ସୋମବାର ମୁଫ୍‌ତିଙ୍କୁ ଭେଟିବେ ପିଡିପି ପ୍ରତିନିଧି

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପରେ ଗୃହବନ୍ଦୀ ଥିବା ପିଡିପି ମୁଖ୍ୟ ତଥା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ଭେଟିପାରିବେ ତାଙ୍କ ଦଳର ନେତା। ରବିବାର କେନ୍ଦ୍ର ସରକାର ଏହି ଅନୁମତି ପ୍ରଦାନ କରିଛନ୍ତି। ମୁଫ୍‌ତି ବର୍ତ୍ତମାନ ଶ୍ରୀନଗରରେ ବନ୍ଦୀ ଥିବାରୁ ପିଡିପିର ୧୦ ଜଣିଆ ପ୍ରତିନିଧି ଦଳ ସେଠାକୁ ଯିବାର ଅଛି। ଗତ ଅଗଷ୍ଟ ୫ରେ କେନ୍ଦ୍ର ସରକାର ୩୭୦ ଧାରା ଉଚ୍ଛେଦ ପାଇଁ ବଡ଼ ନିଷ୍ପତ୍ତି ନେବା ପୂର୍ବ ରାତିରେ ହିଁ ତାଙ୍କୁ ଗୃହବନ୍ଦୀ […]

Mehbooba Mufti

Subrat Kumar Nayak
  • Published: Sunday, 06 October 2019
  • , Updated: 06 October 2019, 05:16 PM IST

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପରେ ଗୃହବନ୍ଦୀ ଥିବା ପିଡିପି ମୁଖ୍ୟ ତଥା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ଭେଟିପାରିବେ ତାଙ୍କ ଦଳର ନେତା। ରବିବାର କେନ୍ଦ୍ର ସରକାର ଏହି ଅନୁମତି ପ୍ରଦାନ କରିଛନ୍ତି। ମୁଫ୍‌ତି ବର୍ତ୍ତମାନ ଶ୍ରୀନଗରରେ ବନ୍ଦୀ ଥିବାରୁ ପିଡିପିର ୧୦ ଜଣିଆ ପ୍ରତିନିଧି ଦଳ ସେଠାକୁ ଯିବାର ଅଛି।

ଗତ ଅଗଷ୍ଟ ୫ରେ କେନ୍ଦ୍ର ସରକାର ୩୭୦ ଧାରା ଉଚ୍ଛେଦ ପାଇଁ ବଡ଼ ନିଷ୍ପତ୍ତି ନେବା ପୂର୍ବ ରାତିରେ ହିଁ ତାଙ୍କୁ ଗୃହବନ୍ଦୀ କରିଥିଲେ। ତାଙ୍କ ସହ ବେଶ୍‌ କିଛି ମୁଖ୍ୟ ସ୍ରୋତର ନେତା, ବିଚ୍ଛିନ୍ନତାବାଦୀ ନେତା ଏବଂ ପଥର ମାଡ଼ କରୁଥିବା ଯୁବକଙ୍କୁ ପ୍ରଶାସନ ଗୃହବନ୍ଦୀ କରି ରଖିଛି।

ଏହା ପୂର୍ବରୁ ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲାଙ୍କୁ ୧୫ ଜଣିଆ ଟିମ୍‌ ଭେଟିବା ପାଇଁ ଅନୁମତି ମିଳିଥିଲା। ଏମାନଙ୍କୁ ମଧ୍ୟ ୩୭୦ ଉଚ୍ଛେଦ ପୂର୍ବରୁ ଗୃହବନ୍ଦୀ କରାଯାଇଛି।

Related story