ଆମେରିକାର ସିନ୍ଥିଆ ରିଚିଙ୍କ ସହ ସେକ୍ସ କରିବାକୁ ଚାହୁଁଥିଲେ ଇମ୍ରାନ ଖାନ!

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିବା ଆମେରିକା ପର୍ଯ୍ୟଟକ ତଥା ବ୍ଲଗର ସିନ୍ଥିଆ ରିଚି ଏବେ ଆଉ ଏକ ବିସ୍ଫୋରକ ବୟାନ ଦେଇଥିବା ଜଣାପଡ଼ିଛି। ବର୍ତ୍ତମାନର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ମଧ୍ୟ ସିନ୍ଥିଆ ରିଚିଙ୍କ ସହ ସେକ୍ସ କରିବାକୁ ଚାହୁଁଥିଲେ। ଏ ସମ୍ପର୍କରେ ସିନ୍ଥିଆ ପାକିସ୍ତାନୀ ଟିଭି ଚ୍ୟାନେଲ ଉପସ୍ଥାପକ ଅଲୀ ସଲିମ ଓରଫ ବେଗମ ନୱାଜିଶ ଅଲୀ ସୂଚନା ଦେଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। […]

c

Hemant Lenka
  • Published: Monday, 08 June 2020
  • , Updated: 08 June 2020, 05:11 PM IST

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିବା ଆମେରିକା ପର୍ଯ୍ୟଟକ ତଥା ବ୍ଲଗର ସିନ୍ଥିଆ ରିଚି ଏବେ ଆଉ ଏକ ବିସ୍ଫୋରକ ବୟାନ ଦେଇଥିବା ଜଣାପଡ଼ିଛି। ବର୍ତ୍ତମାନର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ମଧ୍ୟ ସିନ୍ଥିଆ ରିଚିଙ୍କ ସହ ସେକ୍ସ କରିବାକୁ ଚାହୁଁଥିଲେ। ଏ ସମ୍ପର୍କରେ ସିନ୍ଥିଆ ପାକିସ୍ତାନୀ ଟିଭି ଚ୍ୟାନେଲ ଉପସ୍ଥାପକ ଅଲୀ ସଲିମ ଓରଫ ବେଗମ ନୱାଜିଶ ଅଲୀ ସୂଚନା ଦେଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଅଲୀ କହିଛନ୍ତି, ସିନ୍ଥିଆ ମୋର ବହୁତ ଘନିଷ୍ଠ ଥିଲେ। ଏକଦା ସେ ମୋ ସହ ରୁମ ମଧ୍ୟ ଶେୟାର କରିଥିଲେ। ଏହି ସମୟରେ ସେ ମୋତେ ଇମ୍ରାନ ଖାନ୍‌ଙ୍କ ବିଷୟରେ କହିଥିଲେ। ଇମ୍ରାନ ଖାନ୍‌ ବି ତାଙ୍କ ସହ ସେକ୍ସ କରିବାକୁ ଚାହୁଁଥିବା ସିନ୍ଥିଆ ମୋତେ କହିଥିବା ଅଲୀ ଏବେ ଘୋଷଣା କରିଛନ୍ତି। ଏହାକୁ ନେଇ ପୂରା ପାକିସ୍ତାନରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ବିବାଦ ବଢ଼ିବାରୁ ସିନ୍ଥିଆ ଗଣମାଧ୍ୟମରେ ନିଜର ବିବୃତି ଜାରି କରିଛନ୍ତି। ସେ କହିଛନ୍ତି, ଅଲୀଙ୍କ ବୟାନରେ କୌଣସି ସତ୍ୟତା ନାହିଁ। ସେ ଡାହା ମିଛ କହୁଛନ୍ତି।

ଗତକାଲି ରିଚି ଫେସବୁକ ଲାଇଭରେ ଆଭ୍ୟନ୍ତରୀଣ ମନ୍ତ୍ରୀ ରେହମାନ ମଲିକ ତାଙ୍କୁ ୨୦୧୧ରେ ରାଷ୍ଟ୍ରପତି ଭବନରେ ଦୁଷ୍କର୍ମ କରିଥିବା କହିଥିଲେ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ ଓ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମଖଦୁମ ଶାହାବୁଦ୍ଦିନ ତାଙ୍କୁ ଟଣାଓଟରା ମଧ୍ୟ କରିଥିଲେ ବୋଲି ସେ କହିଥିଲେ।

ଏ ସମ୍ପର୍କରେ ବି ଅଲୀ ମତ ଦେଇଛନ୍ତି। ସେ କହିଛନ୍ତି, ୨୦୧୧ରେ ରେହମାନ ମଲିକ ରାଷ୍ଟ୍ରପତି ପ୍ୟାଲେସରେ ରିଚିଙ୍କୁ ଦୁଷ୍କର୍ମ କରିଥିବା କଥା ମୁଁ ଜାଣିନାହିଁ। ସେ ମୋର ବହୁତ ଘନିଷ୍ଠ ଥିଲେ। ସେଥିପାଇଁ ସେ ଇମ୍ରାନ ଖାନ୍‌ଙ୍କ ବିଷୟରେ କହିଥିଲେ।

ଯଦି ସେ ମୋତେ ଇମ୍ରାନ ଖାନଙ୍କ ବିଷୟରେ କହିଥିଲେ, ତା’ହେଲେ ରେହମାନଙ୍କ ସମ୍ପର୍କରେ କାହିଁକି କିଛି କହି ନଥିଲେ। ମୁଁ ଜାଣିଛି ସେ ଫେସବୁକରେ ରେହମାନଙ୍କ ସମ୍ପର୍କରେ କହିଛନ୍ତି। ହେଲେ ରେହମାନ ତାଙ୍କୁ ଦୁଷ୍କର୍ମ କରିଥିବା ସମ୍ପର୍କରେ ରିଚି ମୋତେ କିଛି ବି କହି ନଥିବା ଅଲୀ କହିଛନ୍ତି।

ସିନ୍ଥିଆ ଆମେରିକାର ନାଗରିକ ହୋଇଥିଲେ ହେଁ ୧୦ରୁ ଅଧିକ ବର୍ଷ ହେଲାଣି ପାକିସ୍ତାନରେ ରହି ଆସୁଛନ୍ତି।

Related story