Advertisment

କରୋନା ସହ ଲଢ଼ୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ମାସ୍କ ଦେଉନି ପାକିସ୍ତାନ

ଇସଲାମାବାଦ: ଗୋଟିଏ ପଟେ କରୋନା ଆତଙ୍କ, ଅନ୍ୟପଟେ ସରକାରଙ୍କ ଅସହଯୋଗ। କିଛି ଏଭଳି ଖବର ଆସିଛି ପଡ଼ୋଶୀ ଦେଶ ପାକିସ୍ତାନରୁ। ନୋଭେଲ କରୋନା ଭୂତାଣୁ ସଂକ୍ରମଣ ନେଇ ସେଠାରେ କେବଳ ସାଧାରଣ ଲୋକେ ଆତଙ୍କିତ ନୁହନ୍ତି ବରଂ ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ଭୟଭୀତ। କୁହାଯାଏ ଡାକ୍ତରମାନେ ଇଶ୍ୱରଙ୍କ ଦୂତ। ତଥାପି ପାକିସ୍ତାନରେ ସେମାନେ ଅବହେଳିତ। ବିଶ୍ୱ ମହାମାରୀ ସଂକ୍ରମଣ ରୋକିବାକୁ ଦିନ ରାତି ପରିଶ୍ରମ କରୁଥିବା ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପାକରେ ସୁରକ୍ଷା ଉପକରଣ […]

ଅଦ୍ୟତନ ହୋଇଛି
କରୋନା ସହ ଲଢ଼ୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ମାସ୍କ ଦେଉନି ପାକିସ୍ତାନ

pak president arif

Advertisment

ଇସଲାମାବାଦ: ଗୋଟିଏ ପଟେ କରୋନା ଆତଙ୍କ, ଅନ୍ୟପଟେ ସରକାରଙ୍କ ଅସହଯୋଗ। କିଛି ଏଭଳି ଖବର ଆସିଛି ପଡ଼ୋଶୀ ଦେଶ ପାକିସ୍ତାନରୁ। ନୋଭେଲ କରୋନା ଭୂତାଣୁ ସଂକ୍ରମଣ ନେଇ ସେଠାରେ କେବଳ ସାଧାରଣ ଲୋକେ ଆତଙ୍କିତ ନୁହନ୍ତି ବରଂ ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ଭୟଭୀତ। କୁହାଯାଏ ଡାକ୍ତରମାନେ ଇଶ୍ୱରଙ୍କ ଦୂତ। ତଥାପି ପାକିସ୍ତାନରେ ସେମାନେ ଅବହେଳିତ। ବିଶ୍ୱ ମହାମାରୀ ସଂକ୍ରମଣ ରୋକିବାକୁ ଦିନ ରାତି ପରିଶ୍ରମ କରୁଥିବା ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପାକରେ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଉ ନାହିଁ।

Advertisment

ବର୍ତ୍ତମାନ ସୁଦ୍ଧା ପାକିସ୍ତାନରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪୩୧୭ରେ ପହଞ୍ଚିଥିବା ବେଳେ ୬୩ଜଣଙ୍କ ମୃତ୍ୟୁ ହୋଇସାରିଛି। ଏଭଳି ସ୍ଥିତିରେ ଯୋଦ୍ଧା ଭଳି ସ୍ୱାସ୍ଥ୍ୟ କର୍ମୀମାନେ ନିଜ ଦାୟିତ୍ୱ ତୁଲାଉଛନ୍ତି। ହେଲେ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନାହିଁ। ଏହାରି ଭିତରେ ପାକ୍ ରାଷ୍ଟ୍ରପତି ଡା. ଆରିଫ୍ ଅଲଭି ଏକ ବୈଠକରେ ଏନ୍-୯୫ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ କ୍ୱେଟାରେ ଯେତେବେଳେ ସୁରକ୍ଷା ଉପକରଣର ଆବଶ୍ୟକତା ନେଇ ଜଣେ ଡାକ୍ତର ଦାବି ଉଠାଇଥିଲେ। ସେତେବେଳେ ପୋଲିସ ତାଙ୍କୁ ମାରିଥିଲା ଏବଂ ଗିରଫ ମଧ୍ୟ କରିଥିଲା। ଏହି ଦୁଇଟି ପରସ୍ପର ବିପରୀତ ଘଟଣା ନଜରକୁ ଆସିବା ପରେ ପାକିସ୍ତାନରେ ମେଡିକାଲ କର୍ମଚାରୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ପାକ୍ ସରକାରଙ୍କ ନିର୍ଦ୍ଦେଶାନୁସାରେ ଏନ୍-୯୫ ମାସ୍କ କେବଳ କ୍ୱାରେଣ୍ଟାଇନ୍ ସେଣ୍ଟର ଓ ଆଇସୋଲେସନ ଓ୍ୱାର୍ଡ ଯାଉଥିବା ସ୍ୱାସ୍ଥ୍ୟ କର୍ମଚାରୀମାନେ ହିଁ ପିନ୍ଧିବେ। ଏପରି କି ଅନ୍ୟ ଡାକ୍ତରମାନେ ମଧ୍ୟ ଏହି ମାସ୍କ ପିନ୍ଧିପାରିବେ ନାହିଁ ବୋଲି ସରକାରୀ ନିର୍ଦ୍ଦେଶ ରହିଛି। ତେବେ କେବଳ ବୈଠକରେ ଯୋଗଦେବାକୁ ଅଲଭି ଏହି ମାସ୍କ ପିନ୍ଧି ଆସିବାରୁ ସ୍ୱାର୍ସ୍ଥ୍ୟ କର୍ମଚାରୀମାନେ ଆପତ୍ତି ଉଠାଇଥିଲେ।

Advertisment

ଏନେଇ ପାକିସ୍ତାନ ମେଡିକାଲ ଆସୋସିଏସନ ପକ୍ଷରୁ ମଧ୍ୟ ଅଲଭିଙ୍କ ନାମ ନ ନେଇ ପ୍ରତିକ୍ରିୟା ଦିଆଯାଇଛି। ଆସୋସିଏସନ କହିଛି, ଆଜିକାଲି ନେତା ଏବଂ ଅମଲା ବୈଠକରେ ବସିବାକୁ ତଥା ବୁଲିବାକୁ ଏନ୍-୯୫ ମାସ୍କ ପିନ୍ଧୁଥିବା ବେଳେ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ମାସ୍କ ତଥା ଅନ୍ୟ ସୁରକ୍ଷା ଉପକରଣର ଅଭାବ ରହିଛି। ଏହାସହ ଆସୋସିଏସନ ଅଭିଯୋଗ କରି ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe