କୁଳଭୂଷଣଙ୍କ ପାଇଁ ପାକିସ୍ତାନ ହାଇକୋର୍ଟରେ ଲଢ଼ିବେ ଓକିଲ, କିନ୍ତୁ...

ଇସଲାମାବାଦ: ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇ ପାକିସ୍ତାନରେ ଫାଶୀ ଦଣ୍ଡ ପାଇଥିବା ଭାରତୀୟ ନାଗରିକ କୁଳଭୂଷଣଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ଏବେ କୁଳଭୂଷଣଙ୍କ ପାଇଁ ଇସଲାମାବାଦ ହାଇକୋର୍ଟରେ ଭାରତ ପକ୍ଷରୁ ଓକିଲ ନିଯୁକ୍ତି କରାଯାଇ ପାରିବ। ଏଥିପାଇଁ ଆଜି ହାଇକୋର୍ଟ ଅନୁମତି ଦେଇଛନ୍ତି। ସେହିପରି କୋର୍ଟ ମାମଲାର ଶୁଣାଣିକୁ ସେପ୍ଟେମ୍ବର ୩ ଯାଏ ସ୍ଥଗିତ କରିଦେଇଛନ୍ତି। କୁଳଭୂଷଣଙ୍କୁ ପାକିସ୍ତାନର ମିଲିଟାରୀ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲା। ବିନା ଶୁଣାଣିରେ ତାଙ୍କୁ ଦଣ୍ଡିତ କରାଯାଇଥିବାରୁ ଭାରତ ଇଣ୍ଟରନ୍ୟାଶନାଲ […]

cs

Hemant Lenka
  • Published: Monday, 03 August 2020
  • , Updated: 03 August 2020, 05:09 PM IST

ଇସଲାମାବାଦ: ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇ ପାକିସ୍ତାନରେ ଫାଶୀ ଦଣ୍ଡ ପାଇଥିବା ଭାରତୀୟ ନାଗରିକ କୁଳଭୂଷଣଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ଏବେ କୁଳଭୂଷଣଙ୍କ ପାଇଁ ଇସଲାମାବାଦ ହାଇକୋର୍ଟରେ ଭାରତ ପକ୍ଷରୁ ଓକିଲ ନିଯୁକ୍ତି କରାଯାଇ ପାରିବ। ଏଥିପାଇଁ ଆଜି ହାଇକୋର୍ଟ ଅନୁମତି ଦେଇଛନ୍ତି। ସେହିପରି କୋର୍ଟ ମାମଲାର ଶୁଣାଣିକୁ ସେପ୍ଟେମ୍ବର ୩ ଯାଏ ସ୍ଥଗିତ କରିଦେଇଛନ୍ତି।

କୁଳଭୂଷଣଙ୍କୁ ପାକିସ୍ତାନର ମିଲିଟାରୀ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲା। ବିନା ଶୁଣାଣିରେ ତାଙ୍କୁ ଦଣ୍ଡିତ କରାଯାଇଥିବାରୁ ଭାରତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ(ଆଇସିଜେ)ଙ୍କ ଦ୍ୱାରସ୍ଥ ହୋଇଥିଲା। ଆଇସିଜେ ଫାଶୀ ଦଣ୍ଡ ଉପରେ ରୋକ ଲଗାଇବା ସହ କୁଳଭୂଷଣଙ୍କୁ କନସୁଲାର ଆକ୍ସେସ ଯୋଗଇ ଦେବାକୁ କହିଥିଲେ।

ଏହାପରେ ପାକିସ୍ତାନ ଉପରେ ଚାପ ବଢ଼ିବାରୁ ମିଲିଟାରୀ କୋର୍ଟଙ୍କ ଆଦେଶକୁ ଜଣେ ସିଭିଲ କୋର୍ଟରେ ଚ୍ୟାଲେଞ୍ଜ କରିପାରିବ ବୋଲି କୁହାଯାଇଥିଲା। ଏହି କ୍ରମରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏକ ଆବେଦନ ଇସଲାମାବାଦ ହାଇକୋର୍ଟରେ କରାଯାଇଥିଲା।

ଇସଲାମାବାଦ ହାଇକୋର୍ଟ ଏହାର ଶୁଣାଣି କରି କୁଳଭୂଷଣଙ୍କ ପାଇଁ ଓକିଲ ନିଯୁକ୍ତ ହୋଇପାରିବେ ବୋଲି ଅନୁମତି ଦେଇଛନ୍ତି।

ଏ ସମ୍ପର୍କରେ ଆଟର୍ଣ୍ଣି ଜେନେରାଲ ଖାଲିଦ ଜାଭେଦ କହିଛନ୍ତି, କୋର୍ଟ ଭାରତକୁ କୁଳଭୂଷଣଙ୍କ ପାଇଁ ଓକିଲ ନିଯୁକ୍ତ କରିବାକୁ ଅନୁମତି ଦେଇଛନ୍ତି। ଏବେ ଭାରତ ଓକିଲ ଭଡ଼ାରେ ନେଇପାରିବ। କିନ୍ତୁ ସେ ଭାରତୀୟ ହୋଇ ନଥିବେ। ପାକିସ୍ତାନରେ କାର୍ଯ୍ୟରତ ଓକିଲଙ୍କୁ ହିଁ କୁଳଭୂଷଣଙ୍କ ପାଇଁ ଭାରତ ମାମଲା ଲଢ଼ିବାକୁ ଭଡ଼ାରେ ନେଇପାରିବ।

ଭାରତୀୟ ଲିଗାଲ ଟିମ ଏଥିରେ କୌଣସି ପ୍ରକାରର ସାମିଲ ହୋଇପାରିବେ ନାହିଁ। ଏବେ ଭାରତ କାହାକୁ ନିଯୁକ୍ତି କରୁଛି, ତା’ ଉପରେ ନଜର ରହିବ ବୋଲି ସେ କହିଛନ୍ତି।

କୁଲଭୂଷଣ ହେଉଛନ୍ତି ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ। ୨୦୧୭ ଏପ୍ରିଲ ମାସରେ ପାକିସ୍ତାର ସାମରିକ କୋର୍ଟ ତାଙ୍କୁ ଗୁଇନ୍ଦାଗିରି ଓ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲା। ଭାରତ ଏହା ବିରୋଧରେ ଆଇସିଜେ ଯାଇଥିଲା ଓ ଆଇସିଜେ ହିଁ କୁଳଭୂଷଣଙ୍କୁ କନସୁଲାର ଆକ୍ସେସ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପାକିସ୍ତାନର ସମସ୍ତ ଅଭିଯୋଗକୁ ଭାରତ ଖଣ୍ଡନ କରି ଆସିଛି।

Related story