗ୍ରହଣ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଭାରତ ଆଶା ରଖିଛି।

Related story