'କର୍ତ୍ତାରପୁର କରିଡର ଖୋଲି ପାକିସ୍ତାନ ଶୁଭେଚ୍ଛାର ମରୀଚିକା ଦେଇଛି'

ନୂଆଦିଲ୍ଲୀ: ଜୁନ୍ ୨୯ ତାରିଖରେ ଖୋଲିବ କର୍ତ୍ତାରପୁର କରିଡର। ଏ ନେଇ ଦୁଇ ଦିନ ପୂର୍ବରୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମୁଦ କ୍ୟୁରେଶୀ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିସହ ଭାରତ ସରକାରଙ୍କୁ ମଧ୍ୟ ନୋଟିସ୍ କରିଛନ୍ତି। ତେବେ ଏହାକୁ ନେଇ ଭାରତ ଅସନ୍ତୋଷ ପ୍ରକାଶ କରିଛି। କର୍ତ୍ତାରପୁର କରିଡର ନେଇ ଦୁଇ ଦେଶ ମଧ୍ୟରେ ପୂର୍ବରୁ ଚୁକ୍ତି ରହିଛି। ଚୁକ୍ତି ଅନୁଯାୟୀ କରିଡର ଖୋଲିବା ନେଇ ସାତ ଦିନ ପୂର୍ବରୁ ଅବଗତ କରାଇବାର ଥିଲା। ହେଲେ […]

kartarpur_corridor

Subhransu Sekhar
  • Published: Saturday, 27 June 2020
  • , Updated: 27 June 2020, 06:22 PM IST

ନୂଆଦିଲ୍ଲୀ: ଜୁନ୍ ୨୯ ତାରିଖରେ ଖୋଲିବ କର୍ତ୍ତାରପୁର କରିଡର। ଏ ନେଇ ଦୁଇ ଦିନ ପୂର୍ବରୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମୁଦ କ୍ୟୁରେଶୀ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିସହ ଭାରତ ସରକାରଙ୍କୁ ମଧ୍ୟ ନୋଟିସ୍ କରିଛନ୍ତି। ତେବେ ଏହାକୁ ନେଇ ଭାରତ ଅସନ୍ତୋଷ ପ୍ରକାଶ କରିଛି।

କର୍ତ୍ତାରପୁର କରିଡର ନେଇ ଦୁଇ ଦେଶ ମଧ୍ୟରେ ପୂର୍ବରୁ ଚୁକ୍ତି ରହିଛି। ଚୁକ୍ତି ଅନୁଯାୟୀ କରିଡର ଖୋଲିବା ନେଇ ସାତ ଦିନ ପୂର୍ବରୁ ଅବଗତ କରାଇବାର ଥିଲା। ହେଲେ ଦୁଇ ଦିନ ପୂର୍ବରୁ କର୍ତ୍ତାରପୁର କରିଡର ଖୋଲି ପାକିସ୍ତାନ ଶୁଭେଚ୍ଛାର ମରୀଚିକା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି କେନ୍ଦ୍ର ସରକାର କହିଛନ୍ତି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାକୁ ନଜରରେ ରଖି ଅନ୍ୟ ଦେଶକୁ ଯିବା ଆସିବା ଉପରେ ପ୍ରତିବନ୍ଧକ ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଅର୍ଥାତ୍ କର୍ତ୍ତାରପୁର କରିଡରକୁ ଭାରତରୁ କେହି ଯାଇପାରିବେ ନାହିଁ ବୋଲି ପରୋକ୍ଷରେ ସରକାର କହିଛନ୍ତି। ହେଲେ ଆଗାମୀ ଦିନରେ ଏ ବାବଦରେ ବିଚାର କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଅନ୍ୟପଟେ, କର୍ତ୍ତାରପୁର କରିଡର ନେଇ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତି ରହିଛି। ହେଲେ ରାବି ନଦୀ ଉପରେ ଥିବା ପୋଲକୁ ପାକିସ୍ତାନ ନିଜ ଆଡ଼ୁ ନିର୍ମାଣ କରିନାହିଁ। ଏବେ ମୌସୁମୀ ଆସିଥିବାରୁ ଯଦି ଜଣେ ଭାରତ ପଟୁ ଯିବେ ତାହେଲେ କର୍ତ୍ତାରପୁର କରିଡର ପହଞ୍ଚିବା ନେଇ ସମସ୍ତ ଦିଗକୁ ବିଚାର କରିବାକୁ ହେବ।

ସୂଚନାଯୋଗ୍ୟ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀ ଶନିବାର ଏକ ଟୁଇଟ୍ କରି ଲେଖିଛନ୍ତି, ସାରା ବିଶ୍ୱରେ ଧାର୍ମିକ ସ୍ଥାନ ଖୋଲିବାକୁ ଯାଉଛି। ଏହାକୁ ନଜରରେ ରଖି ପାକିସ୍ତାନ ଶିଖ ଧର୍ମାଲମ୍ୱୀଙ୍କ ପାଇଁ କର୍ତ୍ତାରପୁର ସାହିବ କରିଡର ଖୋଲିବାକୁ ପ୍ରସ୍ତୁତ ହେଉଛି। ୨୯ ଜୁନ୍ ୨୦୨୦ ମହାରାଜା ରଣଜିତ୍ ସିଂଙ୍କ ଶ୍ରାଦ୍ଧ ବାର୍ଷିକୀ ରହିଛି। ତେଣୁ ଏହି ଅବସରରେ କରିଡର ଖୋଲିବାକୁ ପ୍ରସ୍ତୁତି ଚାଲିଛି। ଏ ନେଇ ଭାରତୀୟ ପକ୍ଷକୁ ମଧ୍ୟ ଅବଗତ କରାଯାଉଛି।

ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ୧୫୨୨ ମସିହାରେ କର୍ତ୍ତାରପୁର ଗସ୍ତରେ ଯାଇ ଜୀବନର ଶେଷ ୧୮ ବର୍ଷ ଏଠାରେ ବିତାଇଥିଲେ। କର୍ତ୍ତାରପୁରର ଯେଉଁ ସ୍ଥାନରେ ଗୁରୁ ନାନକଙ୍କର ମୃତ୍ୟୁ ହୋଇଥିଲା ସେହିଠାରେ ଗୁରୁଦ୍ୱାର ନିର୍ମାଣ ହୋଇଛି ବୋଲି ବିଶ୍ୱାସ କରାଯାଏ।

Related story