ସିବିଏସଇ ପରୀକ୍ଷା ବାତିଲ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସର ସଂକ୍ରମଣ ବଢ଼ୁଥିବାରୁ ସିବିଏସଇ ପରୀକ୍ଷା ୨୦୨୦କୁ ବାତିଲ କରିବା ପାଇଁ ଅଭିଭାବକମାନେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ମଙ୍ଗଳବାର କର୍ଣ୍ଣେଲ(ଅବସରପ୍ରାପ୍ତ) ଅମିତ ବାଥଲା, ପୁନମ ସିଙ୍ଗଲ, ଚାରୁ ସିଂହ ଓ ସୁନିତା ଆଇନଜୀବୀ ରିଷି ମାଲହୋତ୍ରାଙ୍କ ଜରିଆରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୮ ହଜାର ୪୮୨ ଥିବା ବେଳେ ସିବିଏସଇ ପକ୍ଷରୁ ଜୁଲାଇ ୧ରୁ ଜୁଲାଇ ୧୫ ମଧ୍ୟରେ […]

da

Hemant Lenka
  • Published: Friday, 12 June 2020
  • , Updated: 12 June 2020, 07:41 PM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସର ସଂକ୍ରମଣ ବଢ଼ୁଥିବାରୁ ସିବିଏସଇ ପରୀକ୍ଷା ୨୦୨୦କୁ ବାତିଲ କରିବା ପାଇଁ ଅଭିଭାବକମାନେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ମଙ୍ଗଳବାର କର୍ଣ୍ଣେଲ(ଅବସରପ୍ରାପ୍ତ) ଅମିତ ବାଥଲା, ପୁନମ ସିଙ୍ଗଲ, ଚାରୁ ସିଂହ ଓ ସୁନିତା ଆଇନଜୀବୀ ରିଷି ମାଲହୋତ୍ରାଙ୍କ ଜରିଆରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୮ ହଜାର ୪୮୨ ଥିବା ବେଳେ ସିବିଏସଇ ପକ୍ଷରୁ ଜୁଲାଇ ୧ରୁ ଜୁଲାଇ ୧୫ ମଧ୍ୟରେ ବୋର୍ଡ ପରୀକ୍ଷା କରିବାକୁ ଘୋଷଣା କରାଯାଇଛି। ଏହାଦ୍ୱାରା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଜୀବନ ବିପଦରେ ପଡ଼ିବାର ଆଶଙ୍କା ରହିଛି। ତେଣୁ ସର୍ବୋଚ୍ଚ ଅଦାଲତ ଜୁଲାଇ ମାସରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରନ୍ତୁ ବୋଲି ଅଭିଭାବକମାନେ ଆବେଦନରେ ଦର୍ଶାଇଛନ୍ତି।

ବିଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୫୦ରୁ ଅଧିକ ସ୍କୁଲରେ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଛି। ଇଣ୍ଟରନାଲ ଓ ପ୍ରାଟିକାଲ ପରୀକ୍ଷାର ମାର୍କକୁ ଦୃଷ୍ଟିରେ ରଖି ସେମାନେ ପିଲାମାନଙ୍କୁ ଗ୍ରେଡ ଦେଇ ପରବର୍ତ୍ତୀ କ୍ଲାସକୁ ଉତ୍ତୀର୍ଣ୍ଣ କରାଉଛନ୍ତି। କ’ଣ ପାଇଁ ଭାରତରେ ଚଳିତ ବର୍ଷ ସେଭଳି ବ୍ୟବସ୍ଥା ହୋଇପାରିବ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଏପରି କି ଦେଶ ମଧ୍ୟରେ ଏକାଧିକ କଲେଜ ଓ ରାଜ୍ୟ ସ୍ତରୀୟ ବୋର୍ଡ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି। ଏସବୁକୁ ଦୃଷ୍ଟିରେ ରଖି ସିବିଏସଇ ମଧ୍ୟ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରୁ ବୋଲି ଆବେଦନକାରୀ କହିଛନ୍ତି।

Related story