ବଜାରକୁ ଆସିଲା ପତଞ୍ଜଳି ସିମ୍‌ , ବାବା ଦେଉଛନ୍ତି ଡବଲ ଧମାକା ଅଫର

ନୂଆଦିଲ୍ଲୀ : ବାବାଙ୍କ ବେପାର ନିଶା। ପତଞ୍ଜଳି ପରେ ଟେଲିକମ୍‌ ଜଗତରେ ଏଣ୍ଟ୍ରି କଲେ ବାବା ରାମ ଦେବ। ପତଞ୍ଜଳି ସଂସ୍ଥାର ବିଭିନ୍ନ ପ୍ରଡକ୍ଟ ପରେ ଏବେ ସିମ୍‌ ପ୍ରଚଳନ କରିଛନ୍ତି ବାବା ରାମ ଦେବ। ଏନେଇ ଏକ ଉତ୍ସବରେ ପତଞ୍ଜଳି ସିମ୍‌ କାର୍ଡ଼କୁ ଉଦ୍‌ଘାଟନ କରିଛନ୍ତି ବାବା ରାମ ଦେବ। ସିମ୍‌ର ନାଁ ରହିଛି ‘ସ୍ୱଦେଶୀ ସମୃଦ୍ଧି ସିମ୍‌ କାର୍ଡ’। ଏହାକୁ ପତଞ୍ଜଳି ଓ ଭାରତ ସଞ୍ଚାର  ନିଗମ ଲିମିଟେଡ୍‌(BSNL) ଉଭୟ ମିଶି  ଲଞ୍ଚ କରିଛନ୍ତି। […]

Patanjali-and-BSNL-600x375

Patanjali-and-BSNL-600x375

Rakesh Mallick
  • Published: Monday, 28 May 2018
  • Updated: 28 May 2018, 09:53 PM IST

Sports

Latest News

ନୂଆଦିଲ୍ଲୀ : ବାବାଙ୍କ ବେପାର ନିଶା। ପତଞ୍ଜଳି ପରେ ଟେଲିକମ୍‌ ଜଗତରେ ଏଣ୍ଟ୍ରି କଲେ ବାବା ରାମ ଦେବ। ପତଞ୍ଜଳି ସଂସ୍ଥାର ବିଭିନ୍ନ ପ୍ରଡକ୍ଟ ପରେ ଏବେ ସିମ୍‌ ପ୍ରଚଳନ କରିଛନ୍ତି ବାବା ରାମ ଦେବ। ଏନେଇ ଏକ ଉତ୍ସବରେ ପତଞ୍ଜଳି ସିମ୍‌ କାର୍ଡ଼କୁ ଉଦ୍‌ଘାଟନ କରିଛନ୍ତି ବାବା ରାମ ଦେବ। ସିମ୍‌ର ନାଁ ରହିଛି ‘ସ୍ୱଦେଶୀ ସମୃଦ୍ଧି ସିମ୍‌ କାର୍ଡ’। ଏହାକୁ ପତଞ୍ଜଳି ଓ ଭାରତ ସଞ୍ଚାର  ନିଗମ ଲିମିଟେଡ୍‌(BSNL) ଉଭୟ ମିଶି  ଲଞ୍ଚ କରିଛନ୍ତି। ପତଞ୍ଜଳି ସିମ୍‌ରେ ଗ୍ରାହକଙ୍କୁ ୧୪୪ଟଙ୍କାର ରିଚାର୍ଜ କଲେ ୨ଜିବି ଡାଟା ଓ ଅସୀମିତ  କଲିଂର ସୁବିଧା ମିଳିବ। ଏହି ସିମ୍‌ ମାଧ୍ୟମରେ  ପତଞ୍ଜଳି ପ୍ରଡ଼କ୍ଟ ଉପରେ ୧୦ପ୍ରତିଶତ ଡିସ୍କାଉଣ୍ଟ ମଧ୍ୟ ଦିଆଯିବ। ପତଞ୍ଜଳିର ଏହି ଆକର୍ଷଣୀୟ ଓ ମନଲୋଭା ଅଫରକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ଉଭୟ ଡାଟା କଲିଂ ଓ ସ୍ୱାସ୍ଥ୍ୟ ବୀମାର ଡବଲ ଧମାକା ଅଫର ଦେଉଛନ୍ତି ବାବା।

ଆରମ୍ଭରେ ଏହି ସିମ୍‌ କେବଳ ପତଞ୍ଜଳି କର୍ମଚାରୀମାନଙ୍କୁ ଦିଆଯିବ। କିଛି ସମୟ ପରେ ଏହା ଅନ୍ୟ ଗ୍ରାହକମାନଙ୍କ ପାଇଁ ଲଂଚ ହେବ। ଏହି ସିମ୍‌ରେ ୧୪୪ଟଙ୍କାର ରିଚାର୍ଜ କଲେ ଅସୀମିତ କଲିଂର ସୁବିଧା ମିଳିବ। ଏହା ସହ ୨ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍‌ ମଧ୍ୟ ଉପଲବ୍ଧ ହେବ। ଆଉ ମଧ୍ୟ ଏହି ସିମ୍‌କୁ ବ୍ୟବହାର କରୁଥିବା ଗ୍ରାହକଙ୍କୁ ୨.୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଓ ୫ଲକ୍ଷ ଟଙ୍କା ଯାଏ ଜୀବନ ବୀମା ମଧ୍ୟ ଦିଆଯିବ। ଏନେଇ ବାବା ରାମଦେବ କହିଛନ୍ତି, ବିଏସଏନଏଲ ଏକ ସ୍ୱଦେଶୀ ନେଟୱର୍କ କମ୍ପାନୀ । ପତଞ୍ଜଳି ଓ ବିଏସଏନଏଲର ଲକ୍ଷ୍ୟ ସମାନ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos