ପେଟିଏମ୍‌ ଅର୍ଥ ‘ପେ ଟୁ ମୋଦି’: ରାହୁଲ

ନୂଆଦିଲ୍ଲୀ: ପେଟିଏମ୍‌ (Paytm) ଅର୍ଥ ‘ପେ ଟୁ ମୋଦି’। ବିମୁଦ୍ରାକରଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବା ଅବସରରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,“କ୍ୟାସ୍‌ଲେସ୍ ଅର୍ଥବ୍ୟବସ୍ଥାରେ ଅଳ୍ପ ଲୋକ ଅଧିକ ପରିମାଣରେ ଲାଭବାନ ହେବେ। ଏହା ଦେଶକୁ ନଷ୍ଟ କରି ଦେବ। ଯଦି ମୋତେ ଲୋକସଭାରେ କହିବାକୁ ସୁଯୋଗ ଦିଆଯିବ ତା’ହେଲେ ବିମୁଦ୍ରାକରଣ ଓ କ୍ୟାସ୍‌ଲେସ୍ ଅର୍ଥବ୍ୟବସ୍ଥା ପଛରେ ହୋଇଥିବା ଷଡ଼ଯନ୍ତ୍ରକୁ ପଦାରେ ପକାଇ ଦେବି। ‘ପେଟିଏମ୍‌’ ପ୍ରକୃତରେ କେମିତି […]

rahul-gandhi

Rakesh Mallick
  • Published: Thursday, 08 December 2016
  • , Updated: 08 December 2016, 11:52 AM IST

ନୂଆଦିଲ୍ଲୀ: ପେଟିଏମ୍‌ (Paytm) ଅର୍ଥ ‘ପେ ଟୁ ମୋଦି’। ବିମୁଦ୍ରାକରଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବା ଅବସରରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି,“କ୍ୟାସ୍‌ଲେସ୍ ଅର୍ଥବ୍ୟବସ୍ଥାରେ ଅଳ୍ପ ଲୋକ ଅଧିକ ପରିମାଣରେ ଲାଭବାନ ହେବେ। ଏହା ଦେଶକୁ ନଷ୍ଟ କରି ଦେବ। ଯଦି ମୋତେ ଲୋକସଭାରେ କହିବାକୁ ସୁଯୋଗ ଦିଆଯିବ ତା’ହେଲେ ବିମୁଦ୍ରାକରଣ ଓ କ୍ୟାସ୍‌ଲେସ୍ ଅର୍ଥବ୍ୟବସ୍ଥା ପଛରେ ହୋଇଥିବା ଷଡ଼ଯନ୍ତ୍ରକୁ ପଦାରେ ପକାଇ ଦେବି। ‘ପେଟିଏମ୍‌’ ପ୍ରକୃତରେ କେମିତି ‘ପେ ଟୁ ମୋଦି’ ତାହା ମୁଁ ପ୍ରମାଣିତ କରି ଦିଅନ୍ତି।”

ପେଟିଏମ୍‌ ଭଳି ଇ-ୱାଲେଟ୍ କଂପାନୀଗୁଡ଼ିକର ଫାଇଦା ପାଇଁ ମୋଦି ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

ରାହୁଲ କହିଛନ୍ତି,“ବିମୁଦ୍ରାକରଣ ଯୋଗୁଁ ସାରା ଦେଶରେ ଲୋକେ ହଇରାଣ ହେଉଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ହସୁଛନ୍ତି।”

ସେ କହିଛନ୍ତି,“ ବିମୁଦ୍ରାକରଣ ଏକ ସାହାସିକ ପଦକ୍ଷେପ ନୁହେଁ। ଏହା ଏକ ବୋକା ପଦକ୍ଷେପ। କୌଣସି କଥାକୁ ବିଚାର ନ କରି ଏହି ନିଷ୍ପତ୍ତି ନିଆଯାଇଛି। ଏଥିଯୋଗୁଁ ଗରିବ ଲୋକ, ଦିନ ମଜୁରିଆ ଓ ଚାଷୀମାନଙ୍କ ଜୀବନକୁ ନଷ୍ଟ କରି ଦେଇଛି। ଏ ପ୍ରସଙ୍ଗରେ ଆମେ ସଂସଦର ଆଲୋଚନା ଦାବି କରୁଛୁ। ଏ ପ୍ରସଙ୍ଗରେ ସଂସଦର ଭୋଟ୍ ହେଉ।”

ବିମୁଦ୍ରାକରଣ ବିରୋଧରେ ଆଜି ସଂସଦ ପରିସରରେ ବିରୋଧୀ ସାଂସଦମାନେ ଧାରଣା ଦେଇଥିବା ବେଳେ ରାହୁଲ ଗାନ୍ଧୀ ମଧ୍ୟ ସେଥିରେ ସାମିଲ ହୋଇ କହିଥିଲେ।

Related story