କୁଳଭୂଷଣଙ୍କୁ କନ୍ସୁଲାର ଆକ୍ସେସ୍‌ ପାଇଁ ପାକ୍‌ ଦେଲା ପ୍ରସ୍ତାବ

ଇସଲାମାବାଦ୍‌: ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ କୁଳଭୂଷଣ ଯାଦବଙ୍କୁ କନ୍ସୁଲାର ଆକ୍ସେସ୍‌ ପାଇଁ ପ୍ରସ୍ତାବ ଦେଇଛି ପାକିସ୍ତାନ। ଆସନ୍ତାକାଲି ଅର୍ଥାତ ୨ ତାରିଖରେ ଏହି ଅନୁମତି ଦିଆଯିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯିବା ପକ୍ଷରେ ଭାରତ ମଧ୍ୟ ଉତ୍ତର ରଖିଛି। ଭାରତ ପକ୍ଷରୁ କୁହାଯାଇଛି ‘କଟକଣା ବିହୀନ’ ଏବଂ ‘ଅବାଧ’ ଅନୁମତି ନ ମିଳିଲେ ଏହାକୁ ଭାରତ ଗ୍ରହଣ କରିବନି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମହମ୍ମଦ ଫୈଜଲ ପୂର୍ବରୁ କହିଥିଲେ, ୨୦୧୯ ସେପ୍ଟେମ୍ବର […]

kulbhushan

Subrat Kumar Nayak
  • Published: Sunday, 01 September 2019
  • , Updated: 01 September 2019, 09:06 PM IST

ଇସଲାମାବାଦ୍‌: ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ କୁଳଭୂଷଣ ଯାଦବଙ୍କୁ କନ୍ସୁଲାର ଆକ୍ସେସ୍‌ ପାଇଁ ପ୍ରସ୍ତାବ ଦେଇଛି ପାକିସ୍ତାନ। ଆସନ୍ତାକାଲି ଅର୍ଥାତ ୨ ତାରିଖରେ ଏହି ଅନୁମତି ଦିଆଯିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯିବା ପକ୍ଷରେ ଭାରତ ମଧ୍ୟ ଉତ୍ତର ରଖିଛି। ଭାରତ ପକ୍ଷରୁ କୁହାଯାଇଛି ‘କଟକଣା ବିହୀନ’ ଏବଂ ‘ଅବାଧ’ ଅନୁମତି ନ ମିଳିଲେ ଏହାକୁ ଭାରତ ଗ୍ରହଣ କରିବନି।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମହମ୍ମଦ ଫୈଜଲ ପୂର୍ବରୁ କହିଥିଲେ, ୨୦୧୯ ସେପ୍ଟେମ୍ବର ୨ ତାରିଖରେ କୁଳଭୂଷଣ ଯାଦବଙ୍କୁ କନ୍ସୁଲାର ଆକ୍ସେସ୍‌ ଦିଆଯିବ। ଭିଏନା ଚୁକ୍ତି ଅନୁଯାୟୀ ଏହି ଅନୁମତି ଦିଆଯିବ ବୋଲି ସେ କହିଥିଲେ। ସେ ଏହି ଟ୍ୱିଟ୍‌ରେ କୁଳଭୂଷଣଙ୍କୁ ଗୁଇନ୍ଦା କମାଣ୍ଡର ଏବଂ ର’ ପାଇଁ କାମକରୁଥିବା ଦର୍ଶାଇଥିଲେ। ସେ କହିଥିଲେ ‘କମାଣ୍ଡର ଯାଦବ’ ଆତଙ୍କବାଦ ଏବଂ ଗୁପ୍ତଚର କାମ ଆଦି କରୁଥିବା ଅଭିଯୋଗରେ ପାକିସ୍ତାନରେ ବନ୍ଦୀ ଅଛନ୍ତି।

୪୯ ବର୍ଷ ବୟସ୍କ କୁଳଭୂଷଣଙ୍କୁ ୨୦୧୬ ମସିହା ମାର୍ଚ୍ଚରେ ପାକିସ୍ତାନ ଗିରଫ କରିଥିଲା। ସେ ଗୁଇନ୍ଦାଗିରି କରୁଥିବା ପାକିସ୍ତାନ ଅଭିଯୋଗ ଆଣିଥିଲେ ହେଁ ଭାରତ ଏହାକୁ ଖଣ୍ଡନ କରିଆସୁଛି। ସେ ଇରାନ୍‌ପଟୁ ପାକିସ୍ତାନରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ ବଲୁଚିସ୍ତାନରୁ ଗିରଫ କରାଯାଇଥିଲା ବୋଲି ପାକିସ୍ତାନ ଦାବି କରିଆସୁଛି। ଏହାର ଏକ ବର୍ଷ ପରେ ପାକିସ୍ତାନର ଏକ ସାମରିକ କୋର୍ଟ ତାଙ୍କୁ ଫାଶୀଦଣ୍ଡ ଦେଇଥିଲା। ଏହାକୁ ନେଇ ସମଗ୍ର ଭାରତରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ଏବଂ ଭାରତ ନ୍ୟାୟ ପାଇଁ ପାକିସ୍ତାନ ବିରୋଧରେ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲା। ଆଇସିଜେ ଭାରତ ସପକ୍ଷରେ ରାୟ ଦେବା ସହ ପାକିସ୍ତାନ ଉପରେ ବର୍ଷିଥିଲେ। କୋର୍ଟ ପାକିସ୍ତାନକୁ ନିରପେକ୍ଷ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ।

Related story