ମହିଳା ବନ କର୍ମଚାରୀଙ୍କୁ ବାଡ଼େଇଲେ ଲୋକେ

ହାଇଦ୍ରାବାଦ: ତେଲେଙ୍ଗାନାର ଆସିଫାବାଦ ଜିଲ୍ଲାରେ ମହିଳା ପୁଲିସ କର୍ମୀ ଏବଂ ବନ କର୍ମଚାରୀଙ୍କୁ ସାଧାରଣ ଲୋକେ ନିର୍ଧୁମ ପିଟୁଥିବାର ଦେଖିବାକୁ ମିଳିଛି। ଗତକାଲି ଆସିଫାବଦରେ ସରକାରଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବନ କର୍ମଚାରୀ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ । ବାଡ଼େଇଥିବା ବ୍ୟକ୍ତି ହେଉଛନ୍ତି ଶାସକ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ନେତା ତଥା ସ୍ଥାନୀୟ ବିଧାୟକଙ୍କ ଭାଇ। ପୁଲିସ ମାଡ଼ ମାରିଥିବା ସମସ୍ତଙ୍କୁ ଗିରଫ କରିଛି। ପ୍ରକାଶ ଥାଉ କି […]

TRS WORKER ATTACK POLICE

Subhransu Sekhar
  • Published: Sunday, 30 June 2019
  • , Updated: 30 June 2019, 05:41 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ଆସିଫାବାଦ ଜିଲ୍ଲାରେ ମହିଳା ପୁଲିସ କର୍ମୀ ଏବଂ ବନ କର୍ମଚାରୀଙ୍କୁ ସାଧାରଣ ଲୋକେ ନିର୍ଧୁମ ପିଟୁଥିବାର ଦେଖିବାକୁ ମିଳିଛି। ଗତକାଲି ଆସିଫାବଦରେ ସରକାରଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବନ କର୍ମଚାରୀ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ । ବାଡ଼େଇଥିବା ବ୍ୟକ୍ତି ହେଉଛନ୍ତି ଶାସକ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ନେତା ତଥା ସ୍ଥାନୀୟ ବିଧାୟକଙ୍କ ଭାଇ। ପୁଲିସ ମାଡ଼ ମାରିଥିବା ସମସ୍ତଙ୍କୁ ଗିରଫ କରିଛି।

ପ୍ରକାଶ ଥାଉ କି ତେଲେଙ୍ଗାନା ସରକାର ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଛନ୍ତି। ବନ ବିଭାଗର ସହଯୋଗରେ ଗତକାଲି ଆସିଫାବାଦ ଜିଲ୍ଲାର ସିରପୁର-କଘଜନଗରରେ ୨୦ ଏକର ଜମିରେ ଗଛଲଗା କାର୍ଯ୍ୟକ୍ରମ ଚାଲିଥିଲା। ଏହି ଗଛଲଗା କାର୍ଯ୍ୟକ୍ରମ ନିକଟରେ ତେଲେଙ୍ଗାନା ସରକାର ଆରମ୍ଭ କରିଥିବା ବିଶ୍ୱର ସବୁଠୁ ବଡ଼ ଜଳସେଚନ ଯୋଜନା କାଲେଶ୍ୱରମ ପ୍ରକଳ୍ପର ଏକ ଅଂଶ।

ହେଲେ ଏହି ଗଛ ଲଗାଯିବାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ସ୍ଥାନୀୟ ଲୋକେ ବୃକ୍ଷ ରୋପଣ କାମକୁ ବନ୍ଦ କରିବାକୁ ଯାଇ ପ୍ରଥମେ ବନ ଅଧିକାରୀଙ୍କୁ ଘେରି ଯାଇଥିଲେ। ଏହାପରେ ମହିଳା ପୁଲିସ ଅଧିକାରୀ ସି ଅନୀତା ଏକ ଟ୍ରାକ୍ଟର ଉପରେ ଛିଡ଼ା ହୋଇ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ଉତ୍ତ୍ୟକ୍ତ ଲୋକେ ଶାନ୍ତ ନହୋଇ ତାଙ୍କୁ ଠେଙ୍ଗା, ଚପଲ ଆଦିରେ ମାଡ଼ ମାରିବା ସହ ମରଣାନ୍ତକ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି।

ଏହାପରେ ମହିଳା ପୁଲିସ ଜଣଙ୍କ ମାଡ଼ ମାରିଥିବା ବ୍ୟକ୍ତି କନେରୁ କ୍ରିଷ୍ଣାଙ୍କୁ ଚିହ୍ନଟ କରିଥିଲେ। କନେରୁ ହେଉଛନ୍ତି ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଏବଂ ବିଧାୟକଙ୍କ ଭାଇ। ପୁଲିସ ଏବେ ବିଧାୟକଙ୍କ ଭାଇ ସମେତ ୧୬ ଜଣଙ୍କୁ ଗିରଫ କରିଛି।

Related story