ଗୋଶାଳା ପାଇଁ ଗାଇ ଆଣିଥିଲେ ପେହଲୁ ଖାନ୍‌: କୋର୍ଟ

ଜୟପୁର: ୨୦୧୭ ମସିହା ଏପ୍ରିଲରେ ମୋବ୍‌ ଲିଞ୍ଚିଂର ଶିକାର ହୋଇଥିବା ପେହଲୁ ଖାନ୍‌ଙ୍କ ନାମରେ ଲାଗିଥିବା ଗୋଚାଲାଣ ମାମଲା ହଟାଇ ଦେଇଛନ୍ତି ରାଜସ୍ଥାନ ହାଇକୋର୍ଟ। ପେହଲୁ ଖାନ୍‌ ଏବଂ ତାଙ୍କର ଦୁଇ ପୁଅ ଇର୍ସାଦ୍‌ ଓ ଆରିଫ୍‌ ଜୟପୁର ସାପ୍ତାହିକ ହାଟରୁ ହରିଆଣାର ନିଜ ଗାଁକୁ ଗାଇ ନେଇ ଆସୁଥିବାବେଳେ ଏକ ଗୋଷ୍ଠୀ ଅଭିଯୋଗ ଆଣିଥିଲେ ସେମାନେ ଗୋଚାଲାଣକାରୀ। ଏହାପରେ ୫୫ ବର୍ଷ ବୟସ୍କ ପେହଲୁ ଉପରେ ଆକ୍ରମଣ କରିବାରୁ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା […]

pehlu-khan

Subrat Kumar Nayak
  • Published: Wednesday, 30 October 2019
  • , Updated: 30 October 2019, 05:40 PM IST

ଜୟପୁର: ୨୦୧୭ ମସିହା ଏପ୍ରିଲରେ ମୋବ୍‌ ଲିଞ୍ଚିଂର ଶିକାର ହୋଇଥିବା ପେହଲୁ ଖାନ୍‌ଙ୍କ ନାମରେ ଲାଗିଥିବା ଗୋଚାଲାଣ ମାମଲା ହଟାଇ ଦେଇଛନ୍ତି ରାଜସ୍ଥାନ ହାଇକୋର୍ଟ। ପେହଲୁ ଖାନ୍‌ ଏବଂ ତାଙ୍କର ଦୁଇ ପୁଅ ଇର୍ସାଦ୍‌ ଓ ଆରିଫ୍‌ ଜୟପୁର ସାପ୍ତାହିକ ହାଟରୁ ହରିଆଣାର ନିଜ ଗାଁକୁ ଗାଇ ନେଇ ଆସୁଥିବାବେଳେ ଏକ ଗୋଷ୍ଠୀ ଅଭିଯୋଗ ଆଣିଥିଲେ ସେମାନେ ଗୋଚାଲାଣକାରୀ। ଏହାପରେ ୫୫ ବର୍ଷ ବୟସ୍କ ପେହଲୁ ଉପରେ ଆକ୍ରମଣ କରିବାରୁ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଥିଲା।

ହାଇକୋର୍ଟ ଆଜି କହିଛନ୍ତି, କାଗଜପତ୍ରରୁ ସ୍ପଷ୍ଟ ଜଣାପଡ଼ୁଛି ପେହଲୁ ଖାନ୍‌ ଏହି ଗାଇ ସବୁକୁ ଦୁଗ୍ଧ ଉତ୍ପାଦନ ପାଇଁ କିଣିଥିଲେ କଂସେଇଖାନା ପାଇଁ ନୁହେଁ। ପେହଲୁର ଓକିଲ କପିଲ ଗୁପ୍ତା କହିଛନ୍ତି ଜଣେ ବିଚାରପତି ପଙ୍କଜ ଭଣ୍ଡାରୀ ନିର୍ଦ୍ଦେଶ ଦେଇଛନ୍ତି ଏହି ଏଫ୍‌ଆଇଆର ପ୍ରତ୍ୟାହାର କରାଯିବ। ଏଥିସହିତ ଚାର୍ଜଶିଟ୍‌ ମଧ୍ୟ ପ୍ରତ୍ୟାହାର କରାଯିବ।

ଗୁପ୍ତା କହିବା ଅନୁଯାୟୀ କୋର୍ଟ କହିଛନ୍ତି, ଏଫ୍‌ଆଇଆର ଏବଂ ଚାର୍ଜଶିଟ୍‌ଆଇନ ପ୍ରକ୍ରିୟାର ଅପବ୍ୟବହାର। ସୂଚନାଯୋଗ୍ୟ ଯେ ବାପ ପୁଅ ୩ ଜଣଙ୍କ ଉପରେ ରାଜସ୍ଥାନ ବୋଭାଇନ୍‌ ଆନିମଲ ଆକ୍ଟ ଅଧୀନରେ ମାମଲା କରାଯାଇଥିଲା, ଯାହାକି କଂସେଇଖାନା ପାଇଁ ଗୋଚାଲାଣ କ୍ଷେତ୍ରରେ ଲାଗୁ ହୋଇଥାଏ।

Related story