ମଝି ସମୁଦ୍ରରେ କ୍ରାସ୍ କରିଗଲା ପବନହଂସ, ୪ ମୃତ ଦେହ ଉଦ୍ଧାର
ମୁମ୍ବାଇ: ମୁମ୍ବାଇରେ ପବନହଂସ ହେଲିକପ୍ଟର ଦୁର୍ଘଟଣାଗସ୍ତ। ଉଡ଼ୁଥିବା ବେଳେ କୌଣସି କାରଣରୁ କ୍ରାସ୍ ହୋଇ ସମୁଦ୍ରକୁ ଖସିପଡ଼ିଥିଲା ଏହି ହେଲିକପ୍ଟର। ଏଥିରେ ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ପବନହଂସ ହେଲିକପ୍ଟରରେ ଦୁଇ ପାଇଲଟଙ୍କ ସମେତ ୭ଜଣ ଥିଲେ। ୫ ଜଣ ଅଏଲ୍ ଆଣ୍ଡ୍ ନେଚୁରାଲ୍ ଗ୍ୟାସ୍ କର୍ପୋରେସନ୍ (ଓଏନ୍ଜିସି) କର୍ମଚାରୀଙ୍କୁ ବସାଇ ଜୁହୁ ବିମାନ ବନ୍ଦରରୁ ସକାଳ ୧୦ଟା ୧୪ରୁ ଉଡ଼ାଣ ଆରମ୍ଭ କରି ତୈଳକୂପ ଖନନସ୍ଥଳୀକୁ ଯାତ୍ରା କରିଥିଲା ଏହି […]
ମୁମ୍ବାଇ: ମୁମ୍ବାଇରେ ପବନହଂସ ହେଲିକପ୍ଟର ଦୁର୍ଘଟଣାଗସ୍ତ। ଉଡ଼ୁଥିବା ବେଳେ କୌଣସି କାରଣରୁ କ୍ରାସ୍ ହୋଇ ସମୁଦ୍ରକୁ ଖସିପଡ଼ିଥିଲା ଏହି ହେଲିକପ୍ଟର। ଏଥିରେ ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ପବନହଂସ ହେଲିକପ୍ଟରରେ ଦୁଇ ପାଇଲଟଙ୍କ ସମେତ ୭ଜଣ ଥିଲେ। ୫ ଜଣ ଅଏଲ୍ ଆଣ୍ଡ୍ ନେଚୁରାଲ୍ ଗ୍ୟାସ୍ କର୍ପୋରେସନ୍ (ଓଏନ୍ଜିସି) କର୍ମଚାରୀଙ୍କୁ ବସାଇ ଜୁହୁ ବିମାନ ବନ୍ଦରରୁ ସକାଳ ୧୦ଟା ୧୪ରୁ ଉଡ଼ାଣ ଆରମ୍ଭ କରି ତୈଳକୂପ ଖନନସ୍ଥଳୀକୁ ଯାତ୍ରା କରିଥିଲା ଏହି ହେଲିକପ୍ଟର।
ପରେ ଏହା ନିଖୋଜ ହୋଇଥିବା ଖବର ଆସିଥିଲା। ପରବର୍ତ୍ତୀ ବିମାନ ବନ୍ଦରରେ ଏହା ସକାଳ ୧୧ଟା ବେଳେ ଅବତଣ କରିବାର ଥିଲା। କିନ୍ତୁ ମୁମ୍ବାଇ ଠାରୁ ୨୨ ମାଇଲ୍ ଦୂର ଉଡ଼ିବା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ତୈଳକୂପ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ଯୋଗାଯୋଗ ହୋଇଥିଲା। ପରେ ହେଲିକପ୍ଟର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଠାବ କରାଯିବା ସହ ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।