ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଦିବ୍ରୁଗଡ଼ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ୫ଟି ବୋମା ଥିବା ନେଇ ଦାଦରୀ (ନୋଏଡା)ରେ ଜଣେ ଯାତ୍ରୀ କହିଥିଲେ। ଦିଲ୍ଲୀରେ ହିଂସା ପାଇଁ ସ୍ଥିତି ଖରାପ ରହିଥିବାରୁ ଏହାକୁ ନଜରରେ ରଖି ରାଜଧାନୀ ଏକ୍ସପ୍ରେସ ହଠାତ୍ ଅଟକିଥିଲା।
https://twitter.com/sanjeevriyana1/status/1233341673482010626
ସଞ୍ଜୀବ କୁମାର ଗୁର୍ଜର ନାମକ ବ୍ୟକ୍ତି ଟୁଇଟ୍ କରି କହିଥିଲେ, ଦିଲ୍ଲୀରୁ କାନପୁର ଯାଉଥିବା ରାଜଧାନୀ ଏକ୍ସପ୍ରେସ(୧୨୪୨୪)ରେ ୫ଟି ବୋମା ରହିଛି। ଦୁର୍ଘଟଣାକୁ ଏଡ଼ାଇବା ପାଇଁ ରେଲଓ୍ୱେ ପୁଲିସ ଆବଶ୍ୟକ ପଦକ୍ଷେପ ନେବା ଦରକାର। ଗୁର୍ଜର ଏହି ଟୁଇଟ୍ ରେଲଓ୍ୱେ ମନ୍ତ୍ରଣାଳୟ, ରେଳ ମନ୍ତ୍ରୀ ପୀୟୂଷ ଗୋଏଲ, ଦିଲ୍ଲୀ ପୁଲିସ ଏବଂ ଆଇଆରସିଟିସିକୁ ଟ୍ୟାଗ କରିଥିଲେ। ଏହାପରେ ଟ୍ରେନଟି ଦାଦରୀ ନିକଟରେ ଅଟକିବା ପରେ ସୁରକ୍ଷା କର୍ମୀ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ଗୁର୍ଜରଙ୍କ ଟୁଇଟର ଜବାବ ଦେଇ ଆଗ୍ରା ଜିଆରପି ପକ୍ଷରୁ ଟୁଇଟ କରାଯାଇଥିଲା। ଟୁଇଟରୁ ମିଳିଥିବା ସୂଚନା ଅନୁସାରେ ସମସ୍ତ ରେଳ ଅଧିକାରୀଙ୍କୁ ଏବାବଦରେ ଅବଗତ କରାଇ ଦିଆଯାଇଛି। ଟ୍ରେନକୁ ଜିଆରପି ଦାଦରୀ ପୋଷ୍ଟ ନିକଟରେ ଅଟକାଯାଇଛି। ଆରପିଏଫ ଏବଂ ଜିଆରପିଏଫ ମିଶି ଟ୍ରେନ ଭିତରେ ତଦନ୍ତ କରୁଛନ୍ତି।
https://twitter.com/spgrpagra/status/1233357562323591169
ଦିଲ୍ଲୀରୁ ଦିବ୍ରୁଗଡ ଯାଉଥିବା ଏହି ଟ୍ରେନ୍ ଅପରାହ୍ନ ୪ଟା ୧୦ରେ ଦିଲ୍ଲୀ ଛାଡ଼ିଥିଲା। ଶନିବାର ସକାଳ ୭ଟାରେ ଦିବ୍ରୁଗଡ଼ରେ ଏହି ଟ୍ରେନ ପହଞ୍ଚିବାର ସମୟ ରହିଛି।