ସୁଧୁରୁନି ପାକିସ୍ତାନ: ପୁଣି କଲା ଅସ୍ତ୍ରବିରତି ଉଲ୍ଲଂଘନ

ଜମ୍ମୁ: ‘ମତେ ଯେତେ ମାଠିବୁ ମାଠ, ମୁଁ ସେହି ଦରରପୋଡ଼ା କାଠ’। ଏ ଉକ୍ତିଟି ଆଉ କାହା ପାଇଁ ଉପଯୁକ୍ତ ହେଉ କି ନ ହେଉ ପାକିସ୍ତାନ ପାଇଁ ପୁରା ଫିଟ୍‌। ବିଶ୍ୱ ଦରବାରରେ ବାରମ୍ବାର ଲଜ୍ଜିତ ହେବା ପରେ ମଧ୍ୟ ସୁଧୁରିବା ପରି ଜଣାପଡୁନାହିଁ। ଆଜି ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଜାମ୍ମୁ-କାଶ୍ମୀରର ପୁଞ୍ଜ ସେକ୍ଟରରେ ଘନ ଘନ ଗୁଳି ଗୋଳା ବର୍ଷଣ କରିଛି ପାକିସ୍ତାନ ସେନା। ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ […]

india-army

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 04:55 PM IST

ଜମ୍ମୁ: ‘ମତେ ଯେତେ ମାଠିବୁ ମାଠ, ମୁଁ ସେହି ଦରରପୋଡ଼ା କାଠ’। ଏ ଉକ୍ତିଟି ଆଉ କାହା ପାଇଁ ଉପଯୁକ୍ତ ହେଉ କି ନ ହେଉ ପାକିସ୍ତାନ ପାଇଁ ପୁରା ଫିଟ୍‌। ବିଶ୍ୱ ଦରବାରରେ ବାରମ୍ବାର ଲଜ୍ଜିତ ହେବା ପରେ ମଧ୍ୟ ସୁଧୁରିବା ପରି ଜଣାପଡୁନାହିଁ। ଆଜି ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଜାମ୍ମୁ-କାଶ୍ମୀରର ପୁଞ୍ଜ ସେକ୍ଟରରେ ଘନ ଘନ ଗୁଳି ଗୋଳା ବର୍ଷଣ କରିଛି ପାକିସ୍ତାନ ସେନା। ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଛି।

ଦିନକ ତଳେ ପାକିସ୍ତାନ ସେନାର ଗୁଳିରେ ୩ ଜଣ ନାବାଳକଙ୍କ ମୃତ୍ୟୁ ଘଟିଥିଲା ଓ ୫ ଜଣ ଆହତ ହୋଇଥିଲେ। ଏହାର ତୀବ୍ର ପ୍ରତିବାଦ କରିଥିଲା ଭାରତ, ହେଲେ ସୁଧୁରୁନି ପାକିସ୍ତାନ।  ଚଳିତ ସପ୍ତାହରେ ଏହା ହେଉଛି ପାକିସ୍ତାନର ତୃତୀୟ ଅସ୍ତ୍ର ବିରତି ଉଲ୍ଲଂଘନ।

Related story