ରାଜ୍ୟସଭାରେ ପାସ୍‌ ହେଲା ସଂଶୋଧିତ ଏସ୍‌ସି/ଏସ୍‌ଟି ବିଲ୍‌

ନୂଆଦିଲ୍ଲୀ: ପୂର୍ବରୁ ଲୋକସଭାରେ ପାସ୍‌ ହୋଇଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଏସ୍‌ସି/ଏସ୍‌ଟି) ସଂଶୋଧିତ ବିଲ୍‌ ଆଜି ରାଜ୍ୟସଭାରେ ପାସ୍‌ ହୋଇଛି। ଏହି ସଂଶୋଧିତ ବିଲ୍‌କୁ ନେଇ ଆଜି ଦୀର୍ଘ ସମୟ ଧରି ଗୃହରେ ବିତର୍କ ହୋଇଥିଲା। ତେବେ ଶେଷରେ ସର୍ବସମ୍ମତି କ୍ରମେ ଏହାକୁ ମଞ୍ଜୁରୀ ମିଳିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନ୍‌ରେ ପରିଣତ ହେବ। ସୁପ୍ରିମ୍‌କୋର୍ଟ ମାର୍ଚ୍ଚ ୨୦ରେ ଏସ୍‌ସି/ଏସ୍‌ଟି ଆଇନ୍‌ରେ କେତେକ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେବା ସହ ଅଭିଯୁକ୍ତଙ୍କୁ ଏହି […]

sc_st_act

Ordigital Desk
  • Published: Thursday, 09 August 2018
  • , Updated: 09 August 2018, 09:28 PM IST
ନୂଆଦିଲ୍ଲୀ: ପୂର୍ବରୁ ଲୋକସଭାରେ ପାସ୍‌ ହୋଇଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଏସ୍‌ସି/ଏସ୍‌ଟି) ସଂଶୋଧିତ ବିଲ୍‌ ଆଜି ରାଜ୍ୟସଭାରେ ପାସ୍‌ ହୋଇଛି। ଏହି ସଂଶୋଧିତ ବିଲ୍‌କୁ ନେଇ ଆଜି ଦୀର୍ଘ ସମୟ ଧରି ଗୃହରେ ବିତର୍କ ହୋଇଥିଲା। ତେବେ ଶେଷରେ ସର୍ବସମ୍ମତି କ୍ରମେ ଏହାକୁ ମଞ୍ଜୁରୀ ମିଳିଛି।
ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନ୍‌ରେ ପରିଣତ ହେବ।
ସୁପ୍ରିମ୍‌କୋର୍ଟ ମାର୍ଚ୍ଚ ୨୦ରେ ଏସ୍‌ସି/ଏସ୍‌ଟି ଆଇନ୍‌ରେ କେତେକ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେବା ସହ ଅଭିଯୁକ୍ତଙ୍କୁ ଏହି ଆଇନ୍‌ ବଳରେ ତୁରନ୍ତ ଗିରଫ ନ କରିବାକୁ ରୁଲିଂ ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଏହି ରୁଲିଂ ଏସ୍‌ସି/ଏସ୍‌ଟି ଆଇନ୍‌କୁ ଦୁର୍ବଳ କରିଦେବ ବୋଲି ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଥିଲା। ଏପରି କି ଦୁଇଟି ପର୍ଯ୍ୟାୟରେ ଭାରତ ବନ୍ଦର ଡାକରା ମଧ୍ୟ ଦିଆଯାଇଥିଲା।
 ଫଳରେ ସରକାର ସମ୍ପୃକ୍ତ ଆଇନ୍‌ରେ ସଂଶୋଧନ ଆଣିବାକୁ ବାଧ୍ୟ ହୋଇଛନ୍ତି।

[caption id="attachment_262066" align="aligncenter" width="795"]  [/caption]

ବିଲ୍‌ ଉପରେ ମତ ରଖି କେନ୍ଦ୍ର ସାମାଜିକ ନ୍ୟାୟ ଓ କଲ୍ୟାଣ ମନ୍ତ୍ରୀ ଥାୱର ଚାନ୍ଦ ଗେହଲଟ୍‌ କହିଥିଲେ, “ ନରେନ୍ଦ୍ର ମୋଦି ସରକାର ସର୍ବଦା ଦଳିତ ଓ ପଛୁଆ ବର୍ଗଙ୍କ ସ୍ୱାର୍ଥ ସାଧନ ପାଇଁ କାର୍ଯ୍ୟ କରୁଛନ୍ତି। ବିଲ୍‌ରେ ଏସ୍‌ସି/ଏସ୍‌ଟି ଆଇନ୍‌ରେ ଅଭିଯୁକ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ତଦନ୍ତକାରୀ ଅଧିକାରୀ ତୁରନ୍ତ ଗିରଫ କରିପାରିବେ। ଏଥିପାଇଁ କାହାର ଅନୁମତି ନେବା ଦରକାର ନାହିଁ। ସେହିପରି ବିନା ପ୍ରାଥମିକ ତଦନ୍ତରେ ଯେ କୌଣସି ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇ ପାରିବ।"
ଶ୍ରୀ ଗେହଲଟ ଆହୁରି କହିଛନ୍ତି, ଏହି ଆଇନ୍‌ରେ ଅଭିଯୁକ୍ତ ଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାରର ଅନ୍ତରୀଣ ବା ଆଗୁଆ ଜାମିନ୍‌ ମିଳି ପାରିବ ନାହିଁ। ଏହି ମାମଲାର ବିଚାର କରିବାକୁ ୧୪ଟି ରାଜ୍ୟରେ ୧୯୫ଟି ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯାଇଛି। ନିୟମ ଅନୁଯାୟୀ ୬୦ ଦିନ ମଧ୍ୟରେ ମାମଲାର ତ୍ୱରିତ ବିଚାର କରାଯାଇ ରାୟ ପ୍ରକାଶ ପାଇବ। ’’

Related story