ବଲିଉଡ ଅଭିନେତା ପରେଶ ରାଓ୍ୱଲଙ୍କ ଭାଇ ଗିରଫ

ଅହମଦାବାଦ: ବଲିଉଡ ଅଭିନେତା ତଥା ପୂର୍ବତନ ବିଜେପି ସାଂସଦ ପରେଶ ରାଓ୍ୱଲଙ୍କ ଦୁଇ ଭାଇ ଗିରଫ ହୋଇଛନ୍ତି। ଜୁଆ ଆଡାରେ ଚଢ଼ାଉ କରି ପରେଶ ରାଓ୍ୱଲଙ୍କ ଦୁଇ ଭାଇକୁ ଗିରଫ କରିଛି ଗୁଜରାଟ ପୁଲିସ। ଏହାକୁ ନେଇ ବିଜେପି କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ।

ପୁଲିସ କହିଛି, ଭିସନଗର ମଥୁରାଦାସ କ୍ଲବର ଏକ ଜୁଆ ଆଡା ଚାଲିଥିଲା। ଏହି ସମୟରେ ପୁଲିସ ଚଢ଼ାଉ କରି ୨୦ ଜଣ ଜୁଆ ଖେଳାଳିଙ୍କୁ ଗିରଫ କରିଛି। ଜୁଆ ଖେଳାଳିଙ୍କ ମଧ୍ୟରେ ଫିଲ୍ମ ଅଭିନେତା ତଥା ପୂର୍ବତନ ବିଜେପି ସାଂସଦ ପରେଶ ରାୱଲଙ୍କ ଭାଇ ହିମାଂଶୁ ରାୱଲ ଏବଂ କିର୍ତ୍ତିକୁମାର ରାୱଲ ରହିଛନ୍ତି।

ହିମାଂଶୁ ରାଓ୍ୱଲ ପାରେଶ ରାୱଲଙ୍କ ପ୍ରକୃତ ଭାଇ ହୋଇଥିବାବେଳେ କିର୍ତ୍ତିକୁମାର ତାଙ୍କ ମାଉସୀଙ୍କ ପୁଅ। ପୁଲିସ ଚଢ଼ାଉ କରି ଗୋଟିଏ ଟେବୁଲରୁ ୧ ଲକ୍ଷ ୯୪ ହଜାର ୧୦୩ ଟଙ୍କା ସହିତ ୧୬ଟି ମୋବାଇଲ ଏବଂ ୩ଟି ଗାଡ଼ି ଜବତ କରିଛି। ଚଢ଼ାଉ ହୋଇଥିବା କ୍ଲବରେ ତିନୋଟି ଟେବୁଲରେ ଜୁଆ ଖେଳାଯାଉଥିଲା। ତିନୋଟି ଟେବୁଲରୁ ପୁଲିସ ମୋଟ୍ ୬ ଲକ୍ଷ ୩୩ ହଜାର ୫୦୦ ଟଙ୍କା ଜବତ କରିଛି।

ସୂଚନାଯୋଗ୍ୟ, ୬୫ ବର୍ଷୀୟ ପରେଶ ରାଓ୍ୱଲ ୨୦୧୪ରୁ ୨୦୧୯ ଯାଏ ଅହମଦାବାଦର ପୂର୍ବ ଲୋକସଭା ଆସନରେ ବିଜେପି ସାଂସଦ ଥିଲେ। ପରେଶ ରାଓ୍ୱାଲ ବଲିଉଡର ଜଣେ ଜଣା ଶୁଣା ଚେହେରା।

ଆହୁରି ପଢ଼ନ୍ତୁ

ଜମ୍ମୁ କଶ୍ମୀରରେ ବଦଳିଲା ପଞ୍ଚାୟତ ରାଜ୍ ଆଇନ୍, କେନ୍ଦ୍ର କହିଲା ଏବେ ଲୋକଙ୍କ ହାତରେ କ୍ଷମତା

ପାଲଘରରେ ସାଧୁଙ୍କୁ ହତ୍ୟା ମାମଲା, ଆଉ ୨୪ ଅଭିଯୁକ୍ତଙ୍କୁ ଗିରଫ କଲା ସିଆଇଡି

ପୂଜା ବଜାରରେ ଗାଡ଼ି କିଣିବାକୁ ଅଫର ମାଳମାଳ, କ’ଣ ଭାବୁଛନ୍ତି?

ଟିଆରପି ସ୍କାମ୍ ମାମଲା, ସିବିଆଇ ତଦନ୍ତରେ କେଁ ପୂରାଇଲା ମହାରାଷ୍ଟ୍ର ସରକାର

ଲୋଭନୀୟ ଅଫର୍! ବିସ୍କୁଟର ଟେଷ୍ଟ କହି ବର୍ଷକୁ ୪୦ ଲକ୍ଷ ଟଙ୍କା ନିଅନ୍ତୁ

ରାଗ ସମ୍ଭାଳି ପାରିଲେନି ନୀତୀଶ, ସଭାରେ ଲୋକଙ୍କୁ ନନସେନ୍ସ କହିଲେ

ଦୁର୍ଗା ମଣ୍ଡପରେ ଲକଡାଉନ ଯନ୍ତ୍ରଣାର ଦୃଶ୍ୟ ସହ ସୋନୁ ସୁଦ୍‌ଙ୍କ ପ୍ରତିମୂର୍ତ୍ତି, ଦେଖନ୍ତୁ ଭିଡିଓ

କ୍ୟାନସର୍ ଲଢ଼େଇ ଜିତିଲେ ସଞ୍ଜୟ ଦତ୍ତ

ବିହାର ପାଇଁ କଂଗ୍ରେସର ‘ବଦଲାବ ପତ୍ର’ ଓ ଏଲଜେପିର ‘ବିହାର ଫାଷ୍ଟ, ବିହାରୀ ଫାଷ୍ଟ’

ଅଶ୍ଳୀଳ କଲ୍‌ ପାଇଁ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଲେ ମା’ ଝିଅ

ପଥର ଖାଦାନ ଚାଲାଣକୁ ନେଇ ଦୁଇ ଗୋଷ୍ଠୀ ହାତାହାତି

କନକ ଦୁର୍ଗା ମନ୍ଦିରରେ ଭୟଙ୍କର ଭୂସ୍ଖଳନ: ଏକାଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା