ଅରୁଣାଚଳରେ ପୁଣି ପେମା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ପୁଣିଥରେ ବିଜେପିର ପେମା ଖାଣ୍ଡୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ରାଜ୍ୟର ୬୦ଟି ଆସନରୁ ବିଜେପି ଏକାକୀ ୪୧ଟି ଆସନ ଜିତିଥିଲା। ଫଳରେ ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ। ଆଜି ବିଜେପିର ବିଧାୟକ ଦଳ ବୈଠକ ହୋଇଥିଲା। ଏଥିରେ ପେମା ଖାଣ୍ଡୁ ନେତା ନିର୍ବାଚିତ ହୋଇଛନ୍ତି। ଆସନ୍ତା ୨୯ ତାରିଖରେ ସେ ଦ୍ୱିତୀୟ ଥର ପାଇଁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ […]

pema

Hemant Lenka
  • Published: Monday, 27 May 2019
  • , Updated: 27 May 2019, 06:31 PM IST

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ପୁଣିଥରେ ବିଜେପିର ପେମା ଖାଣ୍ଡୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ରାଜ୍ୟର ୬୦ଟି ଆସନରୁ ବିଜେପି ଏକାକୀ ୪୧ଟି ଆସନ ଜିତିଥିଲା। ଫଳରେ ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ। ଆଜି ବିଜେପିର ବିଧାୟକ ଦଳ ବୈଠକ ହୋଇଥିଲା।

ଏଥିରେ ପେମା ଖାଣ୍ଡୁ ନେତା ନିର୍ବାଚିତ ହୋଇଛନ୍ତି। ଆସନ୍ତା ୨୯ ତାରିଖରେ ସେ ଦ୍ୱିତୀୟ ଥର ପାଇଁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ଜୁନ୍‌ ୧ରେ ଶେଷ ହେବ। କିନ୍ତୁ ଏହା ପୂର୍ବରୁ ଗତକାଲି ପେମା ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ଦେବା ସହ ନୂଆ ସରକାର ଗଠନ କରିବାକୁ ଦାବି ଜଣାଇଥିଲେ।

ଅରୁଣାଚଳର ୬୦ ବିଧାନସଭା ଆସନରୁ ବିଜେପି ୪୧ଟି ଆସନ ଜିତିଥିବା ବେଳେ ଜେଡିୟୁ ୭ଟି ଆସନ ଦଖଲ କରିଥିଲା। ସେହିପରି କଂଗ୍ରେସ ୪, ସ୍ୱାଧୀନ ପ୍ରାର୍ଥୀ ୨, ଏନ୍‌ପିପି ୫ ଓ ପିପିପିଏ ଗୋଟିଏ ଆସନ ଜିତିଛି।

Related story