ପାରିକରଙ୍କୁ ଟାର୍ଗେଟ କଲେ ରଣଦୀପ ସୁରେଜୱାଲା 

ନୂଆଦିଲ୍ଲୀ: ଅମୀର ଖାନ ଦେଶ ଛାଡିବା ତାଙ୍କର ଅହଂକାର ଓ ଅସହିଷ୍ଣୁତା ବୋଲି  ଶନିବାର ପ୍ରତିରକ୍ଷା ମନ୍ତ୍ରୀ  ମୋନହର  ପାରିକର  ଦେଇଥିବା ମନ୍ତବ୍ୟକୁ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରେଜୱାଲା ଆଜି  କଡ଼ା ସମାଲୋଚନା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ଏହା ପ୍ରମାଣିତ କରୁଛି ପାରିକର ଦଳିତ  ଓ ସଂଖ୍ୟାଲଘୁ ମାନଙ୍କୁ  ଚୁପ୍ କରି ରଖିବା ପାଇଁ ଷଡଯନ୍ତ୍ର କରୁଛନ୍ତି।  ଏହା ତାଙ୍କ ରାଜଧର୍ମ ହୋଇପାରେ।” ସେ ଆହୁରି କହିଛନ୍ତି,“ପାରିକରଙ୍କ କାମ ହେଉଛି ଭାରତକୁ ପାକିସ୍ତାନର  […]

ranadeep, surjewala_

Rakesh Mallick
  • Published: Sunday, 31 July 2016
  • , Updated: 31 July 2016, 03:18 PM IST

ନୂଆଦିଲ୍ଲୀ: ଅମୀର ଖାନ ଦେଶ ଛାଡିବା ତାଙ୍କର ଅହଂକାର ଓ ଅସହିଷ୍ଣୁତା ବୋଲି  ଶନିବାର ପ୍ରତିରକ୍ଷା ମନ୍ତ୍ରୀ  ମୋନହର  ପାରିକର  ଦେଇଥିବା ମନ୍ତବ୍ୟକୁ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରେଜୱାଲା ଆଜି  କଡ଼ା ସମାଲୋଚନା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ଏହା ପ୍ରମାଣିତ କରୁଛି ପାରିକର ଦଳିତ  ଓ ସଂଖ୍ୟାଲଘୁ ମାନଙ୍କୁ  ଚୁପ୍ କରି ରଖିବା ପାଇଁ ଷଡଯନ୍ତ୍ର କରୁଛନ୍ତି।  ଏହା ତାଙ୍କ ରାଜଧର୍ମ ହୋଇପାରେ।”

ସେ ଆହୁରି କହିଛନ୍ତି,“ପାରିକରଙ୍କ କାମ ହେଉଛି ଭାରତକୁ ପାକିସ୍ତାନର  ଆକ୍ରମଣରୁ  ରକ୍ଷା କରିବା, ନିଜ ଦେଶର ନାଗରିକ  ଅମୀର ଖାନ୍‌ଙ୍କୁ ଧମକ ଦେବା ନୁହେଁ।”

ଗତକାଲି  ଏକ କାର୍ଯ୍ୟକ୍ରମରେ ପାରିକର କହିଥିଲେ, “ଜଣେ ଅଭିନେତା କହିଥିଲେ ତାଙ୍କ ପତ୍ନୀ ଦେଶ ଛାଡିବାକୁ ଚାହୁଁଛନ୍ତି, ଏହା ଦୁର୍ଭାଗ୍ୟପୂର୍ଣ୍ଣ କଥା।”

Related story