ପରେଶ ରାୱଲ ଏନଏସଡିର ନୂଆ ଅଧ୍ୟକ୍ଷ

ମୁମ୍ବାଇ: ବରିଷ୍ଠ ବଲିଉଡ୍ ଅଭିନେତା ପରେଶ ରାୱଲଙ୍କୁ ପ୍ରମୁଖ ନାଟ୍ୟ ଶିକ୍ଷାନୁଷ୍ଠାନ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହି ପଦବୀ ଦୀର୍ଘ ଦିନ ହେଲା ଅର୍ଥାତ ୨୦୧୭ ମସିହାରୁ ଖାଲି ପଡ଼ିଥିଲା।


କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଏହି ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ପ୍ରସିଦ୍ଧ ଅଭିନେତା ପରେଶ ରାୱଲଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ମୁଁ ଆନନ୍ଦିତ ଯେ ଛାତ୍ରଛାତ୍ରୀ ଏବଂ କଳାକାର ମାନେ ତାଙ୍କ ଦକ୍ଷତାର ଫାଇଦା ନେଇପାରିବେ। ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି।’

ଆହୁରି ପଢ଼ନ୍ତୁ