ଟପ୍ ଟେନ୍ ଗ୍ଲୋବାଲ୍ ବ୍ରାଣ୍ଡ ତାଲିକାରେ ଦୁଇ ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ: ଗ୍ଳୋବାଲ ରିସର୍ଚ୍ଚ କମ୍ପାନୀ ‘IPSOS’ ନିକଟରେ ଛାଡ଼ିଛି ବିଶ୍ୱର ଶ୍ରେଷ୍ଠ 100ଟି କମର୍ସିଆଲ୍ ବ୍ରାଣ୍ଡର ତାଲିକା । ଖୁସିର କଥା ଯେ, ଏହାର ଟପ୍ ଟେନ୍ ବ୍ରାଣ୍ଡ ଭିତରେ ସ୍ଥାନ ପାଇଛନ୍ତି ଏକାଧିକ ଭାରତୀୟ କମ୍ପାନୀ । ତେବେ ବେଶୀ ଚର୍ଚ୍ଚା ହେଉଛି, ଶ୍ରେଷ୍ଠ 10 ତାଲିକାରେ ସାମିଲ୍ ହୋଇଥିବା ବାବା ରାମଦେବଙ୍କ ବହୁଚର୍ଚ୍ଚିତ କମ୍ପାନୀ ପତଞ୍ଜଳି ଓ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ କମ୍ପାନୀର ଚର୍ଚ୍ଚିତ ଟେଲିସେବା ଜିଓ । ମୁଖ୍ୟ 10ଟି ବିଶ୍ୱ ବ୍ରାଣ୍ଡ […]

ramdev

Rakesh Mallick
  • Published: Saturday, 15 July 2017
  • , Updated: 15 July 2017, 06:47 PM IST

ନୂଆଦିଲ୍ଲୀ: ଗ୍ଳୋବାଲ ରିସର୍ଚ୍ଚ କମ୍ପାନୀ ‘IPSOS’ ନିକଟରେ ଛାଡ଼ିଛି ବିଶ୍ୱର ଶ୍ରେଷ୍ଠ 100ଟି କମର୍ସିଆଲ୍ ବ୍ରାଣ୍ଡର ତାଲିକା । ଖୁସିର କଥା ଯେ, ଏହାର ଟପ୍ ଟେନ୍ ବ୍ରାଣ୍ଡ ଭିତରେ ସ୍ଥାନ ପାଇଛନ୍ତି ଏକାଧିକ ଭାରତୀୟ କମ୍ପାନୀ । ତେବେ ବେଶୀ ଚର୍ଚ୍ଚା ହେଉଛି, ଶ୍ରେଷ୍ଠ 10 ତାଲିକାରେ ସାମିଲ୍ ହୋଇଥିବା ବାବା ରାମଦେବଙ୍କ ବହୁଚର୍ଚ୍ଚିତ କମ୍ପାନୀ ପତଞ୍ଜଳି ଓ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ କମ୍ପାନୀର ଚର୍ଚ୍ଚିତ ଟେଲିସେବା ଜିଓ ।

ମୁଖ୍ୟ 10ଟି ବିଶ୍ୱ ବ୍ରାଣ୍ଡ ତାଲିକାର ପ୍ରଥମ ସ୍ଥାନରେ ରହିଛି ଗୁଗଲ । ତା ପରକୁ ମାଇକ୍ରୋସଫ୍ଟ,, ଫେସବୁକ୍, ପତଞ୍ଜଳି, ଏସବିଆଇ, ଆମାଜନ, ସାମସଙ୍ଗ, ଏୟାରଟେଲ, ଜିଓ, ଫ୍ଲିପକାର୍ଟ କମ୍ପାନୀ ରହିଛନ୍ତି । ଏହି ତାଲିକାର ପ୍ରସ୍ତୁତ କରିବା ପାଇଁ ‘IPSOS’ 21ଟି ଦେଶରେ ଜନମତ ସଂଗ୍ରହ କରାଯାଇଥିଲା । ଉଭୟ ଅନ୍ ଲାଇନ୍ ଓ ଫିଜିକାଲ୍ ସର୍ଭେ ପରେ ତାଲିକା ପ୍ରସ୍ତୁତ ହୋଇଥିଲା । 1000ରୁ ଅଧିକ ଲୋକଙ୍କର ଅନଲାଇନ ମତାମତ ଓ 36,000ରୁ ଅଧିକ ଲୋକଙ୍କ ସହ ସିଧାସଳଖ ପ୍ରଶ୍ନୋତ୍ତର ମାଧ୍ୟମରେ ମତ ନିଆଯାଇଥିଲା ।

Related story