ହାଫିଜ୍‌ ସଏଦ୍‌ଙ୍କ ସଙ୍ଗଠନକୁ କଳା ତାଲିକାଭୁକ୍ତ କଲା ପାକିସ୍ତାନ

ନୂଆଦିଲ୍ଲୀ: ବିଶ୍ୱପାଇଁ ବିପଦ ସୃଷ୍ଟି କରୁଥିବା ଆତଙ୍କବାଦୀଙ୍କ ଲାଗି ପାକିସ୍ତାନ ଚରାଭୁଇଁ ପାଲଟିଥିଲା। ଭାରତର ବାରମ୍ୱାର ଦାବି ସତ୍ୱେ ପାକିସ୍ତାନ ଏଠାରେ ବିକଶିତ ହେଉଥିବା ଆତଙ୍କି କାର୍ଯ୍ୟକଳାପରେ ରୋକ୍‌ ଲାଗାବାକୁ ନାଁ ଧରୁ ନ ଥିଲା। ନିକଟରେ ପାକ୍‌ର ଏଭଳି ଆଚରଣ ଲାଗି ଆମେରିକା ଦେଉଥିବା ଆର୍ଥିକ ସହାୟତା ବନ୍ଦ କରି ଦେଇଥିଲା। ଏଥରେ ବିଚଳିତ ପାକ୍‌ ପ୍ରଶାସନ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ୍‌ ସଏଦ୍‌ଙ୍କ ସଙ୍ଗଠନ ଉମାତ୍‌-ଉଦ୍‌-ଦାବାକୁ […]

Rakesh Mallick
  • Published: Saturday, 06 January 2018
  • , Updated: 06 January 2018, 10:34 PM IST

ନୂଆଦିଲ୍ଲୀ: ବିଶ୍ୱପାଇଁ ବିପଦ ସୃଷ୍ଟି କରୁଥିବା ଆତଙ୍କବାଦୀଙ୍କ ଲାଗି ପାକିସ୍ତାନ ଚରାଭୁଇଁ ପାଲଟିଥିଲା। ଭାରତର ବାରମ୍ୱାର ଦାବି ସତ୍ୱେ ପାକିସ୍ତାନ ଏଠାରେ ବିକଶିତ ହେଉଥିବା ଆତଙ୍କି କାର୍ଯ୍ୟକଳାପରେ ରୋକ୍‌ ଲାଗାବାକୁ ନାଁ ଧରୁ ନ ଥିଲା। ନିକଟରେ ପାକ୍‌ର ଏଭଳି ଆଚରଣ ଲାଗି ଆମେରିକା ଦେଉଥିବା ଆର୍ଥିକ ସହାୟତା ବନ୍ଦ କରି ଦେଇଥିଲା। ଏଥରେ ବିଚଳିତ ପାକ୍‌ ପ୍ରଶାସନ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ୍‌ ସଏଦ୍‌ଙ୍କ ସଙ୍ଗଠନ ଉମାତ୍‌-ଉଦ୍‌-ଦାବାକୁ ସରକାର କଳା ତାଲିକାଭୁକ୍ତ କରିଛନ୍ତି। ଏପରିକି ସଙ୍ଗଠନର ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ସିଜ୍‌ କରି ଦିଆଯାଇଛି।

ପାକ୍‌ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରଦ୍ଧ ଟ୍ୱିଟର ଆକାଉଣ୍ଟ ତାଲିକାରେ ଉମାତ୍‌-ଉଦ୍‌-ଦାବା(ଜେୟୁଡି) ସାମିଲ ହୋଇଛି। ଏହା ସହ ଜେୟୁଡିର ସହଯୋଗୀ ସଙ୍ଗଠନ ଫଲାହ-ଏ-ଇନ୍ସାନିୟତ୍‌ର ଟ୍ୱିଟର ଆକାଉଣ୍ଟ ମଧ୍ୟ ସିଜ୍‌ କରିଦିଆଯାଇଛି। ଏକ୍ସପ୍ରେସ୍‌ ନ୍ୟୁଜ୍‌ର ସୂଚନା ମୁତାବକ ଗୃହ ମନ୍ତ୍ରଣାଳୟ ୭୨ଟି କଳା ତାଲିକାଭୁକ୍ତ ସଂସ୍ଥାର ସୂଚୀ ଜାରି କରିଛି। ଏପରିକି ଏଭଳି ସଙ୍ଗଠନକୁ ଚାନ୍ଦା ଦେଉଥିବା ସଂସ୍ଥା ଉପରେ ମଧ୍ୟ କଟକଣା ଲାଗାଯାଇଛି।

Related story