ଇସଲାମାବାଦ: ଚୀନରେ କରୋନା ଭାଇରସ ପାଇଁ ଏଯାବତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏହାରି ଭିତରେ ଉହାନରେ ଫଶିଥିବା ୬୪୭ ନାଗରିକଙ୍କୁ ଭାରତ ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ଆଣିଛି। ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନିଜ ଦେଶର ନାଗରିକଙ୍କୁ ଫେରାଇ ଆଣିବ ନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏହା କହିଛନ୍ତି। ପାକିସ୍ତାନ ସରକାରର ଏହି ନିଷ୍ପତ୍ତି ଏବେ ସୋଶାଲ ମିଡିଆରେ ଝଡ ସୃଷ୍ଟି କରିଛି।
ପ୍ରତିଦିନ ଶହ ଶହ ଲୋକ କରୋନା ଭାଇରାସରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଥିବା ବେଳେ ପାକିସ୍ତାନ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପାକିସ୍ତାନବାସୀ ସମାଲୋଚନା କରିଛନ୍ତି। ଏଭଳି ନିଷ୍ପତ୍ତି ପାଇଁ ଇମ୍ରାନ ଖାନ୍ ନିଜକୁ ଲଜ୍ଜିତ କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି।
ପାକିସ୍ତାନ ସରକାର ପକ୍ଷରୁ କୁହାଯାଇଛି, ଚୀନରେ ପାକିସ୍ତାନର ନାଗରିକଙ୍କୁ ଉତ୍ତମ ସ୍ୱାସ୍ଥ୍ୟବସ୍ଥା ମିଳିବ। ସେମାନଙ୍କୁ ନେଇ ଆସିଲେ ବିପଦ ଟଳିବନି। ହେଲେ ଚୀନରେ ପାଠ ପଢ଼ୁଥିବା ପାକିସ୍ତାନ ଛାତ୍ରଙ୍କ ଅଭିଭାବକ କିନ୍ତୁ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।