ପାକିସ୍ତାନ ଗସ୍ତ ଭାଇ ଘରକୁ ଗଲା ଭଳି ଲାଗୁଛି: ଚୀନ ରାଷ୍ଟ୍ରପତି

ବେଜିଂ: ସୋମବାର ପାକିସ୍ତାନରେ ପହଞ୍ଚିଛନ୍ତି ଚୀନ ରଷ୍ଟ୍ରପତି ଜୀ ଜିନପିଙ୍ଗ୍। ଏହା ହେଉଛି ଜିନପିଙ୍ଗଙ୍କ ପ୍ରଥମ ପାକିସ୍ତାନ ଗସ୍ତ। ତେବେ ଏହି ଗସ୍ତ ପୂର୍ବରୁ ସେ କହିଥିଲେ, ପାକିସ୍ତାନ ଗସ୍ତ ନିଜ ଭାଇ ଘରକୁ ଗଲା ଭଳି ଅନୁଭବ ହେଉଛି। ଚୀନ ଛାଡ଼ିବା ପୂର୍ବରୁ ଜିନପିଙ୍ଗ କହିଥିଲେ,‘ମୁଁ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତରେ ଯିବି। ମୋତେ ଲାଗୁଛି ମୁଁ ଯେମିତି ମୋ ଭାଇ ଘରକୁ ଯିବାକୁ ବାହାରିଛି। ଏହି ଗସ୍ତ ବେଳେ ମୁଁ ଦୁଇ ଦେଶ […]

Xi Jinping

Rakesh Mallick
  • Published: Monday, 20 April 2015
  • , Updated: 04 May 2017, 03:45 PM IST

ବେଜିଂ: ସୋମବାର ପାକିସ୍ତାନରେ ପହଞ୍ଚିଛନ୍ତି ଚୀନ ରଷ୍ଟ୍ରପତି ଜୀ ଜିନପିଙ୍ଗ୍। ଏହା ହେଉଛି ଜିନପିଙ୍ଗଙ୍କ ପ୍ରଥମ ପାକିସ୍ତାନ ଗସ୍ତ। ତେବେ ଏହି ଗସ୍ତ ପୂର୍ବରୁ ସେ କହିଥିଲେ, ପାକିସ୍ତାନ ଗସ୍ତ ନିଜ ଭାଇ ଘରକୁ ଗଲା ଭଳି ଅନୁଭବ ହେଉଛି।

ଚୀନ ଛାଡ଼ିବା ପୂର୍ବରୁ ଜିନପିଙ୍ଗ କହିଥିଲେ,‘ମୁଁ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତରେ ଯିବି। ମୋତେ ଲାଗୁଛି ମୁଁ ଯେମିତି ମୋ ଭାଇ ଘରକୁ ଯିବାକୁ ବାହାରିଛି। ଏହି ଗସ୍ତ ବେଳେ ମୁଁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଦିଗରେ ଗୁରୁତ୍ୱ ଦେବି। ଚୀନ-ପାକିସ୍ତାନ ଅର୍ଥନୈତିକ କରିଡ଼ର ଓ ଅନ୍ୟାନ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ପାକିସ୍ତାନର ନେତାମାନଙ୍କ ସହିତ ଆଲୋଚନା କରିବି।’

ପାକିସ୍ତାନ ନେତାଙ୍କ ସହିତ କାମ କରିବାକୁ ସେ ଖୁବ୍ ଉତ୍ସୁକ ଅଛନ୍ତି ବୋଲି କହିଥିଲେ ଜିନପିଙ୍ଗ।

ସୋମବାର ଓ ମଙ୍ଗଳବାର ଚୀନ ରାଷ୍ଟ୍ରପତି ଜିନପିଙ୍ଗ ପାକିସ୍ତାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପାକିସ୍ତାନ ରାଷ୍ଟ୍ରପତି ମମନୁନ ହୁସେନ ଓ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସହିତ ଆଲୋଚନା କରିବେ । ତା’ପରେ ସେ ସେଠାରୁ ସିଧା ଇଣ୍ଡୋନେସିଆ ଯିବେ ।

Related story