ଛଟେଇ କରିବାକୁ ବାହାରିଥିଲା ପାର୍ଲେ ଜି, ଏବେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ବ୍ୟବସାୟିକ କ୍ଷତି ଦର୍ଶାଇ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ବାହାରିଥିଲା ଭାରତର ପ୍ରମୁଖ ବିସ୍କୁଟ କମ୍ପାନୀ ପାର୍ଲେ ଜି। ଏହି ଖବର ସାରା ଦେଶରେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଏବେ କିନ୍ତୁ ଖବର କିଛି ଅଲଗା ଆସୁଛି। ମିଳିଥିବା ସୂଚନା ଅନୁଯାୟୀ ଏହାର ଲାଭରେ ବର୍ତ୍ତମାନ ୧୫.୨% ବୃଦ୍ଧି ଘଟିଛି। ଏହା ପୂର୍ବରୁ ସୋଶାଲ ମିଡିଆରେ ପାଲେର୍ଜିକୁ ନେଇ ବହୁଳ ମାତ୍ରାରେ ପୋଷ୍ଟ ଚାଲିଥିଲା। ଏହାର ଆଧାରରେ ଦେଶର ଅର୍ଥନୀତି ଏବଂ ସରକାରଙ୍କ […]

parle-g

Subrat Kumar Nayak
  • Published: Wednesday, 16 October 2019
  • , Updated: 16 October 2019, 05:19 PM IST

ନୂଆଦିଲ୍ଲୀ: ବ୍ୟବସାୟିକ କ୍ଷତି ଦର୍ଶାଇ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ବାହାରିଥିଲା ଭାରତର ପ୍ରମୁଖ ବିସ୍କୁଟ କମ୍ପାନୀ ପାର୍ଲେ ଜି। ଏହି ଖବର ସାରା ଦେଶରେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଏବେ କିନ୍ତୁ ଖବର କିଛି ଅଲଗା ଆସୁଛି। ମିଳିଥିବା ସୂଚନା ଅନୁଯାୟୀ ଏହାର ଲାଭରେ ବର୍ତ୍ତମାନ ୧୫.୨% ବୃଦ୍ଧି ଘଟିଛି।

ଏହା ପୂର୍ବରୁ ସୋଶାଲ ମିଡିଆରେ ପାଲେର୍ଜିକୁ ନେଇ ବହୁଳ ମାତ୍ରାରେ ପୋଷ୍ଟ ଚାଲିଥିଲା। ଏହାର ଆଧାରରେ ଦେଶର ଅର୍ଥନୀତି ଏବଂ ସରକାରଙ୍କ ନୀତିକୁ ମଧ୍ୟ ସମାଲୋଚନା କରାଯାଇଥିଲା। ଏପରକି କିଛି ଦିନ ତଳେ କୁହାଯାଇଥିଲା ଲୋକଙ୍କ ପାଖରେ ବିସ୍କୁଟ୍ଟିଏ କିଣିବାକୁ ୫ ଟଙ୍କା ମଧ୍ୟ ନାହିଁ। କିନ୍ତୁ ପ୍ରକୃତ କଥା ଏବେ ସାମ୍ନାକୁ ଆସିଛି।

ପାର୍ଲେ ଗ୍ରୁପ୍ର ଏହି ଉତ୍ପାଦର ଲାଭ ୨୦୧୮-୧୯ରେ ବୃଦ୍ଧି ପାଇଛି। ଲାଭ ହେବା ବାବଦରେ ଚର୍ଚ୍ଚା ଏଥିପାଇଁ ଯେ କ୍ଷତି ପାଇଁ ହାହାକାର ଦେଖାଯାଇଥିଲା। ୨୦୧୭-୧୮ରେ ୩୫୫ କୋଟି ଟଙ୍କା ଲାଭ କମାଇଥିବା ଏହି କମ୍ପାନୀ ୨୦୧୮-୧୯ ରେ ୪୧୨୦ କୋଟି ଟଙ୍କା ଲାଭ କରିଛି।

Related story