ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପରେ ଗୃହବନ୍ଦୀ ଥିବା ପିଡିପି ମୁଖ୍ୟ ତଥା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କୁ ଭେଟିପାରିବେ ତାଙ୍କ ଦଳର ନେତା। ରବିବାର କେନ୍ଦ୍ର ସରକାର ଏହି ଅନୁମତି ପ୍ରଦାନ କରିଛନ୍ତି। ମୁଫ୍ତି ବର୍ତ୍ତମାନ ଶ୍ରୀନଗରରେ ବନ୍ଦୀ ଥିବାରୁ ପିଡିପିର ୧୦ ଜଣିଆ ପ୍ରତିନିଧି ଦଳ ସେଠାକୁ ଯିବାର ଅଛି।
ଗତ ଅଗଷ୍ଟ ୫ରେ କେନ୍ଦ୍ର ସରକାର ୩୭୦ ଧାରା ଉଚ୍ଛେଦ ପାଇଁ ବଡ଼ ନିଷ୍ପତ୍ତି ନେବା ପୂର୍ବ ରାତିରେ ହିଁ ତାଙ୍କୁ ଗୃହବନ୍ଦୀ କରିଥିଲେ। ତାଙ୍କ ସହ ବେଶ୍ କିଛି ମୁଖ୍ୟ ସ୍ରୋତର ନେତା, ବିଚ୍ଛିନ୍ନତାବାଦୀ ନେତା ଏବଂ ପଥର ମାଡ଼ କରୁଥିବା ଯୁବକଙ୍କୁ ପ୍ରଶାସନ ଗୃହବନ୍ଦୀ କରି ରଖିଛି।
ଏହା ପୂର୍ବରୁ ନ୍ୟାସନାଲ କନ୍ଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲାଙ୍କୁ ୧୫ ଜଣିଆ ଟିମ୍ ଭେଟିବା ପାଇଁ ଅନୁମତି ମିଳିଥିଲା। ଏମାନଙ୍କୁ ମଧ୍ୟ ୩୭୦ ଉଚ୍ଛେଦ ପୂର୍ବରୁ ଗୃହବନ୍ଦୀ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଠାକୁର ଦର୍ଶନ ସାରି ଫେରୁଥିବା କାର୍କୁ ଧକ୍କା ଦେଲା ବସ୍, ୫ ମୃତ
ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫ ଜଣ ଆହତ ହୋଇଛନ୍ତି।
National
ଜାଲିଆତି ଅର୍ଡର ଦେଖାଇ ଥାନାରୁ ନେଇଗଲେ ଜବତ ଗାଡ଼ି, ବନ୍ଧା ହେଲେ ଓକିଲ
ଅବୈଧ ଖନନ ମାମଲାରେ ପୁଲିସ୍ ଜବତ କରିଥିବା ବାଇକ୍କୁ ଅଦାଲତର ଜାଲି ଆଦେଶ ଦେଖାଇ ଛଡ଼ାଇ ନେଇଥିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଓକିଲଜଣକ ।
National
ଏସିଡ୍ ଆକ୍ରମଣ ଓ ଦୁଷ୍କର୍ମ ପୀଡିତାଙ୍କଠୁ ଚିକିତ୍ସା ଫି' ନେବା ଅପରାଧ
ଦୁଷ୍କର୍ମ ପୀଡ଼ିତା, ପୋକ୍ସୋ ମାମଲାର ପୀଡ଼ିତା ତଥା ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ସମସ୍ତ ଡାକ୍ତରଖାନା, ନର୍ସିଂହୋମ୍, କ୍ଲିନିକ୍, ମେଡିକାଲ୍ ସେଣ୍ଟରର ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି।
National
ମିଲିଟାରୀ କଲୋନୀରୁ ମିଳିଥିଲା ନାବାଳିକାଙ୍କ ମୃତଦେହ, ବନ୍ଧା ହେଲେ ପଡ଼ୋଶୀ ଯୁବକ
ଏହି ମାମଲାର ଖୋଳତାଡ଼ କରି ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ମୃତା ନାବାଳିକାଙ୍କ ପଡ଼ୋଶୀ ବୋଲି ଜଣାଯାଇଛି।
National
ପୂର୍ବତନ ଗୃହ ସଚିବ ଅଜୟ ଭଲ୍ଲା ମଣିପୁର ରାଜ୍ୟପାଳ
କେରଳ ଓ ବିହାର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରକୁ ବଦଳି କରାଯାଇଥିବା ବେଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ କରାଯାଇଛି।