ନୂଆଦିଲ୍ଲୀ: ପିଓକେଠାରେ ଏଲ୍ଓସି ନିକଟବର୍ତ୍ତୀ ଗାଁ ଓ ଭାରତୀୟ ସେନା ପୋଷ୍ଟକୁ ଲକ୍ଷ୍ୟ କରି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ପରେ ଭାରତର ଦୃଢ଼ ଜବାବ ପରେ ନରମିଥିଲା ପାକିସ୍ତାନ। ଏପରିକି ସାମ୍ବାଦିକମାନେ ଏଲ୍ଓସି ନିକଟକୁ ଯାଉଥିବାରୁ ଅସ୍ତ୍ରବିରତି କାଏମ ରଖିବାକୁ ଅନୁରୋଧ କରିଥିଲା। କିନ୍ତୁ ଏହା ପରେ ପରେ ହିଁ ନିଜ ପୁରୁଣା ରୋଗ ଦୋହରାଇଛି ଏହି ଦେଶ। ପୂର୍ବରୁ ଅନେକ ଥର ଛଳନା କରିଆସିଥିବା ପାକିସ୍ତାନ ଭାରତର ଅସ୍ତ୍ରବିରତି ସତ୍ତ୍ୱେ ଜନବସତିକୁ ଲକ୍ଷ୍ୟ କରି ଗୁଳିଗୋଳା ବର୍ଷଣ କରିଛି।
କଶ୍ମିରୀଙ୍କ ପାଇଁ ମିଛ ଦରଦ ଦେଖାଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ପାକିସ୍ତାନର ଆକ୍ରମଣରୁ ସୀମା ନିକଟରେ ଥିବା ସ୍କୁଲ ମଧ୍ୟ ବାଦ ପଡ଼ିନି। ସ୍କୁଲର ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ହିଁ ଅଟକି ରହିବାକୁ ପଡ଼ିଛି। ଆଉ ଏସବୁ ଘଟଣା ପାକିସ୍ତାନର ଅସ୍ତ୍ରବିରତି ଅନୁରୋଧ ପରେ ହିଁ ଘଟିଛି।
ସୂଚନାଯୋଗ୍ୟ ଯେ, ଯେଉଁଦିନ ପାକିସ୍ତାନ ସାମ୍ବାଦିକମାନଙ୍କୁ ଏବଂ କୂଟନୀତିଜ୍ଞମାନଙ୍କୁ ପାକିସ୍ତାନ ନେଇଥିଲା, ଠିକ୍ ସେହିଦିନ ସେଠାରେ ସ୍ଥାନୀୟ ଲୋକେ ମୁକ୍ତି ପାଇଁ ନାରା ଦେଇଥିଲେ। ବିଶେଷ କରି ମୁଜାଫରାବାଦ୍ଠାରେ ଲୋକେ ବିକ୍ଷୋଭ କରିଥିଲେ।
ପାକିସ୍ତାନ ସେନା ପୁଞ୍ଛ ଜିଲ୍ଲାର ବାଲାକୋଟ୍ ଏବଂ ମେନ୍ଧାର ସେକ୍ଟରରେ ଏଭଳି ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଶେଲିଂ ମାଡ଼ କରିଛନ୍ତି।