ପଙ୍ଗୋଙ୍ଗ ହ୍ରଦରୁ ବି ପଛକୁ ଘୁଞ୍ଚିଲା ଚାଇନା, କିନ୍ତୁ...

ନୂଆଦିଲ୍ଲୀ: ଭାରତର ଜିଦ୍‌ ଆଗରେ ଶେଷରେ ହାର ମାନିଛି ଚାଇନା। ଗଲୱାନ ସଂଘର୍ଷ ପୂର୍ବରୁ ହିଁ ଭାରତ ପଙ୍ଗୋଙ୍ଗ ହ୍ରହ ନିକଟରେ ଚାଇନା ନିର୍ମାଣ କରିଥିବା ସେନା ଶିବିର ଓ ମୁତୟନ କରିଥିବା ଯବାନଙ୍କୁ ହଟାଇବାକୁ ଦାବି କରିଥିଲେ। ଏବେ ଚାଇନା ସେଠାରୁ ପଛକୁ ଘୁଞ୍ଚିଥିବା ସ୍ୟାଟେଲାଇନ ଇମେଜ୍‌ରୁ ସ୍ପଷ୍ଟ ହୋଇଛି। ଜୁଲାଇ ୨୬ରେ ଯେଉଁ ସ୍ୟାଟେଲାଇଟ ଇମେଜ ସାମ୍ନାକୁ ଆସିଥିଲା, ସେଥିପରେ ଚାଇନାର କାର୍ଯ୍ୟକଳାପ ପଙ୍ଗୋଙ୍ଗ ହ୍ରଦ ନିକଟ ଫିଙ୍ଗର ୪ରୁ ୮ ମଧ୍ୟରେ ଚାଲିଥିବା […]

ut

Hemant Lenka
  • Published: Saturday, 11 July 2020
  • , Updated: 11 July 2020, 02:36 PM IST

ନୂଆଦିଲ୍ଲୀ: ଭାରତର ଜିଦ୍‌ ଆଗରେ ଶେଷରେ ହାର ମାନିଛି ଚାଇନା। ଗଲୱାନ ସଂଘର୍ଷ ପୂର୍ବରୁ ହିଁ ଭାରତ ପଙ୍ଗୋଙ୍ଗ ହ୍ରହ ନିକଟରେ ଚାଇନା ନିର୍ମାଣ କରିଥିବା ସେନା ଶିବିର ଓ ମୁତୟନ କରିଥିବା ଯବାନଙ୍କୁ ହଟାଇବାକୁ ଦାବି କରିଥିଲେ। ଏବେ ଚାଇନା ସେଠାରୁ ପଛକୁ ଘୁଞ୍ଚିଥିବା ସ୍ୟାଟେଲାଇନ ଇମେଜ୍‌ରୁ ସ୍ପଷ୍ଟ ହୋଇଛି।

ଜୁଲାଇ ୨୬ରେ ଯେଉଁ ସ୍ୟାଟେଲାଇଟ ଇମେଜ ସାମ୍ନାକୁ ଆସିଥିଲା, ସେଥିପରେ ଚାଇନାର କାର୍ଯ୍ୟକଳାପ ପଙ୍ଗୋଙ୍ଗ ହ୍ରଦ ନିକଟ ଫିଙ୍ଗର ୪ରୁ ୮ ମଧ୍ୟରେ ଚାଲିଥିବା ସ୍ପଷ୍ଟ ହୋଇଥିଲା। ହେଲେ ଜୁଲାଇ ୧୦ରେ ଆସିଥିବା ଛବି ଅନୁଯାୟୀ, ଚାଇନା ବିବାଦୀୟ ଅଞ୍ଚଳରୁ ନିଜର ସେନା ପ୍ରତ୍ୟାହାର କରିବା ସହ ଅସ୍ଥାୟୀ ଶିବିରକୁ ହଟାଇ ଦେଇଛି। ତେବେ ଏହାଠାରୁ କିଛି ଦୂରତାରେ ଶତାଧିକ ଚାଇନିଜ ଯବାନ, ଗାଡ଼ି ଓ ଟେଣ୍ଟ ରହିଛି। ଅର୍ଥାତ ଚାଇନା ଆଶିଂକ ଭାବେ ପଙ୍ଗୋଙ୍ଗ ହ୍ରଦ ନିକଟରୁ ପଛକୁ ହଟିଛି। ସଂପୂର୍ଣ୍ଣ ଭାବେ ଡିସଏନଗେଜମେଣ୍ଟ କରିନାହିଁ।

ସେହିପରି ଫିଙ୍ଗର ୪ର ପୂର୍ବ ଭାଗର ୧୦ କିମି ଦୂରରେ ଚାଇନାର ଦ୍ରୁତଗାମୀ ନୀରିକ୍ଷଣ ଜାହାଜ ପୂର୍ବଭଳି ରହିଛି। ଭାରତ ଏଲଏସିର ଯେଉଁ ଅଞ୍ଚଳକୁ ନିଜର ବୋଲି କହି ଆସୁଛି, ସେଠାରେ ଏହି ଜାହାଜ ରହିଛି। ତେଣୁ ଆଗକୁ ଭାରତ ଓ ଚାଇନା ମଧ୍ୟରେ ହେବାକୁ ଥିବା ବୈଠକ ବେଳେ ଏହି ସବୁ ଅଞ୍ଚଳରୁ କେମିତି ଡିସଏନଗେଜମେଣ୍ଟ ପ୍ରକ୍ରିୟାକୁ ଜୋରଦାର କରାଯିବ, ତା’ ଉପରେ ଗୁରୁତ୍ୱ ଦିଆଯିବ।

ସୂଚନାଯୋଗ୍ୟ, ଜୁନ୍ ୧୫ରେ ଭାରତ ଓ ଚାଇନାର ଯବାନମାନେ ଗଲୱାନ ଭ୍ୟାଲିରେ ମୁହାଁମୁହିଁ ହୋଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ। ସେହିପରି ଭାରତର ପ୍ରତି ଆକ୍ରମଣରେ ଚାଇନାର ୪୫ରୁ ୫୦ ଜଣ ଯବାନ ନିହତ ହୋଇଥିବା ଜଣାପଡ଼ିଥିଲା।

ବିବାଦ ତୀବ୍ର ହେବାରୁ ଆଲୋଚନା ଦ୍ୱାରା ଏହାର ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବୁଝାମଣା ଅନୁଯାୟୀ, ଦୁଇ ଦେଶ ପ୍ରଥମେ ଗଲୱାନ ଭ୍ୟାଲିର ବିବାଦୀୟ ଅଞ୍ଚଳରୁ ପଛକୁ ଘୁଞ୍ଚିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏବେ ଗଲୱାନ ଘାଟିରୁ ଦୁଇ ଦେଶର ସେନା ପ୍ରାୟ ୨ କିମି ଲେଖାଏ ପଛକୁ ଘୁଞ୍ଚିଛନ୍ତି।

Related story