ନୂଆଦିଲ୍ଲୀ: ଦଣ୍ଡାଦେଶ ବିରୋଧରେ ଇସ୍ଲାମାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ । ନ୍ୟାସନାଲ୍ ଆକାଉଣ୍ଟବିଲିଟି ବ୍ୟୁରୋର ରାୟକୁ ଖାରଜ କରିବା ସହ ତୁରନ୍ତ ଜାମିନ ଦେବା ପାଇଁ ସେ ଆବେଦନ କରିଛନ୍ତି । ଇଂଲଣ୍ଡର ଏଭିନ୍ଫିଲ୍ଠ ପ୍ରପଟିରେ ନଓ୍ୱାଜ ସରିଫଙ୍କ ଏକାଧିକ ସମ୍ପତ୍ତି ଥିବା ପାନାମା ପେପର୍ ଲିକ୍ ପରେ ଖୁଲାସା ହୋଇଥିଲା। ଏହାପରେ ଦୁର୍ନୀତି ଅଭିଯୋଗରେ ନୱାଜ୍ ୧୦ ବର୍ଷ ଓ ମରିୟମଙ୍କୁ ୭ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ନ୍ୟାସନାଲ୍ ଆକାଉଣ୍ଟବିଲିଟି।
ଶୁକ୍ରବାର ପାକିସ୍ତାନ ପହଞ୍ଚିବା ପରେ ନୱାଜ ସିରଫ ଓ ତାଙ୍କ ଝିଅ ମରୟମଙ୍କୁ ପୋଲିସ ଗିରଫ କରିଥିଲା। ଉଭୟଙ୍କୁ ରାଓ୍ୱଲପିଣ୍ଡି ଆଦିଆଲା ଜେଲରେ ବି କ୍ଲାସ୍ ସୁବିଧା ସୁଯୋଗ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଭ୍ରଷ୍ଟାଚାର ମାମଲାରେ ନୱାଜଙ୍କୁ ୧୦ ବର୍ଷ ଏବଂ ଝିଅ ମରିୟାମଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହି ଘଟଣାରେ ତାଙ୍କୁ ଓ ତାଙ୍କ କନ୍ୟା ମରିୟାମ୍ଙ୍କୁ ଗିରଫ କରାଯାଇଛି। ବିଦେଶରୁ ଆସି ଲାହୋରରେ ପହଞ୍ଚିବା ପରେ ବିମାନବନ୍ଦରରୁ ସେମାନଙ୍କୁ ଗିରଫ କରାଯାଇ ଥିଲା।