ପାକିସ୍ତାନକୁ ପୁଣି ଉଡ଼ିବ ଭାରତୀୟ ବିମାନ

ଲାହୋର: ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ତିକ୍ତ ହେବାର କାରଣରୁ ବେଶ୍‌ କିଛି ଦିନ ଧରି ବନ୍ଦ ରହିଥିବା ଦ୍ୱିପାକ୍ଷିକ ବିମାନ ଉଡ଼ାଣ ପୁଣି ଥରେ ଆରମ୍ଭ ହେବ। ଆସନ୍ତା ମେ ୧୫ ପରେ ପାକିସ୍ତାନ ଏହି ନିଷ୍ପତ୍ତିର ସମୀକ୍ଷା କରିବ ବୋଲି ସୂଚନା ମିଳିଛି। କିନ୍ତୁ ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଭାରତରେ ଚାଲିଥିବା ସାଧାରଣ ନିର୍ବାଚନ ପ୍ରକ୍ରିୟା ନ ସରିବା ପର୍ଯ୍ୟନ୍ତ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ନାହିଁ। ଗତ […]

ind-pak

Subrat Kumar Nayak
  • Published: Sunday, 12 May 2019
  • , Updated: 12 May 2019, 09:27 PM IST

ଲାହୋର: ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ତିକ୍ତ ହେବାର କାରଣରୁ ବେଶ୍‌ କିଛି ଦିନ ଧରି ବନ୍ଦ ରହିଥିବା ଦ୍ୱିପାକ୍ଷିକ ବିମାନ ଉଡ଼ାଣ ପୁଣି ଥରେ ଆରମ୍ଭ ହେବ। ଆସନ୍ତା ମେ ୧୫ ପରେ ପାକିସ୍ତାନ ଏହି ନିଷ୍ପତ୍ତିର ସମୀକ୍ଷା କରିବ ବୋଲି ସୂଚନା ମିଳିଛି। କିନ୍ତୁ ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଭାରତରେ ଚାଲିଥିବା ସାଧାରଣ ନିର୍ବାଚନ ପ୍ରକ୍ରିୟା ନ ସରିବା ପର୍ଯ୍ୟନ୍ତ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ନାହିଁ।

ଗତ ଫେବୃଆରୀ ୨୬ରେ ବାଲାକୋଟ୍‌ଠାରେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ୍‌ ପରେ ଦ୍ୱିପାକ୍ଷିକ ବିମାନ ସେବାକୁ ସମ୍ପୂର୍ଣ୍ଣ ବାଧା ପହଞ୍ଚାଇଥିଲା। ପାକିସ୍ତାନ ବାୟୁସୀମା ମଧ୍ୟରେ ଭାରତୀୟ ବିମାନର ଉଡ଼ାଣକୁ ବ୍ୟାନ୍‌ କରାଯାଇଥିଲା। ଫେବୃଆରୀ ୨୭ ପରଠାରୁ ପାକିସ୍ତାନରେ ବିମାନ ଉଡ଼ାଣ ସ୍ୱାଭାବିକ ହୋଇଥିଲେ ମଧ୍ୟ ନୂଆଦିଲ୍ଲୀ, ବ୍ୟାଙ୍କକ୍‌ ଏବଂ କୁଆଲା ଲାମ୍ପୁରରୁ କୌଣସି ବିମାନ ପାକିସ୍ତାନ ଯାଉନାହିଁ।

ପାକିସ୍ତାନ ବେସାମରିକ ବିମାନ ସେବା ମୁଖପାତ୍ର ମୁଜ୍‌ତାବା ବେଗ୍‌ କହିବା ଅନୁଯାୟୀ, ପାକିସ୍ତାନ ସରକାର ଏହି ବ୍ୟାନ୍‌ ଉଠାଇବେ କି ନାହିଁ ତାହା ଆସନ୍ତା ୧୫ ତାରିଖରେ ନିଷ୍ପତ୍ତି ନେବେ। ଏହି ଦିନ ବିମାନ ସେବା ସହ ଜଡ଼ିତ ସମସ୍ତ ମନ୍ତ୍ରୀ ଏବଂ ଅଧିକାରୀ ଏକ ବୈଠକରେ ଭାଗନେବେ।

ଅନ୍ୟପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଘନିଷ୍ଠ ତଥା ମନ୍ତ୍ରୀ ଫୱାଦ୍‌ ଚୌଧୁରୀ କହିଛନ୍ତି ଭାରତରେ ନିର୍ବାଚନ ନ ସରିବା ଯାଏ କୌଣସି ଚୂଡ଼ାନ୍ତ ନିଷ୍ପତ୍ତିର ସମ୍ଭାବନା ହିଁ ନାହିଁ। ନୂଆ ସରକାର ଗଠନ ହେବାପରେ ଯାଇ ଯାହା କୁହାଯାଇପାରିବ। ତେଣୁ ତାଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇସାରିଛି ଫେବୃଆରୀ ୨୬ ପରେ ବନ୍ଦ ରହିଥିବା ଦ୍ୱିପାକ୍ଷିକ ବିମାନ ଉଡ଼ାଣ ମେ ୨୩ ପରେ ବା ଜୁନ୍‌ ବେଳକୁ ହିଁ ସ୍ୱାଭାବିକ ହୋଇପାରେ।

Related story