ଭୁବନେଶ୍ୱର:ମହାନଦୀ ଜଳ ବିବାଦ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ସଂସଦରେ ଉଠାଇବ ବିଜେଡି। ତା ସହ ଜିଏସଟିରେ ଗ୍ରୀନ ଟେକ୍ସ, ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ପ୍ରସଙ୍ଗ ଏହି ମୌସୁମୀ ଅଧିବେଶନରେ ବିଜେଡି ଉଠାଇବ। ଆଜି ନବୀନ ନିବାସରେ ବସିଥିବା ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆସନ୍ତା ୧୭ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ।
ଦଳର ରଣନୀତି କଣ ରହିବ ସନେଇ ବୈଠକ ବିତ୍ସୃତ ଭାବେ ଆଲୋଚନା ହୋଇଥିଲା। କେନ୍ଦ୍ର ଅବହେଳାକୁ ମଧ୍ୟ ବିଜେଡି ପ୍ରସଙ୍ଗ କରିବ॥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଉପସ୍ଥିତି ଥିଲେ। ତେବେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ନବୀନଙ୍କ ସହ ଆଲୋଚନା କରି ମତ ରଖିବାକୁ ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ। ମାଓବାଦୀ ମୁକିବିଲା ପାଇଁ ପାରା ମିଲିଟାରୀ ଫୋର୍ସ ପ୍ରସଙ୍ଗ ଉଠାଯିବ।