ସଂସଦ କର୍ମଚାରୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଲୋକସଭା ସଚିବାଳୟରେ କାର୍ଯ୍ୟରତ ଜଣେ ହାଉସ କିପିଂ କର୍ମଚାରୀ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହି କର୍ମଚାରୀ ଜଣଙ୍କ ଜ୍ୱର, କାଶ, କଫ ଓ ଶ୍ୱାସ ଜନିତ ସମସ୍ୟାରେ ପଡ଼ିଥିଲେ। ଫଳରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। କିଛି ଦିନ ତଳେ କର୍ମଚାରୀ ଜଣଙ୍କ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ପରାମର୍ଶକ୍ରମେ ସେ ଅଫିସ ମଧ୍ୟ ଆସୁ ନଥିଲେ। କର୍ମଚାରୀ ଜଣଙ୍କ […]

dc

Hemant Lenka
  • Published: Tuesday, 21 April 2020
  • , Updated: 21 April 2020, 02:16 PM IST

ନୂଆଦିଲ୍ଲୀ: ଲୋକସଭା ସଚିବାଳୟରେ କାର୍ଯ୍ୟରତ ଜଣେ ହାଉସ କିପିଂ କର୍ମଚାରୀ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହି କର୍ମଚାରୀ ଜଣଙ୍କ ଜ୍ୱର, କାଶ, କଫ ଓ ଶ୍ୱାସ ଜନିତ ସମସ୍ୟାରେ ପଡ଼ିଥିଲେ। ଫଳରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

କିଛି ଦିନ ତଳେ କର୍ମଚାରୀ ଜଣଙ୍କ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ପରାମର୍ଶକ୍ରମେ ସେ ଅଫିସ ମଧ୍ୟ ଆସୁ ନଥିଲେ।

କର୍ମଚାରୀ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହେବା ପରେ ତାଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ତାଙ୍କ ପରିବାର ସଦସ୍ୟଙ୍କୁ ଆଇସୋଲେସନରେ ରଖାଯିବା ସହ ୧୧ ଜଣ ସଦସ୍ୟଙ୍କ କରୋନା ପରୀକ୍ଷା କରାଯାଇଛି।

ହେଲେ ଏଯାଏ ସେମାନଙ୍କ ରିପୋର୍ଟ ଆସିନାହିଁ। ସେ କାହା ସାଙ୍ଗରେ ମିଶିଥିଲେ ସେମାନଙ୍କୁ ଠାବ କରିବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ଲୋକସଭା ସଚିବାଳୟକୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକୁ ସାନି ଟାଇଜ କରାଯାଇଛି।

ଚଳିତ ବର୍ଷ ଲୋକସଭାର ବଜେଟ ଅଧିବେଶନକୁ ୧୨ ଦିନ ଆଗରୁ କରୋନା ଭାଇରସର ମୁକାବିଲା ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ସର୍ବସମ୍ମତିକ୍ରମେ ମାର୍ଚ୍ଚ ୨୩ରେ ବାଚସ୍ପତି ଓମ ବିର୍ଲା ଗୃହକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁତଲବୀ ଘୋଷଣା କରିଥିଲେ।

Related story