ବିରୋଧ ସତ୍ତ୍ୱେ ଇସଲାମାବାଦରେ ମନ୍ଦିର ନିର୍ମାଣ ପାଇଁ ହେଲା ଭୂମି ପୂଜା

ଇସଲାମାବାଦ: ବହୁ ବାଦ ବିବାଦ ପରେ ପାକିସ୍ତାନର ଇସଲାମାବାଦରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ହୋଇଛି। ପାକିସ୍ତାନ ଏକ ଇସଲାମିକ ଦେଶ। ତେଣୁ ଏଠାରେ ମନ୍ଦିର ତିଆରି ପାଇଁ ଦିଆଯାଇଥିବା ଅନମୁତିକୁ ବାତିଲ୍ କରିବା ପାଇଁ ପାକିସ୍ତାନର ଶାସକ ଦଳର ଏକ ଶାଖା ଦାବି କରିଥିଲା। ଏମିତିକି ଇମ୍ରାନ୍ ଖାନ ସରକାରଙ୍କ ଅନେକ ମନ୍ତ୍ରୀ ମନ୍ଦିର ତିଆରିକୁ ବିରୋଧ କରିଥିଲେ। ହେଲେ ଇସଲାମାବାଦର କ୍ୟାପିଟାଲ ଡେଭଲପମେଣ୍ଟ ଅଥରିଟି (ସିଡିଏ) ମନ୍ଦିର ତିଆରି ପାଇଁ ଭୂମି ପୂଜା […]

Ground breaking

Subhransu Sekhar
  • Published: Saturday, 04 July 2020
  • , Updated: 04 July 2020, 08:34 AM IST

ଇସଲାମାବାଦ: ବହୁ ବାଦ ବିବାଦ ପରେ ପାକିସ୍ତାନର ଇସଲାମାବାଦରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ହୋଇଛି। ପାକିସ୍ତାନ ଏକ ଇସଲାମିକ ଦେଶ। ତେଣୁ ଏଠାରେ ମନ୍ଦିର ତିଆରି ପାଇଁ ଦିଆଯାଇଥିବା ଅନମୁତିକୁ ବାତିଲ୍ କରିବା ପାଇଁ ପାକିସ୍ତାନର ଶାସକ ଦଳର ଏକ ଶାଖା ଦାବି କରିଥିଲା। ଏମିତିକି ଇମ୍ରାନ୍ ଖାନ ସରକାରଙ୍କ ଅନେକ ମନ୍ତ୍ରୀ ମନ୍ଦିର ତିଆରିକୁ ବିରୋଧ କରିଥିଲେ। ହେଲେ ଇସଲାମାବାଦର କ୍ୟାପିଟାଲ ଡେଭଲପମେଣ୍ଟ ଅଥରିଟି (ସିଡିଏ) ମନ୍ଦିର ତିଆରି ପାଇଁ ଭୂମି ପୂଜା କରିଛି। ଭୂମି ପୂଜା ବେଳେ ସଂସଦୀୟ ସଚିବ (ମାନବ ଅଧିକାର) ଲାଲ ଚନ୍ଦ ମାଲହୀ ଉପସ୍ଥିତ ଥିଲେ। ଏହା ଇସଲାମାବାଦର ପ୍ରଥମ ମନ୍ଦିର ହେବ ବୋଲି ଜଣାପଡ଼ିଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦଳ ତେହେରିକ-ଏ-ଇନସାଫର ଶାଖା ପାକିସ୍ତାନ ମୁସଲିମ୍ ଲିଗ-କ୍ୟୁଏଦ (ପିଏମଏଲ-କ୍ୟୁ) ଏହି ମନ୍ଦିର ନିର୍ମାଣକୁ ବିରୋଧ କରିଥିଲା। ପାକିସ୍ତାନ ଏକ ଇସଲାମ ରାଷ୍ଟ୍ର। ଯଦି ମନ୍ଦିର ନିର୍ମାଣ ହେବ ତା’ହେଲେ ଦେଶର ମୂଳ ଭାବନାକୁ କୁଠାରଘାତ ହେବ। ତେଣୁ ମନ୍ଦିର ନିର୍ମାଣ ଉପରେ ରୋକ୍ ଲଗାଯାଉ। ଭୂମି ପୂଜାର ସପ୍ତାହେ ପରେ ଏଭଳି ମତ ରଖିଛି ଇମ୍ରାନଙ୍କ ଶାଖା ଦଳ।

ସେହିପରି ପାକିସ୍ତାନ ପଞ୍ଜାବ ପ୍ରାନ୍ତର ବାଚସ୍ପତି ଚୌଧୁରୀ ପେରଭାଇଜ ଇଲାହି ମନ୍ଦିର ନିର୍ମାଣକୁ ବିରୋଧ କରିଛନ୍ତି। ପାକିସ୍ତାନ ଇସଲାମ ନାମରେ ତିଆରି ହୋଇଛି। ହିନ୍ଦୁ ମନ୍ଦିର ନିର୍ମାଣ କରିବା ଇସଲାମ ବିରୋଧୀ ସହିତ ରିଆୟେସତ-ଏ-ମଦିନକୁ ବିରୋଧ ହେବ ବୋଲି ସେ କହିଛନ୍ତି।

ସେହିପରି ଇମ୍ରାନ ସରକାରଙ୍କ ମନ୍ତ୍ରୀ ଫଇଜାଲ ହୁସେନ ଚୌହ୍ୱାନ କହିଛନ୍ତି, ୨୦୧୬ରେ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି। ସେତେବେଳେ ପାକିସ୍ତାନ ମୁସଲିମ୍ ଲିଗ୍ (ଏନ) ସରକାର ଏହି ମନ୍ଦିର ନିର୍ମାଣକୁ ଅନୁମତି ଦେଇଛନ୍ତି ବୋଲି କହି ନିଜ ସରକାର ଉପରେ ଆସିଥିବା ଅଭିଯୋଗର ଦୋଷ ଛଡ଼ାଇବାକୁ ଚେଷ୍ଟା କରିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏହି ମନ୍ଦିର ନିର୍ମାଣ ପାଇଁ ୧୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି।

ଇସଲାମାବାଦର ଏଚ-୯ ଅଞ୍ଚଳରେ ଶ୍ରୀକୃଷ୍ଣଙ୍କ ମନ୍ଦିର ତିଆରି ପାଇଁ ଅନୁମତି ମିଳିଛି। ମୋଟ୍ ୨୦ ହଜାର ସ୍କୋୟାର ଫୁଟରେ ଏହି ମନ୍ଦିର ତିଆରି ହେବ ବୋଲି ଲାଲ ଚନ୍ଦ ମାଲହୀ କହିଛନ୍ତି।

Related story