କରାଚି: ସାରା ବିଶ୍ୱ ଧର୍ମ, ବର୍ଣ୍ଣ ଓ ଜାତିକୁ ଭୁଲି ମିଳିତ ଭାବେ ମହାମାରୀ କରୋନା ଭାଇରସ ବିରୋଧରେ ଲଢ଼େଇ କରୁଛନ୍ତି। ହେଲେ ଆତଙ୍କୀସ୍ତାନ ପାକିସ୍ତାନ ତା’ର ହିନ୍ଦୁ–ମୁସଲିମ ଭେଦଭାବ ଦେଖାଇବାରେ ଲାଗିଛି। ଦେଶରେ ସଂଖ୍ୟାଲଘୁ ଥିବା ହିନ୍ଦୁ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକଙ୍କୁ ପାକିସ୍ତାନ ସରକାର ଖାଇବାକୁ ଦେଉନାହାନ୍ତି। କେବଳ ମୁସଲିମାନଙ୍କ ପାଇଁ ଖାଇବା ରହିଥିବା ପାକିସ୍ତାନ ପ୍ରଶାସନ କହିବାରେ ଲାଗିଛି।
କରୋନା ମୁକାବିଲା ପାଇଁ ସାରା ଦେଶରେ ପାକିସ୍ତାନ ସରକାର ଲକଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ପ୍ରଶାସନ ମୁସଲିମମାନଙ୍କ ପାଖରେ ଖାଇବା ପହଞ୍ଚାଉଥିଲେ ହେଁ ହିନ୍ଦୁମାନଙ୍କୁ କୌଣସି ରାସନ ଯୋଗାଇ ଦେଉ ନଥିବା ଅଭିଯୋଗ ହୋଇଛି। ସୂତ୍ର ଅନୁସାରେ, କରାଚିର ରେହରି ଗୋଥରେ ଲୋମାନେ ଜରୁରୀ ସାମଗ୍ରୀ ନେବାକୁ ଏକାଠି ହୋଇଥିଲେ। ହେଲେ ଏଠାରେ କେବଳ ମୁସଲିମାନଙ୍କ ପାଇଁ ଖାଇବା ଥିବା ହିନ୍ଦୁ ଲୋକମାନଙ୍କୁ କୁହାଯାଇଛି। ଏପରି କି ସେମାନଙ୍କୁ ସେଠାରେ ବିଦା ମଧ୍ୟ କରିଦିଆ ଯାଇଛି।
ଜଣେ ହିନ୍ଦୁ ବ୍ୟକ୍ତି କହିଛନ୍ତି, “ଆମେ କେବଳ ଶୁଣିବାକୁ ପାଇଛୁ ଯେ ଆମ ପଡ଼ୋଶୀମାନେ ଜରୁରୀ ସାମଗ୍ରୀ ପାଇଛନ୍ତି। ମୋ ପୁଅ ରିକ୍ସା ଚଳାଏ। ଲକଡାଉନ ଯୋଗୁ ସବୁ କିଛି ବନ୍ଦ ହୋଇଯାଇଛି। ଏଥିପାଇଁ ସେ ଘରେ ବସିଛି। ଆମ ପାଖରେ ଖାଇବାକୁ କିଛି ନାହିଁ। ଟଙ୍କା ନାହିଁ। ଆମେ ରାସନ ଦୋକାନକୁ ଯାଇଥିବା ବେଳେ ଅଧିକାରୀମାନେ ଆମ ପାଇଁ ଟ୍ରକ୍ରେ ସାମଗ୍ରୀ ପଠାଯିବ। ହେଲେ ଏଯାଏ ଆମ ପାଖରେ କିଛି ବି ପହଞ୍ଚି ନାହିଁ। କରାଚିରେ ଦୋକାନୀମାନେ ଆମେ ହିନ୍ଦୁ ହୋଇଥିବାରୁ ସାମଗ୍ରୀ ଦେବାକୁ ମନା କରିଦେଇଛନ୍ତି।”
କେବଳ ଏହି ବ୍ୟକ୍ତି ନୁହନ୍ତି, ପ୍ରାୟ ଅଧିକାଂଶ ହିନ୍ଦୁ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନେ ଏଭଳି ଅଭିଯୋଗ କରିଛନ୍ତି। ପାକିସ୍ତାନରେ ମୋଟ ଜନସଂଖ୍ୟାର ୪% ହେଉଛନ୍ତି ହିନ୍ଦୁ। କେବଳ କରୋନା ବେଳେ ନୁହେଁ, ଏହା ପୂର୍ବରୁ ମଧ୍ୟ ଅନେକ ସମୟରେ ହିନ୍ଦୁ ଲୋକଙ୍କ ଉପରେ ପାକିସ୍ତାନରେ ଆକ୍ରମଣ କରାଯିବାର ଖବର ରହିଛି।