ପଞ୍ଜାବରେ ଆତଙ୍କୀ ହମଲା: ଅପରେସନ୍ ଶେଷ, ୩ ଆତଙ୍କୀ ଓ ୫ ପୋଲିସ୍ ସମେତ ୧୧ ମୃତ

ଚଣ୍ଡିଗଡ଼: ପଞ୍ଜାବର ଗୁରୁଦାସପୁରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟ ଶେଷ ହୋଇଯାଇଛି। ପ୍ରାୟ ୧୨ ଘଟଣାର ଅପରେସନ ପରେ ସମସ୍ତ ତିନି ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ୫ ଜଣ ପୋଲିସ୍ କର୍ମଚାରୀ ଓ ୩ ଜଣ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ମୃତ ପୋଲିସଙ୍କ ମଧ୍ୟରେ ଜଣେ ଗୁଇନ୍ଦା ଏସପି ମଧ୍ୟ ରହିଛନ୍ତି। ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଛି। ତଥାପି ଦିନାନଗର ଥାନା ଅଞ୍ଚଳରେ ପୋଲିସ୍ ଓ ଯବାନଙ୍କ […]

punjab2

punjab2

Rakesh Mallick
  • Published: Monday, 27 July 2015
  • Updated: 27 July 2015, 12:28 PM IST

Sports

Latest News

ଚଣ୍ଡିଗଡ଼: ପଞ୍ଜାବର ଗୁରୁଦାସପୁରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟ ଶେଷ ହୋଇଯାଇଛି। ପ୍ରାୟ ୧୨ ଘଟଣାର ଅପରେସନ ପରେ ସମସ୍ତ ତିନି ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ୫ ଜଣ ପୋଲିସ୍ କର୍ମଚାରୀ ଓ ୩ ଜଣ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ମୃତ ପୋଲିସଙ୍କ ମଧ୍ୟରେ ଜଣେ ଗୁଇନ୍ଦା ଏସପି ମଧ୍ୟ ରହିଛନ୍ତି। ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଛି। ତଥାପି ଦିନାନଗର ଥାନା ଅଞ୍ଚଳରେ ପୋଲିସ୍ ଓ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ପଞ୍ଜାବ ଗୁରୁଦାସପୁରରେ ଆଜି ସକାଳୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ପଞ୍ଜାବ ପୋଲିସର ସ୍ୱତନ୍ତ୍ର କମାଣ୍ତୋ ଏହି ଅପରେସନ ଚଳାଇଥିଲେ। ସେନା ଓ ଏନଏସଜିର ସ୍ୱତନ୍ତ୍ର ଟିମ୍ ମଧ୍ୟ ଏଥିରେ ସାମିଲ ହୋଇଥିଲା। ଗୁଳିବିନିମୟ ବେଳେ ପଞ୍ଜାବ ପୋଲିସର ଗୋଇନ୍ଦା ଏସପି ବଲଜିତ ସିଂହଙ୍କ ମୃତ୍ୟୁ ଘଟିଛି। ଦୁଇ ଜଣ ଆତଙ୍କବାଦୀ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି।

ଆଜି ସକାଳେ ଯବାନ ବେଶରେ ଏହି ଆତଙ୍କବାଦୀ ପାକିସ୍ତାନ ସୀମା ସହ ଲାଗିଥିବା ଦିନାନଗର ଥାନା ଉପରେ ଗୁଳିମାଡ କରିବା ସହ ଧସେଇ ପଶିଥିଲେ। ଆତଙ୍କବାଦୀମାନେ ପାକିସ୍ତାନରୁ ଆସିଥିବା ସନ୍ଦେହ କରାଯାଉଛି। ଥାନା ଉପରେ ହମଲା କରିବା ପୂର୍ବରୁ ଆତଙ୍କବାଦୀମାନେ ଏକ ସରକାରୀ ବସ୍ ଉପରେ ମଧ୍ୟ ଆକ୍ରମଣ କରିଥିଲେ।

ସେହିପରି ପଠାନକୋଟ୍-ଅମୃତସର ରେଳ ଟ୍ରାକରେ ୫ଟି ବୋମା ଠାବ ହୋଇଛି। ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଂସଦ ଭବନ ପରିସରରେ ବରିଷ୍ଠ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେପଟେ ସ୍ଥିତି ଉପରେ ନଜର ରଖିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ। ତେବେ ସେ ସମଗ୍ର ଘଟଣାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଘଟଣା ପରେ ସୀମାବର୍ତ୍ତୀ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି।

ଏହି ଘଟଣାକୁ ଦେଶର ସମସ୍ତ ଦଳ ନିନ୍ଦା କରିଛନ୍ତି। ତେବେ ଏହି ଘଟଣା ପାଇଁ ପଂଜାବ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos